ଜୁନାଗଡ଼, ୧୦/୦୧/୨୦୨୪ (ଓଡ଼ିଶା ସମାଚାର /ରାକେଶ ବେମାଲ) – ଜଗନ୍ନାଥ ସଂସ୍କୃତି ର ପ୍ରଚାର ପ୍ରାସାର କରିବା ଲକ୍ଷ ନେଇ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ନେଇ ଅର୍ପଣ ରଥ ପରିକ୍ରମା ଆଜି ଜୁନାଗଡ଼ ସହରରେ ଆରମ୍ଭ ହୋଇଛି।ଏହି ଅର୍ପଣ ରଥ ଚଳିତ ମାସ ୬ ତାରିଖ ଠାରୁ ସାରା ଓଡ଼ିଶାର ବିଭିନ୍ନ ଗାଁ ର ଘର ଘର ବୁଲି ଅରୁଆ ଚାଉଳ ଓ ଗୁଆ ସଂଗ୍ରହ କରି ଶ୍ରୀମନ୍ଦିର ରେ ପହଞ୍ଚାଇବାର ସଂକଳ୍ପ ରହିଛି। ଆଜି ଜୁନାଗଡ଼ ସହରର ଡଙ୍ଗାଘାଟପଡା ଜଗନ୍ନାଥ ମନ୍ଦିରରୁ ବାହାରି ସହରର ବିଭିନ୍ନ ପଡା ବୁଲୁଥିବା ବେଳେ ଅରୁଆ ଚାଉଳ, ଓ ଗୁଆ ସମର୍ପଣ କରିଛନ୍ତି। ଏହି ରଥକୁ ଜୁନାଗଡ଼ ବାସୀ ଭବ୍ୟ ସ୍ୱାଗତ କରିବା ସହିତ ଫୁଲ ଚନ୍ଦନ ଦେଇ ପ୍ରଭୁ ଶ୍ରୀ ଜଗନ୍ନାଥ ଙ୍କୁ ପୂଜାର୍ଚନା କରି ଶତାଧିକ ମହିଳା ପୁରୁଷ ଖୋଳ , କୀର୍ତ୍ତନ ଧରି ଭଜନ ଗାଇ ଶୋଭାଯାତ୍ରାରେ ବାହାରିଛନ୍ତି। ଯାହା କୁ ନେଇ ଏକ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଛି । ଏହି ରଥ ସହିତ ଜୁନାଗଡ଼ ବିଧାୟକ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର ମଧ୍ୟ ସଂକୀର୍ତ୍ତନ ଦଳ ସହିତ ମିଶି ନାଚି ନାଚି ପଡା ପଡା ବୁଲି ଆଧ୍ୟାତ୍ମିକ ସଚେତନତା ର ବାର୍ତା ଦେଉଛନ୍ତି ।ଏହି କାର୍ଯ୍ୟ କ୍ରମ ରେ ଜୁନାଗଡ଼ ନଗରପାଳ ମୁକେଶ ଅଗ୍ରୱାଲ ଓ ଏନ୍ ଏ ସି ଇ ଓ ପ୍ରେମ ଲାଲ ହିଁଅ।ଲ, ଉପାଧ୍ୟକ୍ଷ। ହିଁମାଦ୍ରୀ ନାଏକ, ପୂର୍ବତନ ନଗର୍ ପାଲ୍ ମହେଶ୍ ସାହୁ, ନୋଡାଲ ଅଫିସର ଅରୁଣ ବେହେରା, ଦୂର୍ଗା ନାଏକ, ଡଙ୍ଗ।ଘାଟପଡା ମନ୍ଦିର କମିଟି ର ପୂଜକ ରଜନୀ ଧାଙ୍ଗଡାମାଝି, ଭକ୍ତି ସଙ୍କର ବାଗ, ପୂର୍ବତନ ଅଧ୍ୟକ୍ଷl ବିଜୟ ଲକ୍ଷ୍ମୀ କନ୍ଦପାନ, ୱାର୍ଡ ପାରିଷଦ ଓ ସହରର ଅନେକ ଗଣ୍ୟ ମାନ୍ୟ ବ୍ୟକ୍ତି ସାମିଲ ହୋଇଥିଲେ ।