କେନ୍ଦ୍ରାପଡା ଜିଲା ସ୍ତରୀୟ ୭୯ତମ ସ୍ୱାଧୀନତା ଦିବସ ପାଳିତ

କେନ୍ଦ୍ରାପଡ଼ା, ୧୬/୦୮/୨୦୨୫(ଓଡ଼ିଶା ସମାଚାର)- କେନ୍ଦ୍ରାପଡ଼ା ସ୍ୱୟଂଶାସିତ ମହାବିଦ୍ୟାଳୟ ଖେଳ ପଡିଆରେ ଜିଲା ସ୍ତରୀୟ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି । ଏହି ଜାତୀୟ ଦିବସରେ ଜିଲାପାଳ ରଘୁରାମ ଆର ଆୟାର ମୁଖ୍ୟଅତିଥି ଭାବେ ଯୋଗଦେଇ ଜାତୀୟ ପତାକା ଉତୋଳନ କରିବା ସହିତ ସମ୍ମିଳିତ ପ୍ୟାରେଡରେ ଅଭିବାଦନ ଗ୍ରହଣ କରିଥିଲେ । ସେ ତାଙ୍କ ଅଭିଭାଷଣରେ ଆମ ଗଣତନ୍ତ୍ରକୁ ସମୃଦ୍ଧ ଓ ସଶକ୍ତ କରିବା ନିମନ୍ତେ ପ୍ରତ୍ୟେକ ନାଗରିକଙ୍କ ଗୁରୁ ଦାୟିତ୍ୱ ରହିଛି ବୋଲି କହିଥିଲେ । ଏହି ଦାୟିତ୍ୱ ନିର୍ବାହ ସହ ସମାଜର ସବୁ ବର୍ଗର ବ୍ୟକ୍ତିଙ୍କୁ ସାଥିରେ ନେଇ ସାମାଜିକ ଭେଦଭାବ ଦୂର କରି ଏକ ପରିପକ୍ୱ ଓ ପରିପୃଷ୍ଟ ଗଣତନ୍ତ୍ର ପ୍ରତିଷ୍ଠା ଏବଂ ବିକାଶ ପଥରେ ସହଭାଗୀ ହେବା ପ୍ରତ୍ୟେକ ନାଗରିକଙ୍କ ଦାୟିତ୍ୱ ଓ କର୍ତବ୍ୟ ରହିଛି ବୋଲି ମତବ୍ୟକ୍ତ କରିଥିଲେ ।

ଏତଦ୍ବ୍ୟତୀତ ପ୍ଲାଷ୍ଟିକ ବ୍ୟବହାରଠୁ ଦୁରେଇ ରହିବା, ଆସନ୍ତା ସେପ୍େଟମ୍ବରରେ ହେବାକୁ ଥିବା ବିଶାଳ ବୃକ୍ଷରୋପଣ ଅଭିଯାନ “ଏକ ପେଡ ମା କେ ନାମ’ କାର୍ଯ୍ୟକ୍ରମରେ ଜଣସାଧାରଣଙ୍କ ସକ୍ରିୟ ଯୋଗଦାନ ପାଇଁ ଅନୁରୋଧ କରିଥିଲେ । “ଆଦି କର୍ମଯୋଗୀ ଅଭିଯାନ’ ଜାତୀୟ ସ୍ତରରେ ଜନଜାତିୟ ଅଧିକାର, ଶିକ୍ଷା, କୌଶଳ ଓ ସଶକ୍ତିକରଣ ପାଇଁ ଏକ ସଙ୍କଳ୍ପ । ଏହି ଅଭିଯାନ ଆମ ସ୍ୱାଧୀନତା ସଂଗ୍ରାମର ‘ସବୁଙ୍କୁ ନେଇ ସବୁଙ୍କର ଉନ୍ନତି’ର ସୃଷ୍ଟିଶୀଳ ପ୍ରତିରୂପ । ଆସନ୍ତୁ ଏହି ସ୍ୱାଧୀନତା ଦିବସରେ ଆମେ ସଙ୍କଳ୍ପ ନେବା, ଯେପରିକି ପ୍ରତ୍ୟେକ ଗ୍ରାମ, ପ୍ରତ୍ୟେକ ମଣିଷ ପର୍ଯ୍ୟନ୍ତ ଉନ୍ନୟନର ଆଲୋକ ପହଂଚିିବ । ଲକ୍ଷପତି ସୃଷ୍ଟିରେ କେନ୍ଦ୍ରାପଡା ଜିଲା ରାଜ୍ୟରେ ଦ୍ୱିତୀୟ ସ୍ଥାନ ଅଧିକାର କରିଛି । ଯାହାକି ଜିଲାପାଇଁ ଗୌରବର ବିଷୟ ଓ ଏହା ସହିତ ଜିଲା ମୁଖ୍ୟ ଚିକିତ୍ସାଳୟକୁ ବେବି ଫ୍ରେଣ୍ଡଲି ହସ୍ପିଟାଲ ଭାବେ ରାଜ୍ୟରେ ପୁରସ୍କୃତ ହେବା ନିଶ୍ଚିତ ଭାବେ ଗର୍ବର କଥା । ଏକଜୁଟ ହୋଇ ବିକଶିତ ଜିଲା ନିର୍ମାଣ କରି ବିକଶିତ ଭାରତର ସ୍ୱପ୍ନକୁ ପୁରଣ କରିବା ।

ଏହି ଜାତୀୟ ଦିବସ ଅବସରରେ ପୋଲିସ ବିଭାଗ ୩ ଜଣ( ସରୋଜ କୁମାର ସାହୁ, ଡିଏସପି, ଦିଲ୍ଲୀପ କୁମାର ସାହୁ ଆଇଆଇସି ଟାଉନ ଥାନା ଏବଂ ଶିଶିର କୁମାର ସାହୁ ଏଏସଆଇ ରାଜନଗର ଥାନା ),୨ ଜଣ ଅଗ୍ନିଶମ ବିଭାଗର( ଶଶୀ ଶେଖର ପଣ୍ଡା ଓ ବିଜୟ କୁମାର ସାହୁ), ଜଣେ ଡାକ୍ତର( ଡ. ରଶ୍ମି ରଞ୍ଜନ ମହାନ୍ତି, ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରାଜନଗର), ଗୋଟିଏ ଉତ୍କଳ ଗ୍ରାମୀଣଉତ୍ପାଦକ ଗୋଷ୍ଠୀ(ଗୋଲାରହାଟ, ଡେରାବିଶ), ଜଣେ କ୍ରୀଡ଼ାବିତ(ସାହଦତ୍ ଖାଁ ) ଏବଂ ରାଜ୍ୟ ସ୍ତରୀୟ ବକ୍ତୃୃତା ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ଅଧିକାର କରିଥିବା ଛାତ୍ର କେନ୍ଦ୍ରାପଡ଼ା ଜିଲାର ତେଜ ତନ୍ମୟଙ୍କୁ ମୁଖ୍ୟଅତିଥି ସମ୍ବର୍ଦ୍ଧିତ କରିଥିଲେ । ଏହାସହିତ ପୂର୍ବରୁ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତାର କୃତୀ ଛାତ୍ରଛାତ୍ରୀଙ୍କୁ ମୁଖ୍ୟଅତିଥି ପୁରସ୍କୃତ କରିଥିଲେ । ଜିଲା ପରିଷଦ ଅଧ୍ୟକ୍ଷା ଲିଲିତା ଦାସ, କେନ୍ଦ୍ରାପଡ଼ା ପୌରପାଳିକା ଅଧ୍ୟକ୍ଷା ସରିତା ସାହୁ, ଆରକ୍ଷୀ ଅଧିକ୍ଷକ ସିଦ୍ଧାର୍ଥ କଟାରିଆ, ଜିଲାପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଅଜାମ୍ବର ମହାନ୍ତି, ଅତିରିକ୍ତ ଜିଲାପାଳ ରବୀନ୍ଦ୍ର କୁମାର ମଲ୍ଲିକ, ଉପଜିଲାପାଳ ଅରୁଣ କୁମାର ନାୟକଙ୍କ ସମେତ ଜିଲାସ୍ତରୀୟ ଅଧିକାରୀମାନେ ଉପସ୍ଥିତ ଥିଲେ । ପ୍ୟାରେଡ଼ରେ ମୋଟ ୩୨ ଗୋଟି ଦଳ ଅଂଶଗ୍ରହଣ କରିଥିଲେ ।

