ସୁନ୍ଦରଗଡ,୦୯/୦୪/୨୦୨୪(ଓଡ଼ିଶା ସମାଚାର)- ସୁନ୍ଦରଗଡ ଜିଲ୍ଲା ରାଜଗାଙ୍ଗପୁର ନିର୍ବାଚନ ମଣ୍ଡଳୀ ର ଅମରେଶ ପଣ୍ଡା ଙ୍କ ଉପରୁ ବିଜୁ ଜନତା ଦଳର ନିଲମ୍ବନ ଆଦେଶ ହଟିଲା । ପୂର୍ବତନ ବିଧାୟକ ମଙ୍ଗଳା କିଶାନ ଙ୍କ ଘନିଷ୍ଠ ସହଯୋଗୀ ତଥା ପୂର୍ବତନ ଟାଉନ ବିଜେଡ଼ି ସଭାପତି ଅଭିଜ୍ଞ ଯୁବ ନେତା ଅମରେଶ ପଣ୍ଡା ଙ୍କ ଉପରୁ ବିଜୁ ଜନତା ଦଳର ନିଲମ୍ବନ ଆଦେଶ ଆଜି ହଟିଲା । ଦୀର୍ଘ ତିନି ବର୍ଷ ପରେ ଆଜି ନିଲମ୍ବନ ଆଦେଶ ପ୍ରତ୍ୟାହାର କରିଥିବା ନେଇ ବିଜୁ ଜନତା ଦଳର ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ପ୍ରେସ ବିବୃତି ମାଧ୍ୟମରେ ସୂଚନା ଦେଇଛନ୍ତି। ନିଲମ୍ବନ ହଟିବା ପରେ ଅମରେଶ ଙ୍କ ସମର୍ଥକ ଙ୍କ ମଧ୍ୟରେ ଖୁସିର ଲହରୀ ଖେଳି ଯାଇଥିବା ବେଳେ ନବୀନ ପଟ୍ଟନାୟକ ଜିନ୍ଦାବାଦର ନାରା ଲଗାଇ ଉତ୍ସବ ମନାଇଛନ୍ତି। ନିଲମ୍ବନ ପରେ ମଧ୍ୟ ସେ ଦୀର୍ଘ ୩ ବର୍ଷ ବିଜୁ ଜନତା ଦଳରେ ରହି ସେ ଦଳ ପାଇଁ ନିଃସ୍ଵାର୍ଥପର ଭାବେ ଦଳ ପାଇଁ କାର୍ଯ୍ୟ କରି ଆସୁଥିଲେ।ତାଙ୍କର ଆଗମନରେ ଆସନ୍ତା ନିର୍ବାଚନ ବିଜୁ ଜନତା ଦଳ ପାଇଁ ନିଶ୍ଚୟ ଫଳପ୍ରଦ ହେବ ବୋଲି ରାଜନୈତିକ ମହଲରେ ବେଶ୍ ଚର୍ଚ୍ଚା ହେଉଛି।
ଅମରେଶ ପଣ୍ଡା ଙ୍କ ଉପରୁ ହଟିଲା ନିଲମ୍ବନ ଆଦେଶ
