କୋଠପଦାରେ ଅଗ୍ନିକାଣ୍ଡ,ବିପନ୍ନ ପରିବାରକୁ ବଦାନ୍ୟ ବ୍ୟକ୍ତିଙ୍କ ସହାୟତା ପ୍ରଦାନ

ମାହାଙ୍ଗା, ୨୩/୧୧/୨୦୨୩ (ଓଡିଶା ସମାଚାର /ଅଭୟ ଜେନା )- କୁହୁଣ୍ଡା ପଞ୍ଚାୟତ କୋଠପଦା ଗ୍ରାମରେ ବୁଧବାର ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟିଛି । ଗ୍ରାମର ପାଣୁ ପୃଷ୍ଟି ଓ ଶ୍ୟାମ ସୁନ୍ଦର ପୃଷ୍ଟିଙ୍କ ୨ ବଖରା ଘର ସମ୍ପୂର୍ଣ୍ଣ ପୋଡି ଯାଇଛି । ସର୍ଟ ସର୍କିଟରୁ ଏହି ଅଗ୍ନିକାଣ୍ଡ ଘଟିଥିବା ସୂଚନା ମିଳିଛି । ତେବେ ନିଆଁ ଲାଗିବା ପରେ ଘର ଭିତରେ ଥିବା ସମସ୍ତ ଆସବାବପତ୍ର ଜଳି ଯାଇଥିବା ବେଳେ ପରିବାରର ସଦସ୍ୟମାନେ ସୁରକ୍ଷିତ ଥିବା ଜଣା ପଡିଛି । ମାହାଙ୍ଗା ତହସିଲ ପକ୍ଷରୁ ସ୍ଥାନୀୟ ରାଜସ୍ବ ନିରୀକ୍ଷକ କ୍ଷୀରୋଦ ସାହୁଙ୍କ ତଦନ୍ତ ରିପୋର୍ଟ ଆଧାରରେ ବିପନ୍ନଙ୍କୁ ପାଲ ଓ ଆର୍ଥିକ ସହାୟତା ଯୋଗାଇ ଦିଆଯଇଛି । ବିଶିଷ୍ଟ ସମାଜସେବୀ ଚୌଧୁରୀ ପ୍ରଭାତ କେଶରୀ ମିଶ୍ର ଅଗ୍ନି ବିପନ୍ନଙ୍କୁ ଭେଟି ଆର୍ଥିକ ସହଯୋଗ ପ୍ରଦାନ କରିଛନ୍ତି । ସେହିପରି ଯୁବ ସମାଜସେବୀ ଶୋଭନ କରଙ୍କ ପକ୍ଷରୁ କ୍ଷତିଗ୍ରସ୍ତ ପରିବାରକୁ ଆର୍ଥିକ ସହାୟତା ଯୋଗାଇଦିଆ ଯିବା ଖବର ମିଳିଛି । ପଞ୍ଚାୟତ ସମିତି ଉପାଧ୍ୟକ୍ଷ ସତ୍ୟନାରାୟଣ ମହାନ୍ତି,ସାମ୍ବାଦିକ ଅଖିଳେଶ ମହାନ୍ତି,ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ଅଲେଖ ଚନ୍ଦ୍ର ଦାସ,ସମାଜସେବୀ ରାମଚନ୍ଦ୍ର ମହାପାତ୍ର,ସୁଶାନ୍ତ ଦାସ,ଅଭିମନ୍ୟୁ ସାମଲ,ବାସବ ବେହେରା,ସରୋଜ ଦାସ,ଗଣେଶ ବିହାରୀ,ଦୀପକ ରଂଜନ ଦାସ,କେଦାରେଶ୍ୱର ପୁହାଣ,ସୁଧାଂଶୁ ପାଣି,ସୁମନ୍ତ ପଲେଇ, ମନୋଜ ପରିଡା, ପ୍ରକାଶ ବେହେରା, ରବୀନ୍ଦ୍ର ପୃଷ୍ଟି,ଟୁଲୁ ବେହେରା ପ୍ରମୁଖ ଅଗ୍ନି ବିପନ୍ନ ପରିବାରଙ୍କୁ ଭେଟି ସମବେଦନା ଜଣାଇବା ସହ କ୍ଷତିଗ୍ରସ୍ତ ପରିବାରକୁ ସରକାର ପକ୍କାଘର ଯୋଗାଇ ଦେବାକୁ ସେମାନେ ଦାବି କରିଛନ୍ତି ।

Leave a Reply

Your email address will not be published. Required fields are marked *