ଟାଙ୍ଗୀ, ୦୩/୦୩/୨୦୨୪(ଓଡ଼ିଶା ସମାଚାର)- ଖୋରଧା ନିର୍ବାଚନମଣ୍ଡଳୀ ରେ ବିଜୁ ଜନତା ଦଳର ସଂଗଠନ କୁ ତୃଣମୂଳ ସ୍ତର ରୁ ମଜଭୁତ କରିବାପାଇଁ ପ୍ରତି ପଞ୍ଚାୟତ ଭଳି ମଙ୍ଗଳାଯୋଡି ଗ୍ରା. ପ. ବଳିମାଝୀ ଙ୍କ ପବିତ୍ର ପୀଠରେ ପ୍ରତେକ ୱାର୍ଡରୁ ପ୍ରାୟ ଶତାଧିକ ବରିଷ୍ଠ ଯୁବ ଛାତ୍ର ଙ୍କୁ ନେଇ ଏକ ବନ୍ଧୁମିଳନ ଓ ସାଙ୍ଗଠନିକ ବୈଠକ ଅନୁଷ୍ଠିତ ହୋଇଯାଇଛି । ପୃଷ୍ଠ ଭାଗରେ ଏହି ବୈଠକ ର ନେତୃତ୍ୱ ନେଇଥିଲେ କଣ୍ଠ ବେହେରା, ଚିତ୍ତରଞ୍ଜନ ଦାସ ଏବଂ କୃଷ୍ଣଚନ୍ଦ୍ର ମହାପାତ୍ର । ଅତିଥି ଭାବରେ ଯୋଗ ଦେଇ ରାଜ୍ୟ ବିଜୁ ମହିଳା ଜନତା ଦଳ ବରିଷ୍ଠ ଉପସଭାପତି, ବାସନ୍ତୀ ମହାପାତ୍ର ନିଜ ବକ୍ତବ୍ୟରେ ପ୍ରକାଶ କରିଥିଲେ କି ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଏବଂ 5T- ତଥା ଆମ ଓଡିଶା ଅଧ୍ୟକ୍ଷ ଶ୍ରୀଯୁକ୍ତ ଭି. କେ. ପାଣ୍ଡିଆନଙ୍କ ତ୍ୟାଗ, ନିଷ୍ଠା ଓ ଦୂରଦୃଷ୍ଟି ସମ୍ପନ୍ନ ଚିନ୍ତା ଓ ଚେତନା ଯୋଗୁ ଓଡିଶା ଏକ ବିକଶିତ ରାଜ୍ୟ ଭାବରେ ପରିଗଣିତ ହୋଇପାରିଛି । ରୂପାନ୍ତରଣ କାର୍ଯ୍ୟକ୍ରମ ମାଧ୍ୟମରେ ଗାଁ ଠାରୁ ସହର ଯାଏ “ନବୀନ ଓଡିଶା”ର ମହାନ ଲକ୍ଷ୍ୟ ସାଧିତ ହୋଇପାରୁଛି । ଆମେ ସମସ୍ତେ ମିଳିମିଶି ପୁନଃଶ୍ଚ ଷଷ୍ଠ ଥର ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କୁ ମୁଖ୍ୟମନ୍ତ୍ରୀ ପଦରେ ଗାଦିନାସୀନ କରିବାପାଇଁ ସମସ୍ତ ଘରକୁ ଘର ଯାଇ ସରକାର ଙ୍କ ଜନକଲ୍ୟାଣକାରୀ ଯୋଜନା ର ବାର୍ତ୍ତା ପହଞ୍ଚାଇବାକୁ ହେବ । ପ୍ରାକୃତିକ ବିପର୍ଯ୍ୟୟ,ରୋଗରେ ପୀଡିତ ରୋଗୀ, ଅସହାୟ ବ୍ୟକ୍ତି ମାନଙ୍କୁ ନିଜସ୍ୱ ବ୍ୟକ୍ତିଗତ ପାଣ୍ଠି ରୁ ସାହାର୍ଯ୍ୟ ସହଯୋଗ ର ହାତ ବଢ଼ାଇ ସେମାନଙ୍କ ସୁଖଦୁଃଖ ରେ ନିରନ୍ତର ନିଜକୁ ସାମିଲ କରୁଥିବା ଶ୍ରୀମତୀ ମହାପାତ୍ର ଙ୍କ ନେତୃତ୍ୱ ପଛରେ ସମସ୍ତେ ସଂଗଠିତ ହେବାପାଇଁ ଶପଥ ଗ୍ରହଣ କରିଥିଲେ ।