ଚଳଚ୍ଚିତ୍ର ଅଭିନେତା ତଥା ଵିଜେପି ନେତା ଶ୍ରୀତମ ଦାସ ଘୋଡାରୁ ପଡି ଆହତ,ଆଶୁ ଆରୋଗ୍ୟ କାମନା

କଟକ ସଦର , ୨୩/୧୧/୨୦୨୩ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): ଓଡ଼ିଆ ଚଳଚ୍ଚିତ୍ର ଜଗତର ସ୍ୱନାମଧନ୍ୟ ଅଭିନେତା ତଥା ରାଜ୍ୟ ଵିଜେପିର ଷ୍ଟାର୍ ପ୍ରଚାରକ ଶ୍ରୀତମ ଦାସ ଗତକାଲି ବୁଧବାର ଦିନ ଏକ ପୈ।ରାଣିକ ଚଳଚ୍ଚିତ୍ର ‘ନଵକଳେଵର’ ରେ ମୁକୁନ୍ଦଦେଵ ଚରିତ୍ରରେ ଘୋଡ଼ା ଉପରେ ଵସି ଯାଉଥିବା ବେଳେ ସୁଟିଂ ସେଟରୁ ଖସିପଡ଼ି ଆହତ ହୋଇଥିଲେ। ଦୂର୍ଘଟଣାରେ ତାଙ୍କର ଡାହାଣ ହାତ ଭାଙ୍ଗିଥିବା ବେଳେ ଅସ୍ତ୍ରୋପଚାରର ଆବଶ୍ୟକତା ଥିବା ଜଣାପଡିଛି। ସେଥିପାଇଁ ଆଜି ଗୁରୁବାର ସଂଧ୍ୟାରେ ତାଙ୍କର କଟକର ଏକ ଘରୋଇ ହସ୍ପିଟାଲରେ ଅସ୍ତ୍ରୋପଚାର କରାଯିବ ଵୋଲି ତାଙ୍କର ନିକଟତମ ମହଲରୁ ଜଣାପଡିଛି। ଵିଜେପି ମହଲ ଓ ଚଳଚ୍ଚିତ୍ର କଳାକାରମାନଙ୍କ ପକ୍ଷରୁ ଶ୍ରୀତମଙ୍କର ଆଶୁ ଆରୋଗ୍ୟ କାମନା କରାଯାଉଛି।

Leave a Reply

Your email address will not be published. Required fields are marked *