ଜଗା ଦର୍ଶନ ପରେ ହବିଷ୍ୟାଳୀଙ୍କ ମୃତ୍ୟୁ

ପୁରୀ,୨୪/୧୧/୨୦୨୩ (ଓଡ଼ିଶା ସମାଚାର)-ଶ୍ରୀମନ୍ଦିରରେ ମହାପ୍ରଭୁ ଜଗନ୍ନ୍ାଥଙ୍କ ଦର୍ଶନ ହେଲା ଶେଷ ଦର୍ଶନ । ଜଗା ଦର୍ଶନର କିଛି ସମୟ ପରେ ଶ୍ରୀକ୍ଷେତ୍ରରେ ଚାଲି ଯାଇଛି ହବିଷ୍ୟାଳୀଙ୍କ ଜୀବନ । ପୁରୀ ହସ୍ପିଟାଲରେ ହବିଷ୍ୟାଳୀଙ୍କ ମୃତ୍ୟୁ ହୋଇଥିବା ସୂଚନା ଦିଆଯାଇଛି । ମିଳିଥିବା ଖବର ଅନୁସାରେ ହବିଷ୍ୟାଳୀ ଜଣଙ୍କ ୭୩ବର୍ଷିୟ ଫକୀର ଧଳୁଆ । ତାଙ୍କ ଘର ନୟାଗଡ ଜିଲ୍ଳାରେ । ସେ ପଞ୍ଚୁକରେ ମହାପ୍ରଭୁଙ୍କ ଦର୍ଶନ ପାଇଁ ବଡିଭୋର ରୁ ଶ୍ରୀମନ୍ଦିରକୁ ଯାଇଥିଲେ । ଆଉ ମହାପ୍ରଭୁଙ୍କ ଦର୍ଶନ କରିବା ପରେ ମନ୍ଦିର ପରିସରରେ ଥିବା ଉପବନରେ ବସିଥିଲେ । କିନ୍ତୁ ଅଚାନକ ଅସୁସ୍ଥ ହୋଇପଡିଥିଲେ । ତାଙ୍କୁ ହସ୍ପିଟାଲକୁ ନିଆଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ  ଘୋଷଣା କରିଥିଲେ ।

Leave a Reply

Your email address will not be published. Required fields are marked *