ଭୁବନ, ୦୩/୦୩/୨୦୨୪ (ଓଡ଼ିଶା ସମାଚାର)- ଭୁବନ ଏନ୍ ଏ ସି ଅନ୍ତର୍ଗତ ୬ ନମ୍ବର ୱାର୍ଡ ଅରାସାହି ବାସିନ୍ଦା ଗୌରାଙ୍ଗ ଚରଣ ପୃଷ୍ଟି ଙ୍କ ର ଗତକାଲି ଅପରାହ୍ନରେ ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୬୬ ବର୍ଷ ହୋଇଥିଲା । କିଛି ଦିନ ପୂର୍ବେ ହଠାତ୍ ତାଙ୍କର ବ୍ରେନ୍ ଷ୍ଟ୍ରୋକ ହେବାରୁ ତାଙ୍କୁ ଭୁବନେଶ୍ବର ସ୍ଥିତ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା । ଚିକିତ୍ସିତ ହେଉଥିବା ସମୟରେ ଗତକାଲି ଅପରାହ୍ନ ୨.୩୦ ରେ ତାଙ୍କର ଅକାଳ ବିୟୋଗ ହୋଇଯାଇଥିଲା । ଗୌରାଙ୍ଗ ବାବୁ କାଳୀ ବଜାର ରେ ଦୀର୍ଘଦିନ ହେଲା ଏକ ପାନ ଦୋକାନ କରି ଥିବାରୁ ତାଙ୍କ ବିୟୋଗ ରେ ଅପରାହ୍ନ ୩ ଘଟିକା ଠାରୁ ସମସ୍ତ ଦୋକାନ ବଜାର ବନ୍ଦ ରହିଥିଲା । ରାତି ୯ ଘଟିକା ସମୟରେ ତାଙ୍କ ମର ଶରୀର ଭୁବନ ରେ ପହଞ୍ଚିବା ପରେ ନଗରପାଳ ଶୁଭେନ୍ଦୁ କୁମାର ସାହୁ, କାଳୀ ବଜାର ବଣିକ ସଂଘ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଶେଷ ଦର୍ଶନ କରି ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ ଓ ଶବ ଶୋଭାଯାତ୍ରାରେ ସାମିଲ ହୋଇଥିଲେ । ରଗଡ଼ି ଶ୍ମଶାନ ରେ ଅନ୍ତିମ ସଂସ୍କାର କରାଯାଇଥିଲା। ବଡ଼ ପୁଅ ସଞ୍ଜୟ ପୃଷ୍ଟି ମୁଖାଗ୍ନି ଦେଇଥିଲେ । ସର୍ବଦା ହସ ହସ ମୁହଁରେ ରହୁଥିବା ଓ ପଦେ କଥାରେ ପରକୁ ଆପଣାର କରି ପାରୁଥିବାରୁ ସେ ସମସ୍ତଙ୍କ ପାଇଁ ଗଉରା ଭାଇ ଭାବେ ନିଜର ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିପାରିଥିଲେ । ସ୍ବର୍ଗତ ଗୌରାଙ୍ଗ ପୃଷ୍ଟି ଜଣେ ଧର୍ମ ପରାୟଣ,ସ୍ନେହୀ,ଦୟାଳୁ ଓ ପରୋପକାରୀ ବ୍ୟକ୍ତି ହୋଇଥିବାରୁ ତାଙ୍କ ବିୟୋଗରେ ସ୍ଥାନୀୟ ଅଞ୍ଚଳରେ ଗଭୀର ଶୋକ ପ୍ରକାଶ ପାଇଛି।