କେନ୍ଦ୍ରାପଡା କୁ  ଗଡିବ ମେମୁ ଟ୍ରେନ

ଭୁବନେଶ୍ୱର/କେନ୍ଦ୍ରାପଡା,୦୩/୦୩/୨୦୨୪ (ଓଡ଼ିଶା ସମାଚାର)- ନିର୍ବାଚନ ପୂର୍ବରୁ ବହୁ ପ୍ରତିକ୍ଷୀତ ପରାଦୀପ-ହରିଦାସପୁର ରେଳ ଲାଇନରେ ଗଡିବ ଯାତ୍ରୀବାହୀ ଟ୍ରେନ। ପାରାଦୀପରୁ କେନ୍ଦ୍ରାପଡା ଦେଇ କେନ୍ଦୁଝରକୁ ଗଡିବ ମେମୋ ଟ୍ରେନ। ମାର୍ଚ୍ଚ ୫ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସବୁଜ ପତାକା ଦେଖାଇ ମେମୋ ଟ୍ରେନ ଶୁଭାରମ୍ଭ କରିବାର କାର୍ଯ୍ୟକ୍ରମ ରହିଛି। ଏ ନେଇ ଆଜି ପରାଦୀପ-ହରିଦାସପୁର ଲାଇନ୍‌ର ଯାଞ୍ଚ ହୋଇଛି। ଡିଆରଏମ୍‌ ଏସ୍‌ଏସ୍‌ ବାଜୱା ଏହି ସୂଚନା ଦେଇଛନ୍ତି। ୨୦୨୦ ମସିହାରେ ପାରାଦୀପ-ହରିଦାସପୁର ରେଳ ଲାଇନରେ ମାଲବାହୀ ଟ୍ରେନ ଚାଲିଥିଲା। ତା’ପରେ ଯାତ୍ରୀବାହୀ ଟ୍ରେନ ଚଳାଚଳ କରିବା ପାଇଁ ଦାବି ହୋଇ ଆସୁଥିଲା। ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ କେନ୍ଦ୍ରାପଡା ଗସ୍ତ ସମୟରେ ସ୍ଥାନୀୟ ଲୋକ ପୁରୁଣା ଦାବି ଦୋହରାଇ ଥିଲେ। ଯାତ୍ରୀବାହୀ ଟ୍ରେନ ଚଳାଇବା ପାଇଁ ଦାବି କରିଥିଲେ। ସ୍ଥାନୀୟ ଲୋକଙ୍କ ଅନୁରୋଧ କ୍ରମେ ଟ୍ରେନ ଚଳାଇବାକୁ ନିଷ୍ପତ୍ତି ନେଇଛନ୍ତି ରେଳ ମନ୍ତ୍ରଣାଳୟ।

Leave a Reply

Your email address will not be published. Required fields are marked *