ଭୁବନେଶ୍ୱର,୨୩/୧୧/୨୦୨୩ (ଓଡ଼ିଶା ସମାଚାର)-ଭାରତବର୍ଷରେ ନାରୀମୁକ୍ତି ଓ ରାଜନୀତିରେ ନାରୀମାନଙ୍କର ଭାଗିଦାରୀତା ଅନ୍ୟତମ ପ୍ରବକ୍ତା ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଆଦର୍ଶରେ କାର୍ଯ୍ୟ କରୁଥିବା ସର୍ବଭାରତୀୟ ମହିଳା ସଂଗଠନ “ଅଲ୍ ଇଣ୍ଡିଆ ଅଗ୍ରଗାମୀ ମହିଳା ସମିତି’ର ସର୍ବଭାରତୀୟ ସମ୍ମିଳନୀ ଆସନ୍ତା ୨୬ରୁ ୨୮ନଭେମ୍ବର ୨୦୨୩ ପର୍ଯ୍ୟନ୍ତ ରାଜଧାନୀ ଭୁବନେଶ୍ୱରଠାରେ ଅନୁଷ୍ଠିତ ହେବ । ଏହି ସମ୍ମିଳନୀରେ ସାରା ଭାରତବର୍ଷରୁ ଦୁଇଶହରୁ ଉର୍ଦ୍ଧ ମହିଳା ନେତ୍ରୀ ଓ ପ୍ରତିନିଧିମାନେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ଭୁବନେଶ୍ୱର ଗୀତଗୋବିନ୍ଦ ସଦନ ଠାରେ ଅନୁଷ୍ଠିତ ହେବାକୁ ଥିବା ଏହି ମହିଳା ସମ୍ମିଳନୀର ପ୍ରତିନିଧି ଅଧିବେଶନକୁ ଭାରତବର୍ଷର ସୁନାମଧନ୍ୟ ସମାଜସେବୀ ପଦ୍ମଶ୍ରୀ ତୁଳସୀ ମୁଣ୍ଡା ନଭେମ୍ବର ୨୭ ତାରିଖ ପୂର୍ବାହ୍ନ ୧୦ଘଟିକା ସମୟରେ ଉଦଘାଟନ କରିବାର କାର୍ଯ୍ୟକ୍ରମ ରହିଛି । ଏହି ସମ୍ମିଳନୀର ମୁଖ୍ୟ ଅତିଥି ଭାବରେ ଭୁବନେଶ୍ୱର ମୁନିସିପାଲିଟିର ମେୟର ଶ୍ରୀମତୀ ସୁଲୋଚନା ଦାସ, ମୁଖ୍ୟବକ୍ତା ଭାବରେ ଅଲ୍ ଇଣ୍ଡିଆ ଫର୍ୱାର୍ଡ଼ ବ୍ଲକ୍ର ସର୍ବଭାରତୀୟ ସାଧାରଣ ସମ୍ପାଦକ କମ୍ରେଡ ଜି. ଦେବରାଜନ ଯୋଗ ଦେବାର କାର୍ଯ୍ୟକ୍ରମ ରହିଥିବା ବେଳେ ଏହି ସମ୍ମିଳନୀରେ ଅଗ୍ରଗାମୀ ମହିଳା ସମିତିର ଜାତୀୟ ସଭାନେତ୍ରୀ କମ୍ରେଡ଼ ଫତିମା ଖାତୁନ୍, ଉପ-ସଭାନେତ୍ରୀ ତଥା ପଶ୍ଚିମବଙ୍ଗର ପୂର୍ବତନ ବିଧାୟିକା ଶ୍ରୀମତୀ ଡଲି ରାଏ ପ୍ରମୁଖ ଅଧ୍ୟକ୍ଷତା କରିବାର କାର୍ଯ୍ୟକ୍ରମ ସ୍ଥିର ହୋଇଛି । ଏହି ସମ୍ମିଳନୀରେ ଭାରତ ବର୍ଷର ବିଭିନ୍ନ ରାଜ୍ୟରୁ ଆସୁଥିବା ମହିଳା ପ୍ରତିନିଧିମାନେ ମହିଳାମାନଙ୍କର ବିଭିନ୍ନ ଜ୍ୱଳନ୍ତ ସାମାଜିକ ଓ ରାଜନୈତିକ ସମସ୍ୟା ସଂକ୍ରାନ୍ତରେ ଆଲୋଚନା କରିବା ସହ ଆଗାମୀ ଦିନର ସାଂଗଠନିକ କାର୍ଯ୍ୟକ୍ରମ ନିର୍ଦ୍ଧାରଣ କରିବେ ବୋଲି ଜଣାପଡ଼ିଛି । ଏହି ସମ୍ମିଳନୀକୁ ସଫଳ କରିବା ନିମନ୍ତେ ଫରୱାର୍ଡ଼ ବ୍ଲକ୍ର ରାଜ୍ୟ ସାଧାରଣ ସମ୍ପାଦକ ଜ୍ୟୋତି ରଞ୍ଜନ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଏକ ଅଭ୍ୟର୍ଥନା ସମିତି ଗଠନ କରାଯାଇ ପ୍ରସ୍ତୁତି କାର୍ଯ୍ୟକ୍ରମ ଜାରି ରହିଛି ବୋଲି ଏକ ପ୍ରେସ୍ ଇସ୍ତହାର ମାଧ୍ୟମରେ ଅଲ୍ ଇଣ୍ଡିଆ ଅଗ୍ରଗାମୀ ମହିଳା ସମିତିର ରାଜ୍ୟ ସଭାନେତ୍ରୀ କମଳା ସାହୁ, ସାଧାରଣ ସମ୍ପାଦିକା ଲକ୍ଷ୍ମୀ ଦୋରା ପ୍ରମୁଖ ଏକ ପ୍ରେସ୍ ଇସ୍ତାହାର ମାଧ୍ୟମରେ ପ୍ରକାଶ କରିଛନ୍ତି ।
Related Posts
ମୁଖ୍ୟମନ୍ତ୍ରୀଙ୍କ ଶୁଭେଚ୍ଛା ବାର୍ତ୍ତାରୁ ଆରମ୍ଭ ହେଲା ଆଦିବାସୀ ମେଳା-୨୦୨୪
ଚଳିତ ବର୍ଷ ମେଳାରେ ୧୦୯ ଟି ଷ୍ଟଲ୍, ମୁଖ୍ୟ ଆକର୍ଷଣ ଆଦିବାସୀ ଗାଁ ଓ ହାଟ ଭୁବନେଶ୍ୱର, ୨୬ /୦୧/୨୦୨୪ (ଓଡ଼ିଶା ସମାଚାର)- ଓଡିଶାର ଜନଜାତିଙ୍କ ଜୀବନଜୀବିକା,…
କିଶନନଗର ରଜ ମହୋତ୍ସବର ତୃତୀୟ ସନ୍ଧ୍ୟା,ମନ ମୋହିଲେ କଣ୍ଠଶିଳ୍ପୀ ଇରା ମହାନ୍ତି,ଝୁମିଲେ ଦର୍ଶକ
କଟକ ସଦର, ୧୬/୨୦୨୪ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କଟକ ସଦର ଅନ୍ତର୍ଗତ କିଶନନଗର ହାଟ ତୋଟା ଠାରେ ବିଧାୟକ ପ୍ରକାଶ ଚନ୍ଦ୍ର ସେଠୀଙ୍କ ପୃଷ୍ଠପୋଷକତାରେ ଆୟୋଜିତ…
ରାଜ୍ୟ ସ୍ତରୀୟ ବିଶ୍ୱ ଜଳ ଦିବସ ସମାରୋହ ୨୦୨୬ ଉଦ୍ଘାଟନ କଲେ ମୁଖ୍ୟମନ୍ତ୍ରୀ
ପ୍ରାୟ ୨୨୯୨ କୋଟିର ୧୭ ଟି ପ୍ରକଳ୍ପର ଶିଳାନ୍ୟାସ, ପ୍ରାୟ ୩୨୦ କୋଟିର ୧୨୪ ଟି ପ୍ରକଳ୍ପର ଶୁଭ ଉଦ୍ଘାଟନ କଲେ ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନ- ବୁନ୍ଦାଏ…
