ବଡ଼ବିଲ, ୩୦/୧୦/୨୦୨୪ (ଓଡ଼ିଶା ସମାଚାର)- ବଡ଼ବିଲ ଷ୍ଟେସନ ରୋଡ଼ରେ ଅଘଟଣ, ୧୧ କେଭି ବିଦ୍ୟୁତ୍ ସଂସ୍ପର୍ଶରେ ଆସି ଟେଣ୍ଟ କର୍ମଚାରୀଙ୍କ ମୃତ୍ୟୁ । ମୃତକ ସରେଣ୍ଡା ଅଞ୍ଚଳର ଜଗମୋହନ ମୁଣ୍ଡାଙ୍କ ପୁଅ ନରେନ୍ଦ୍ର ମୁଣ୍ଡା । ସେ ବଡ଼ବିଲ ସ୍ଥିତ ମନିଷା ଟେଣ୍ଟ ହାଉସରେ କାମ କରୁଥିଲେ । ଦୀପାବଳୀ ପାଇଁ ଆଜି ସକାଳେ ସେ ବଡ଼ବିଲ ଷ୍ଟେସନ ରୋଡ଼ ସ୍ଥିତ ଜଣେ ବ୍ୟକ୍ତିଙ୍କ ଘର ଉପରେ ଲିଚୁ ଲାଇଟ୍ ଲଗାଉଥିବାବେଳେ ଏହି ଅଘଟଣ ଘଟିଥିଲା । ଅସାବଧାନତା ବଶତଃ ଘର ଉପର ଦେଇ ଯାଇଥିବା ୧୧ କେ ଭି ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସିଯାଇଥିଲେ । ସଙ୍ଗେ ସଙ୍ଗେ ତାଙ୍କୁ ସ୍ଥାନୀୟ ଲୋକ ଉଦ୍ଧାର କରି ବଡ଼ବିଲ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଥିଲା । ତେବେ ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା । ଖବର ପାଇ ବଡ଼ବିଲ ପୋଲିସ ମୃତଦେହକୁ ଜବତ୍ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଅଧିକ ତଦନ୍ତ ଜାରି ରଖିଛି. ।