ସରକାରୀ ସ୍କୁଲରେ ଅବାଧରେ ପଶି ପ୍ରଧାନଶିକ୍ଷକଙ୍କୁ ମାରଧର ଘଟଣାରେ ଅଭିଯୁକ୍ତା ଦଵଙ୍ଗ୍ ଲେଡି ଗିରଫ 

କଟକ ସଦର, ୨୮/୦୩/୨୦୨୬ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କିଶନନଗର ଥାନା ଅନ୍ତର୍ଗତ ସୋମପୁର ପଞ୍ଚାୟତ ଥୋରିଆପଡା ସରକାରୀ ସ୍କୁଲରେ ଗତ ୧୭ ତାରିଖ ମଙ୍ଗଳବାର ଦିନ ଉକ୍ତ ଗ୍ରାମର ନିର୍ଦ୍ଦିଷ୍ଟ ଏକ ପରିବାର ଲୋକେ ସଂଘବଦ୍ଧ ଭାବେ ଅବାଧରେ ପ୍ରବେଶ କରି ଦଵଙ୍ଗଗିରୀ କରିଥିଲେ। ଏପରିକି ପ୍ରଧାନଶିକ୍ଷକଙ୍କୁ ମାରଧର କରିଥିବା ଏଵଂ ସ୍କୁଲର ଆସବାବପତ୍ର ଭଙ୍ଗାରୁଜା କରିଥିବା ଅଭିଯୋଗ ହୋଇଥିଲା।

ଏଥିରେ ମୁଖ୍ୟ ଅଭିଯୁକ୍ତ ଥିବା ପୁଅ ଗଉରାକୁ ଗିରଫ କରିବାକୁ ପୋଲିସ ବିଭିନ୍ନ ସ୍ଥାନରେ ଚଢାଉ ଅଭିଯାନ ଜାରି ରଖିଥିଲେ ବି ଅଭିଯୁକ୍ତ ବାରମ୍ବାର ସ୍ଥାନ ପରିବର୍ତ୍ତନ କରି ଖସିଯିବାକୁ ସକ୍ଷମ ‌ହେଉଥିଲା। ହେଲେ ଘଟଣାର ୧୦ ଦିନ ପରେ ଆଜି ଶନିବାର ଦିନ ଥାନା ଅଧିକାରୀ ମାନେଶ୍ୱର ପ୍ରଧାନ ଅନ୍ୟତମ ମୁଖ୍ୟ ଅଭିଯୁକ୍ତା ଦଵଙ୍ଗ ଲେଡି ମା ସୋନି ଓରଫ ନଜଵୁନ୍ ନିଶା ଵିଵି କୁ ଉଠାଇ ନେଇ ଗିରଫ କରି ବିଏନଏସ୍ ର ଦଫା ୩୨୯(୩), ୧୨୬(୨), ୨୯୬, ୧୧୫(୨), ୩୨୪(୩), ୧୩୨, ୩୫୧(୩), ୧୨୧(୧), ୩(୫) ରେ କୋର୍ଟ ଚାଲାଣ  କରିଥିବା ଜଣାପଡିଛି। ଏଥିରେ ଅନ୍ୟମାନଙ୍କ ମଧ୍ୟରେ ଗଉରା, ଫୁଲ,ମନୁଅର,ହୁଣ୍ଡା,ପଦି,ନସିମା,ସଂଜୀତ ଆଠ ଜଣଙ୍କ ନାଁରେ ଏତଲା ଦିଆହୋଇଥିଵା ଜଣାଯାଇଛି। ପୋଲିସ ର ଏତାଦୃଶ କାର୍ଯାନୁଷ୍ଠାନ କୁ ଅଭିଭାବକ ଓ ସାଧାରଣରେ ଉଚ୍ଚ ପ୍ରଶଂସା କରାଯାଇଛି।

Leave a Reply

Your email address will not be published. Required fields are marked *