ବ୍ୟବସାୟୀଙ୍କ ଘର ଉପରକୁ ବୋମାମାଡ଼, ପେଟ୍ରୋଲ ଢାଳି ଦାମୀ ଗାଡ଼ି ପୋଡ଼ିଲେ ଦୁର୍ବୃତ୍ତ

କାମାକ୍ଷାନଗର,୧୪/୦୩/୨୦୨୪ (ଓଡ଼ିଶା ସମାଚାର)- ଢେଙ୍କାନାଳ ଜିଲା କାମାକ୍ଷାନଗର ଥାନା ସାରଙ୍ଗଧର ଷ୍ଟାଡିୟମ ପଛପାଖ  ସାଇ ବିହାର ଲେନରେ ରହୁଥିବା ଜଣେ ବ୍ୟବସାୟୀଙ୍କ ଘର ଓ ଗ୍ୟାରେଜ ଉପରେ ବୁଧବାର ବିଳମ୍ବିତ ରାତିରେ ବୋମାମାଡ଼ ହୋଇଛି। ବୋମାମାଡରେ ଗ୍ୟାରେଜରେ ନିଆଁ ଲାଗି ଯାଇଥିଲା। ଗ୍ୟାରେଜରେ ଥିବା ପିକ୍‌ଅପ୍‌ ଗାଡ଼ି ଜଳି ଯାଇଥିଲା। ଏହା ସହ ପାଖରେ ଥିବା ଏକ ଫର୍ଚୁନର ଗାଡ଼ିକୁ ଭାଙ୍ଗିଦେଇଛନ୍ତି।

ସୂଚନାନୁଯାୟୀ, ବୁଧବାର ବିଳମ୍ବିତ ରାତିରେ ବିଳମ୍ବିତ ରାତିରେ  ସାରଙ୍ଗଧର ଷ୍ଟାଡିୟମ ପଛପାଖରେ ଥିବା ବ୍ୟବସାୟୀ ସରୋଜ ଭୂଷଣ ମହାନ୍ତିଙ୍କ ଗ୍ୟାରେଜ୍‌ ଉପରେ ଦୁର୍ବୃତ୍ତମାନେ ସୁତୁଲି ବୋମାମାଡ଼ କରିଥିଲେ। ବିଳମ୍ବିତ ରାତିରେ ଘରର ସମସ୍ତ ସଦସ୍ୟ ଶୋଇଥିବା ବେଳେ  ବୋମାମାଡ଼ ଶବ୍ଦ ଶୁଣି ସମସ୍ତେ ବାହାରକୁ ଆସି ଗ୍ୟାରେଜରେ ନିଆଁ ଲାଗିଥିବା ଦେଖିବାକୁ ପାଇଥିଲେ। ପରେ ପରିବାରଲୋକେ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ। ଖବର ପାଇ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ତେବେ ଦୁର୍ବୃତ୍ତ କେଉଁ କାରଣରୁ ବୋମାମାଡ଼ କରିବାସହ ଗାଡ଼ି ଜାଳିଛନ୍ତି ତାର କାରଣ ଅସ୍ପଷ୍ଟ  ରହିଛି । ପୋଲିସ ଘଟଣାର ଅଧିକ ତଦନ୍ତ ଜାରି ରଖିଛି।

Leave a Reply

Your email address will not be published. Required fields are marked *