କଟକ ସଦର,୦୨/୦୨/୨୦୨୫ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କଟକ ସଦର ଅଞ୍ଚଳ କିଶନନଗର ପଞ୍ଚାୟତ ବୁଢିଆଣୀ ମନ୍ଦିର ନିକଟରେ ଥିବା ଅଗ୍ରଣୀ ଇଂରାଜୀ ମାଧ୍ୟମ ଉଇସଡମ୍ ପବ୍ଲିକ ସ୍କୁଲରେ ଆଜି (ରବିବାର ଦିନ) ପରିଚାଳନା ନିର୍ଦ୍ଦେଶକ ପ୍ରିତମ ଚୈ।ଧୁରୀ ଙ୍କ ଆବାହକତ୍ୱ ଓ ପ୍ରିନ୍ସପାଲ ଅପରାଜିତା ଘୋଷାଲ ଙ୍କ ପରିଚାଳନାରେ ଵାଗଦେଵୀ ସରସ୍ୱତୀ ପୂଜା ଆଧ୍ୟାତ୍ମିକ ପରିବେଶ ସହ ମହାସମାରୋହରେ ପାଳିତ ହୋଇଯାଇଛି। ସେହିପରି ଯଶପଡା ପଞ୍ଚାୟତର ଯଶପଡା ଠାରେ ଆଜି ଶ୍ରୀପଞ୍ଚମୀ ରେ ଏକ ନୂତନ ଇଂରାଜୀ ମାଧ୍ୟମ ଗ୍ଲୋବାଲ ଇଣ୍ଡିଆନ ମଡେଲ ସ୍କୁଲର ନୂତନ ଗୃହ ପ୍ରଵେଶ ଓ ସରସ୍ଵତୀ ପୂଜା ଜାକଜମକରେ ଅନୁଷ୍ଠିତ ହୋଇଛି। ଏହାକୁ ପରିଚାଳନା ନିର୍ଦ୍ଦେଶକ ଡ଼ଃ ଚୈ।ଧୁରୀ ସତ୍ୟ ଦାସ, ପ୍ରିନ୍ସପାଲ ଡ଼ଃ ମଞ୍ଜୁଶ୍ରୀ ଶାସ୍ତ୍ରୀ, ନିର୍ଦ୍ଦେଶକ ଡ଼ଃ ଇଂ ଚୈ।ଧୁରୀ ସମ୍ପତ ଦାସ ପରିଚାଳନା କରିଥିଲେ।