ଜାଗ ଓଡିଶା ଜାଗ ପକ୍ଷରୁ ସ୍ବେଚ୍ଛାକୃତ ରକ୍ତଦାନ ଓ ଅଙ୍ଗଦାନ ସଚେତନତା କାର୍ଯ୍ୟକ୍ରମ

ଖୋର୍ଦ୍ଧା, ୧୯/୧୨/୨୦୨୩ (ଓଡ଼ିଶା ସମାଚାର)- ଖୋର୍ଦ୍ଧା ହାବେଳି ପଡିଆ ଠାରେ ଚାଲିଥିବା ଖୋର୍ଦ୍ଧା ମହୋତ୍ସବ ପରିସରରେ ଜାଗ ଓଡିଶା ଜାଗ ଦୁର୍ନୀତି ନିବାରଣ ସଂଗଠନ ଓଡିଶା ପକ୍ଷରୁ ରାଜ୍ୟ ସଭାପତି ନାରାୟଣ ମହାନ୍ତି ଙ୍କ ଆୟୋଜନ ରେ ସ୍ବେଚ୍ଛାକୃତ ରକ୍ତଦାନ ଓ ଅଙ୍ଗ ଦାନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଅଛି। ଭଗବାନ ଙ୍କ ଦ୍ଵାରା ଦିଆଯାଇଥିବା ଆମ ଶରୀର ମୃତ୍ୟୁ ପରେ ନଷ୍ଟ ହେଉଥିବା ବେଳେ ସେହି ଶରୀର ର ବିଭିନ୍ନ ଅଙ୍ଗ ଯଦି ମୃତ୍ୟୁ ପରେ ଜଣେ ଜୀବିତ ଲୋକର କାର୍ଯ୍ୟରେ ଲାଗିପାରିବ ତାହା ହେଲେ ଆମ ଜୀବନ ସାର୍ଥକ ହୋଇପାରିବ।କାରଣ ଆମ ଶରୀରର ଅନେକ ଅଙ୍ଗ ପୁନଃ ପ୍ରତିରୋପଣ ହୋଇପାରୁଛି। ସେହିପରି ଅନେକ ସମୟରେ ରକ୍ତ ଅଭାବ ରୁ ଗରିବ ହୁଅନ୍ତୁ ବା ଧନୀ ମୃତ୍ୟୁବରଣ କରୁଛନ୍ତି। ତେଣୁ ମୋଟାମୋଟି କହିବାକୁ ଗଲେ ଜୀବିତ ଅବସ୍ଥାରେ ଆମ ଶରୀର ରୁ ରକ୍ତ ଦାନ କରିବା ଓ ମୃତ୍ୟୁ ପରେ ଅଙ୍ଗ ଦାନ କରିବା ଉଦ୍ୟଶ ରେ ଅନୁଷ୍ଠାନ ପକ୍ଷରୁ ଏହି ସଚେତନତା କାର୍ଯ୍ୟକ୍ରମ କରାଯାଇଛି। ପ୍ରତିଦିନ ଅନେକ ଲୋକ ଏହି ଷ୍ଟଲ ପାଖକୁ ଆସି ସଚେତନ ହେବା ସହିତ ଅନୁଷ୍ଠାନର ନୂତନ ସଭ୍ୟ ହେଉଛନ୍ତି। ସାଧାରଣ ଲୋକ କିଭଳି ରକ୍ତ ଦାନ ଓ ଅଙ୍ଗ ଦାନ କରି ସମାଜସେବାର ସୂତ୍ରଧର ହେବେ ଏ ନେଇ ଅନୁଷ୍ଠାନ ପକ୍ଷରୁ ସହାୟତା ଆପ ମଧ୍ୟ ଖୋଲାଯାଇଛି। ଯେକୌଣସି ବ୍ୟକ୍ତି ରକ୍ତଦାନ ଓ ଅଙ୍ଗଦାନ କରିବା ଓ କାହାର ରକ୍ତ ଓ କୌଣସି ଅଙ୍ଗ ର ଆବଶ୍ୟକତା ହେଲେ ଅନୁଷ୍ଠାନ ସହିତ ଯୋଗାଯୋଗ କରିପାରିବେ ବୋଲି ସଭାପତି ନାରାୟଣ ମହାନ୍ତି କହିଛନ୍ତି।ଏହି କାର୍ଯ୍ୟକ୍ରମ ରେ ସୌମେନ୍ଦ୍ର ମହାନ୍ତି,ବିଚିତ୍ରା ନନ୍ଦ ଦୀକ୍ଷିତ ଓ ଅନୁଷ୍ଠାନ ର ସଭ୍ୟମାନେ ସହଯୋଗ କରିଛନ୍ତି।ଏଭଳି କାର୍ଯ୍ୟକ୍ରମ କୁ ବିଭିନ୍ନ ମହଲରେ ସ୍ୱାଗତ କରାଯାଇଛି।

Leave a Reply

Your email address will not be published. Required fields are marked *