କେନ୍ଦ୍ରାପଡା ଜିଲା କ୍ଷତ୍ରୀୟ ଖଣ୍ଡାୟତ ମହାସଂଘ ଆନୁକୂଲ୍ୟରେ ମହାକାଳପଡା ବ୍ଲକରେ ବନ୍ଧୁମିଳନ

କେନ୍ଦ୍ରାପଡ଼ା, ୦୩/୦୩/୨୦୨୪ (ଓଡ଼ିଶା ସମାଚାର)- କେନ୍ଦ୍ରାପଡା ଜିଲା କ୍ଷତ୍ରୀୟ ଖଣ୍ଡାୟତ ମହାସଂଘ ଆନୁକୂଲ୍ୟରେ ମହାକାଳପଡା ବ୍ଲକ ଅନ୍ତର୍ଗତ ବିଜୟନଗର ଠାରେ ଏକ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ବ୍ଲକ ସଭାପତି ସୁରେନ୍ଦ୍ର କୁମାର ବେହେରା ସଭାପତିତ୍ୱ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଜିଲା ସଭାପତି ଶରତ କୁମାର ବେହେରା, ସମ୍ପାଦକ ସୁମନ୍ତ କୁମାର ରାଉତ, କାର୍ଯ୍ୟକାରୀ ସଭାପତି ଗୋଲେଖ ଚନ୍ଦ୍ର ପଢିହାରୀ, କୋଷାଧ୍ୟକ୍ଷ ସୁସିଲ କୁମାର ସାମଲ, ଉପଦେଷ୍ଟା ଗଙ୍ଗାଧର ପରିଡା, ଧନେଶ୍ୱର ରାଉତ, ନରୋତମ ପରିଡା, ଭାଗୀରଥି ଜେନା, ଚନ୍ଦନ କୁମାର ପରିଡା, ଶାନ୍ତିସ୍ୱରୂପ ଭୂୟାଁ, ନଳିନୀପ୍ରଭା ଚୌଧୁରୀ, ଚିନ୍ମୟ ମଲ୍ଲିକ, ପ୍ରଭାତରଞ୍ଜନ ମହାନ୍ତି, ଦିଲ୍ଲିପ କୁମାର ଜେନା ଇତ୍ୟାଦି ଯୋଗଦେଇ ସଂଘର କାର୍ଯ୍ୟକ୍ରମକୁ ଆଗାମୀ ଦିନରେ ଆହୁରି ବ୍ୟାପକ କରାଯାଇ ସଂଗଠନକୁ ସୁଦୃଢ କରାଯିବାକୁ ନିଷ୍ପତି ଗ୍ରହଣ କରାଗଲା । ଜିଲାର ପ୍ରତି ପଂଚାୟତ ସ୍ତରରେ ସଭାପତି ଓ ସମ୍ପାଦକ ଚୟନ କରାଯାଇ ତୃଣମୂଳ ସ୍ତରରୁ ବ୍ୟାପକ କରାଯିବା ସେଙ୍ଗ ସେଙ୍ଗ ଜିଲା ସ୍ତରରେ ଏକ ସ୍ଥାୟୀ ଅଫିସ କରାଯାଇ ଜିଲାର ସମସ୍ତ କ୍ଷତ୍ରୀୟ ଖଣ୍ଡାୟତ ଲୋକମାନଙ୍କର ବିଭିନ୍ନ ମୌଳିକ ସମସ୍ୟା, କୋର୍ଟ କଚେରୀ, ପୋଲିସ ଫାଣ୍ଡି ଇତ୍ୟାଦି ସମସ୍ୟା ଗୁଡିକୁ ସମାଧାନ କରାଯିବା ପାଇଁ ନିଷ୍ପତି ଗ୍ରହଣ କରାଗଲା । ପ୍ରାରମ୍ଭରେ ଜାତୀୟ ସଂଗୀତ ଗାନ କରାଯିବା ସହ ଚନ୍ଦନ କୁମାର ପରିଡା ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ଶେଷରେ ଚୈତନ୍ୟ ପରିଡା ଧନ୍ୟବାଦ ଅର୍ପଣ କରିଥିଲେ ।

Leave a Reply

Your email address will not be published. Required fields are marked *