ସେଥିମଧ୍ୟରୁ ଏନସିସି ୍ୱବର୍ଗର୍ରେ କେନ୍ଦ୍ରାପଡ଼ା ସ୍ୱୟଂଶାସିତ ମହାବିଦ୍ୟାଳୟ ବାଳକ ପ୍ରଥମ, ସରକାରୀ ହାଇସ୍କୁଲ ଏନସିସି ଦ୍ୱିତୀୟ ଏବଂ କେନ୍ଦ୍ରାପଡ଼ା ସ୍ୱୟଂଶାସିତ ମହାବିଦ୍ୟାଳୟ ବାଳିକା ତୃତୀୟ ସ୍ଥାନ ଅଧିକାର କରିଥିଲେ । ବରିଷ୍ଠ ବର୍ଗରେ ମାଇଁ ଏନସିସି ଆଲୁମିନି ଆସୋସିଏସନ ପ୍ରଥମ ହୋଇଥିବା ବେଳେ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ କେନ୍ଦ୍ରାପଡ଼ା ଦ୍ୱିତୀୟ ଏବଂ ସରସ୍ୱତୀ ବିଦ୍ୟା ମନ୍ଦିର ତୃତୀୟ ସ୍ଥାନ ଅଧିକାର କରିଥିଲେ । କନିଷ୍ଠ ବର୍ଗରେ ପିଏମ ଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟ ପ୍ରଥମ, ଷ୍ଟାଣ୍ଡାର୍ଡ ପବ୍ଲିକ ସ୍କୁଲ ଦ୍ୱିତୀୟ ଏବଂ ଜେନିଥ, ମେଢ଼ରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପ୍ରଥମ, ଜିଲା ସମଗ୍ର ଶିକ୍ଷା ଦ୍ୱିତୀୟ ଏବଂ ଜିଲା ସ୍ୱାସ୍ଥ୍ୟ ସମିତି ତୃତୀୟ ସ୍ଥାନ ଅଧିକାର କରି ମୁଖ୍ୟଅତିଥିଙ୍କ ଦ୍ୱାରା ପୁରସ୍କୃତ ହୋଇଥିଲେ । ପରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଚଳିତ ବର୍ଷ ପ୍ୟାରେଡରେ ମୁଖ୍ୟ ଆକର୍ଷଣ ଥିଲା ପୌରସଂସ୍ଥା ଦୃଷ୍ଟିହୀନ, ମାନସିକ ଅନଗ୍ରସର ଓ ବଧିର ବିଦ୍ୟାଳୟ କେନ୍ଦ୍ରାପଡ଼ାର ଛାତ୍ରଛାତ୍ରୀଙ୍କ ପ୍ୟାରେଡ଼ରେ ଅଂଶଗ୍ରହଣ । ରିଜର୍ଭ ଇନିସ୍ପେକଟର ପ୍ରଶାନ୍ତ କୁମାର ରଣସିଂଙ୍କ ନେତୃତ୍ୱରେ ପ୍ୟାରେଡ ସମ୍ପାଦିତ ହୋଇଥିଲା । ଏହାପରେ ମୁଖ୍ୟଅତିଥି ସ୍ଥାନୀୟ ଜେଲ ଏବଂ ଜିଲା ମୁଖ୍ୟ ଚିକିତ୍ସାଳୟରେ ମିଷ୍ଟାନ୍ନ ଓ ଫଳ ବଂଟନ କରିଥିଲେ ।

Leave a Reply

Your email address will not be published. Required fields are marked *