ଚଳନ୍ତା କାର ରେ ଲାଗିଲା ନିଆଁ ,ମୃତ୍ୟୁ ମୁଖରୁ ବର୍ତୀ ଗଲେ ସାମ୍ବାଦିକ

ଲକ୍ଷ୍ମୀପୁର, ୨୩/୧୧/୨୦୨୩ (ଓଡ଼ିଶା ସମାଚାର / ପ୍ରମୋଦ କୁମାର ଜେନା)- କୋରାପୁଟ ଜିଲ୍ଲା ନାରାୟଣପାଟଣା ବ୍ଲକରେ ଏକ ଛାତି ଥରା ଘଟଣା ଘଟି ଯାଇଛି।କାରରେ ନିଆଁ ଲାଗି ସମ୍ପୂର୍ଣ ପାଉଁଶ ହେଇ ଯାଇଥିବା ବେଳେ ଜଣେ ସାମ୍ବାଦିକଙ୍କ ଜୀବନ ଅଳ୍ପକେ ବର୍ତ୍ତି ଯାଇଛି।ଖବର ନେବାରେ ଜଣା ପଡିଛିକି  ଏକ ଦୈନିକ ଖବର କାଗଜର  ନାରାୟଣପାଟଣା ବ୍ଲକର   ସାମ୍ବାଦିକ ଏନ୍.ସନ୍ତୋଷ କୁମାର୍ କୌଣସି କାମରେ ନିଜ କାର ଧରି ବୋରିଗି ଅଞ୍ଚଳକୁ ଯାଉଥିବା ବେଳେ ଜାମୁଡ଼ାୱାଲସା ଛକ ନିକଟରେ କାରର ଆଗପଟୁ ନିଆଁ ଲାଗି ଯାଇଥିଲା। ସିଏ କାର କୁ ରଖି ଭିତରୁ ବାହାରି ଆସି ନିଆଁକୁ ଲିଭାଇବାକୁ ବହୁତ ଚେଷ୍ଟା କରିଥିଲେ କିନ୍ତୁ ନିଆଁ କୁ ଲିଭାଇ ପାରିନଥିଲେ। ସେଇ ବାଟ ଦେଇ ଯାଉଥିବା ଅନେକ ଲୋକଙ୍କୁ ସାହାଯ୍ୟ ମାଗିଥିଲେ । ହେଲେ କେହିବି ସାହାଯ୍ୟ କରିବା ପରିବର୍ତ୍ତେ ନିଜ ନିଜ ମୋବାଇଲ ଫୋନରେ ଭିଡିଓ ଉଠାଇବାରେ ବ୍ୟସ୍ତ ଥିବା ଦେଖିବାକୁ ମିଳିଥିଲା। ପରେ ଖବର ପାଇ ନାରାୟଣପାଟଣା ଦମକଳ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ନିଆଁ କୁ ଆୟତ କରିଥିଲେ । କିନ୍ତୁ କାରଟି ସମ୍ପୂର୍ଣ ଭାବେ ଜଳିଯାଇଥିଲ।ଏହି ଘଟଣା ଏବେ ସାରା ବ୍ଲକରେ ଚର୍ଚ୍ଚାର ବିଷୟ ପାଲଟିଥିବା ବେଳେ ନିଆଁ ଲାଗିବାର କାରଣ ଜଣା ପଡ଼ି ନାହିଁ।

Leave a Reply

Your email address will not be published. Required fields are marked *