ଜଗତସିଂହପୁର ଜିଲ୍ଲା ଗୃହରକ୍ଷୀ ସଂଗଠନରେ ଗୃହରକ୍ଷୀ ଭାବରେ ନିଯୁକ୍ତି ପାଇଁ ସୂଚନା

ଜଗତସିଂହପୁର, ୨୧/୦୩/୨୦୨୫ (ଓଡ଼ିଶା ସମାଚାର)-ଜିଲ୍ଲାର ଗୃହରକ୍ଷୀ ସଂଗଠନରେ ଗୃହରକ୍ଷୀ ଭାବରେ ନିଯୁକ୍ତି ପାଇଁ ଜଗତସିଂହପୁର ଜିଲ୍ଲାର ଆଗ୍ରହୀ ପ୍ରାର୍ଥୀଙ୍କଠାରୁ ନିର୍ଧାରିତ ଫର୍ମ (ଓଡ଼ିଶା ଗୃହରକ୍ଷୀ ନିୟମ ୧୯୬୨ର (Form- “A”) ରେ ଦରଖାସ୍ତ ଆବେଦନ କରିବା ପାଇଁ ଆହ୍ୱାନ କରାଯାଉଛି । ଇଛୁକ ପ୍ରାର୍ଥୀଙ୍କୁ ସମାଦେଷ୍ଟା ଗୃହରକ୍ଷୀ ବାହିନୀ, ଜଗତସିଂହପୁର ଙ୍କ କାର୍ଯ୍ୟାଳୟ (R.0) ଠାରେ ତା ୨୫.୦୩.୨୦୨୫ ରିଖ ଠାରୁ ତା ୧୩.୦୪.୨୦୨୫ରିଖ ସୁଦ୍ଧା ଆବେଦନ ଫର୍ମ ଦାଖଲ କରିବାକୁ ପଡିବ। ନିଯୁକ୍ତି ପରୀକ୍ଷା କେଉଁଠାରେ ଏବଂ କେବେ ଅନୁଷ୍ଠିତ ହେବ ଏହା ଆବେଦନକାରୀମାନେ ନିକଟସ୍ଥ ଥାନା ଏବଂ ସମାଦେଷ୍ଟା ଗୃହରକ୍ଷୀ ବାହିନୀଙ୍କ କାର୍ଯ୍ୟାଳୟରୁ ବୁଝିପାରିବେ ।

କମ୍ପ୍ୟୁଟର ଜ୍ଞାନ, ଗାଡି ଚାଳନା ଜ୍ଞାନ, ରୋଷେଇ ଜ୍ଞାନ, ଧୋବୀ ଜ୍ଞାନ, ଝାଡୁଦାର, ବଢେଇ, ବିଦ୍ୟୁତ ମିସ୍ତ୍ରୀ, ଯନ୍ତ୍ରପାତି ଜ୍ଞାନ ଓ ପାଇପ ମିସ୍ତ୍ରୀ ଜ୍ଞାନ ଇତ୍ୟାଦି ଦକ୍ଷତା ଥିବା ବ୍ୟକ୍ତିମାନଙ୍କୁ ନିଯୁକ୍ତି କ୍ଷେତ୍ରରେ ଅଗ୍ରାଧିକାର ଦିଆଯିବ । ମୋଟ ଖାଲି ଥିବା ଗୃହରକ୍ଷୀ ପଦବୀ ସଂଖ୍ୟା-୯୯ । ଯଦି ଆବେଦନକାରୀଙ୍କ ସଂଖ୍ୟା ଉପଲବ୍ଧ ଖାଲି ପଦବୀଠାରୁ ଅଧ‌ିକ ହୁଏ, ତେବେ ଆବେଦନକାରୀଙ୍କୁ କିଛି ଚୟନ ପରୀକ୍ଷା/ସାକ୍ଷାତକାର ର ସମୁଖୀନ ହେବାକୁ ପଡ଼ିବ ।

ହୋମଗାର୍ଡ ସେବା ସ୍ଥାୟୀ ଚାକିରି ନୁହେଁ । ଏହା ଏକ ସ୍ୱେଚ୍ଛାକୃତ ସେବା ଏବଂ ୩ ବର୍ଷର କାର୍ଯ୍ୟକାଳ ପାଇଁ ଉଦ୍ଧିଷ୍ଟ । ନିଯୁକ୍ତି, ଶୃଙ୍ଖଳା, ବହିଷ୍କାର ଏବଂ ଅନ୍ୟାନ୍ୟ ନିୟମ ଏବଂ ସର୍ଭାବଳୀ ଓଡ଼ିଶା ଗୃହରକ୍ଷୀ ଆଇନ ୧୯୬୧ ଏବଂ ଓଡ଼ିଶା ଗୃହରକ୍ଷୀ ନିୟମ ୧୯୬୨ ଏବଂ Circular Order No. 01/2025 ଦ୍ବାରା ନିୟନ୍ତ୍ରିତ ହେବ।

ଆବେଦନ ଫର୍ମଗୁଡିକ ଏହି ଜିଲ୍ଲାର ସମସ୍ତ ଥାନା, ସମାଦେଷ୍ଟା ଗୃହରକ୍ଷୀ ବାହିନୀଙ୍କ କାର୍ଯ୍ୟାଳୟରେ ଉପଲବ୍ଧ ହେବ । ଏଥି ନିମନ୍ତେ ଆବେଦନ‌କାରୀ ଜଗତସିଂହପୁର ଜିଲ୍ଲାର ସ୍ଥାୟୀ ବାସିନ୍ଦା ହୋଇଥିବା ଆବଶ୍ୟକ, ଅତି କମରେ ପଞ୍ଚମ ଶ୍ରେଣୀ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥ‌ିବେ, ଓଡ଼ିଆ ଭାଷା ପଢ଼ି, ଲେଖି ଏବଂ କହିପାରୁଥିବେ , ସୁସ୍ଥ, ଭଲ ଶରୀର ଏବଂ ଶରୀର ଦୁର୍ବଳତା ମୁକ୍ତ ହୋଇଥିବା ଆବଶ୍ୟକ । ବୟସ ୦୧.୦୧.୨୦୨୫ ସୁଦ୍ଧା ୨୦ ବର୍ଷରୁ କମ କିମ୍ବା ୬୦ ବର୍ଷରୁ ଉର୍ଦ୍ଧ ହୋଇନଥିବ ,ଚରିତ୍ର ଭଲ ହେବା ଉଚିତ ଏବଂ ତାଙ୍କ ବିରୁଦ୍ଧରେ କୌଣସି ଫୌଜଦାରୀ ଏବଂ ଅନ୍ୟ କୌଣସି ଅପରାଧିକ ମାମଲା ବିଚାରାଧୀନ ନଥିବା ଆବଶ୍ୟକ ବୋଲି ଜିଲ୍ଲା ଗୃହରକ୍ଷୀ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି।

Leave a Reply

Your email address will not be published. Required fields are marked *