କଟକ ସଦର, ୨୧/୦୫/୨୦୨୬ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): ଲୋକମାନଙ୍କ ଚିକିତ୍ସା ଖର୍ଚ୍ଚ ଭରଣା ପାଇଁ ପୂର୍ବରୁ ରାଜ୍ୟ ସରକାରଙ୍କ ବିଜୁ ସ୍ୱାସ୍ଥ୍ୟ କାର୍ଡ ଓ ଏବେ କେନ୍ଦ୍ର ସରକାରଙ୍କ ଆୟୁଷ୍ମାନ ଭାରତ କାର୍ଡ ପାଇଁ କୈ।ଣସି ଭିତିଭୂମି ନଥାଇ ଛତୁ ଫୁଟିଲା ପରି ଘରୋଇ ହସ୍ପିଟାଲ ଗଢି ଉଠିଛି। ଉନ୍ନତ ମାନର ଚିକିତ୍ସା ସେବା ଯୋଗାଇ ଦେବା ଅପେକ୍ଷା ଅଧିକାଂଶ ହସ୍ପିଟାଲ କେବଳ ସ୍ୱାସ୍ଥ୍ୟ କାର୍ଡ ରୁ ଟଙ୍କା ଲୁଟୁଥିବା ଅଭିଯୋଗ ହୋଇ ଆସୁଛି।
ଏହି ପରିପ୍ରେକ୍ଷୀରେ କଟକ ଚାଉଳିଆଗଞ୍ଜ ଠାରେ ଥିବା ସିଲଭର ସିଟି ହସ୍ପିଟାଲକୁ ପ୍ରଶାସନିକ ଛାଟ ବାଜିଥିବା ଜଣାପଡିଛି। ଅନିୟମିତତା ଅଭିଯୋଗରେ ଉକ୍ତ ହସ୍ପିଟାଲ ରୁ ଆୟୁଷ୍ମାନ ଭାରତ ଓ ଗୋପବନ୍ଧୁ ଯୋଜନା ସୁବିଧାକୁ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପ୍ରତ୍ୟାହାର କରି ନେଇଥିବା ଜଣାପଡିଛି। ସୂଚନାଯୋଗ୍ୟ ଯେ ଏ ସମ୍ପର୍କରେ ଗତ ୮ ତାରିଖ ଦିନ ‘ଓଡିଶା ସମାଚାର’ରେ ବିସ୍ତୃତ ଖବର ପ୍ରକାଶ ପାଇଥିଲା। ହେଲେ ଆଗକୁ ଏଭଳି ଅସାଧୁ ମୁନାଫାଖୋର ହସ୍ପିଟାଲ ଗୁଡ଼ିକ ଉପରେ ସ୍ୱାସ୍ଥ୍ୟ ବିଭାଗ ସ୍ବତନ୍ତ୍ର ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି।
https://eodishasamachar.com/?p=78434
