କଟକ ସଦର , ୨୨/୦୯/୨୦୨୬ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): ବସ୍ତି ବାସିନ୍ଦାମାନଙ୍କୁ ଭୂମି ଅଧିକାର ଦେବା, ବିନା ଥଇଥାନରେ ଲଗାତାର ଚାଲିଥିବା ଵସ୍ତି ଉଛେଦ ବନ୍ଦ କରିବା, ଜୀବିକା ସୁରକ୍ଷା ଆବଶ୍ୟକତା ପାଇଁ କର୍ମ ସ୍ଥଳ ନିକଟରେ ଥଇଥାନ କରିବା, ସମ୍ବିଧାନ ଓ ଆଇନ ଅନୁଯାୟୀ ବସ୍ତି ଓ ବସ୍ତି ବାସିନ୍ଦାଙ୍କୁ ଯୋଗ୍ୟ ପରିବେଶ ଯୋଗାଇଦେବା, କଟକ ମହାନଗର ନିଗମ ପକ୍ଷରୁ ବସ୍ତି ଓ ବସ୍ତି ବାସିନ୍ଦାଙ୍କ ପୂର୍ଣ୍ଣ ତାଲିକା ସାର୍ବଜନୀନ କରିଵା ବିଭିନ୍ନ ମୈ।ଳିକ ଦାବି ନେଇ ଆଜି ମଙ୍ଗଳବାର ଦିନ ବସ୍ତି ବାସିନ୍ଦାଙ୍କ ମିଳିତ ମଞ୍ଚ ପକ୍ଷରୁ କଟକ ଜିଲ୍ଲାପାଳଙ୍କ ଅଫିସ୍ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିବା ଜଣାପଡିଛି।
ମଞ୍ଚର ଆବାହକ ଖଗେଶ୍ବର ସେଠୀଙ୍କ ନେତୃତ୍ୱରେ ଏଵଂ ଶ୍ରମିକ ନେତା ରାଜ କିଶୋର ମଲ୍ଲିକ ଙ୍କ ପରିଚାଳନାରେ ଶତାଧିକ ବସ୍ତି ବାସିନ୍ଦା ବର୍ଷା ସତ୍ବେ ବିକ୍ଷୋଭରେ ସାମିଲ ହୋଇଥିଲେ। ସରକାର ଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଥିଲା।
