ଧରା ଵରରେ ଚାଲିଛି କଟକ ସଦର ନିର୍ବାଚନମଣ୍ଡଳୀ 

କଟକ ସଦର, ୨୪/୧୧/୨୦୨୩ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): ନିର୍ବାଚନ ମଣ୍ଡଳୀ ପୁନଃର୍ଗଠନ ହେଵା ପରଠାରୁ ଅର୍ଥାତ୍ ୨୦୦୯ ମସିହା ଠାରୁ କଟକ ସଦର ସଂରକ୍ଷିତ ବିଧାନସଭା ନିର୍ବାଚନ ମଣ୍ଡଳୀରେ କେଵଳ ଧରା ବର ମାନଙ୍କୁ ନେଇ ନିର୍ବାଚନ ଲଢାଯାଉଥିଵା ଚର୍ଚ୍ଚାର ବିଷୟ ହୋଇଛି।କୈ।ଣସି ଦଳରୁ ନିର୍ବାଚନ ମଣ୍ଡଳୀର ପ୍ରାର୍ଥୀ ପ୍ରତିଦ୍ବନ୍ଦିତା ପାଇଁ ସୁଯୋଗ ପାଉନଥିବା କୁ ନେଇ ସାଧାରଣରେ ଅସନ୍ତୋଷ ଦେଖାଦେଇଛି। ସୂଚନାଯୋଗ୍ୟ ଯେ ୨୦୦୯ ମସିହା ସାଧାରଣ ନିର୍ବାଚନରେ ଜାତୀୟ ଦଳ କଂଗ୍ରେସରୁ  ଅସୀମା ମହାନନ୍ଦ, ଵିଜେପିରୁ ଦିଲ୍ଲିପ ମଲ୍ଲିକ ଓ ଵିଜେଡିରୁ କାଳିନ୍ଦୀ ବେହେରା ପ୍ରତିଦ୍ୱନ୍ଦିତା କରିଥିଲା ଵେଳେ ୨୦୧୪ ରେ କଂଗ୍ରେସରୁ ଚନ୍ଦ୍ର ଶେଖର ସାମଲ, ଵିଜେପିରୁ ଦିଲ୍ଲିପ ମଲ୍ଲିକ ଓ ଵିଜେଡିରୁ ଚନ୍ଦ୍ର ସାରଥି ବେହେରା ପ୍ରତିଦ୍ୱନ୍ଦିତା କରିଥିଲେ। ସେହିପରି ୨୦୧୯ ରେ କଂଗ୍ରେସରୁ ଆକାଶ ମହାନନ୍ଦ, ଵିଜେପିରୁ ଦିଲ୍ଲିପ ମଲ୍ଲିକ ଓ ଵିଜେଡିରୁ ଚନ୍ଦ୍ର ସାରଥି ବେହେରା ପ୍ରତିଦ୍ୱନ୍ଦିତା କରିଥିଲେ। ସମସ୍ତେ ନିର୍ବାଚନ ମଣ୍ଡଳୀ ବାହାରର ପ୍ରାର୍ଥୀ ହୋଇଥିବା ବେଳେ ତିନି ଥର ଯାକ ଵିଜେଡି ଏଠାରେ ବାଜିମାତ କରିଛି। କଂଗ୍ରେସ ତିନି ଥର ଯାକ ପ୍ରାର୍ଥୀ ବଦଳ କରିଥିବା ବେଳେ ଵିଜେପି ସେହି ଜଣେ ପ୍ରାର୍ଥୀଙ୍କୁ ପ୍ରାର୍ଥୀ କରି ଉଦାହରଣ ରଚିଛି। ହେଲେ ଵିଜେଡି ବାପା ଙ୍କ ପରେ ଦୁଇଥର ପୁଅଙ୍କୁ ପ୍ରାର୍ଥୀ କରି ଵିଜୟ ବାନା ଉଡ଼ାଇବାରେ ସଫଳ ହୋଇଛି। ତେବେ ଆଗାମୀ ୨୦୨୪ ନିର୍ବାଚନରେ ସଵୁ ଦଳ ସେହି ବାହାରର ପ୍ରାର୍ଥୀଙ୍କୁ ପ୍ରାର୍ଥୀ କରୁଛି ନା ନିର୍ବାଚନ ମଣ୍ଡଳୀ ଭିତରୁ କାହାକୁ ସଵୁ  ପ୍ରାର୍ଥୀ କରୁଛି ତାକୁ କେବଳ ଦେଖିବାକୁ ବାକି ରହିଲା ।

Leave a Reply

Your email address will not be published. Required fields are marked *