ଭୁବନେଶ୍ୱର,୨୫/୦୨/୨୦୨୪ (ଓଡ଼ିଶା ସମାଚାର)- ପୂର୍ବତନ ମନ୍ତ୍ରୀ ଦେବାଶିଷ ନାୟକ ବିଜେଡିରୁ ଇସ୍ତଫା ଦେଇ ଭାଜପା ଦଳରେ ଯୋଗ ଦେଇଛନ୍ତି। ଆଜି ଶ୍ରୀ ନାୟକ ବିଜେଡିରୁ ଇସ୍ତଫା ଦେଇଥିଲେ। ଏହାର କିଛି ଘଂଟା ପରେ ସେ ଭାଜପା ଦଳରେ ଯୋଗ ଦେଇଛନ୍ତି। ଭାଜପା ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଉପସ୍ଥିତିରେ ସେ ଭାଜପା ଦଳରେ ଯୋଗ ଦେଇଛନ୍ତି। ଦେବାଶିଷ ନାୟକ ପୂର୍ବରୁ ଯାଜପୁର ବରୀରୁ ବିଜେଡି ଟିକେଟରେ ଲଢ଼ି ଚାରିଥର ବିଧାୟକ ହୋଇଛନ୍ତି।
ଦେବାଶିଷ ନାୟକ ବିଜେଡିରୁ ଇସ୍ତଫା ଦେଇ ଭାଜପା ଦଳରେ ଯୋଗ ଦେଲେ
