କେନ୍ଦ୍ରାପଡ଼ା, ୨୫/୦୨/୨୦୨୪ (ଓଡ଼ିଶା ସମାଚାର)-କେନ୍ଦ୍ରାପଡା ଜିଲା ଶିକ୍ଷା କାର୍ଯ୍ୟାଳୟର ବରିଷ୍ଠ ସହାୟକ ଗଣେଶ ଚନ୍ଦ୍ର ରାଉତଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା ପ୍ରଦାନ ନିମନ୍ତେ ଭାଗବତପୁର ଗ୍ରାମପଂଚାୟତର ବାଲିଆ ସାବିତ୍ରୀ ଲେଙ୍କାଙ୍କ ବାସଭବନରେ ଏକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ରାଜକିଶୋର ଲେଙ୍କାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉତ୍ସବରେ ଜିଲା ଶିକ୍ଷା କାର୍ଯ୍ୟାଳୟର ଅବସରପ୍ରାପ୍ତ ବରିଷ୍ଠ ସହାୟକ ଗଣେଶ ଚନ୍ଦ୍ର ରାଉତଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା । ଏହି ଅବସରରେ ଶ୍ରୀ ରାଉତଙ୍କୁ ପୁଷ୍ପଗୁଛ, ଉତରୀୟ ଓ ମାନପତ୍ର ପ୍ରଦାନ ପୂର୍ବକ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା । ଏହି ଉତ୍ସବରେ ପ୍ରଭାକର ବେହେରା, ଧିରେନ୍ଦ୍ର କୁମାର ବେହେରା, ବ୍ରହ୍ମାନନ୍ଦ ସ୍ୱାଇଁ, ଦିଲ୍ଲିପ କୁମାର ସାମଲ, ମାନସ କୁମାର ମହାନ୍ତି, କିଶୋର କୁମାର ସାହୁ, ମହିମା ପ୍ରସାଦ ଭୂୟାଁ, ଅବିନାଶ ତ୍ରିପାଠୀ, ବିଶ୍ୱଜିତ ରାଉତ, ନିରଞ୍ଜନ ସାହୁ, ପ୍ରିୟରଞ୍ଜନ ବିଶ୍ୱାଳ, ଚିତରଞ୍ଜନ କବି, ଉମାକାନ୍ତ ସାହୁ ପ୍ରମୁଖ ଯୋଗଦେଇ ବରିଷ୍ଠ ସହାୟକ ଶ୍ରୀ ରାଉତଙ୍କ କାର୍ଯ୍ୟକାଳ ସମ୍ପର୍କରେ ଅବତାରଣା କରି ତାଙ୍କର କର୍ମପ୍ରବଣତା, ସୌହାର୍ଦ୍ୟ ମନୋଭାବ ଓ ବ୍ୟକ୍ତିତ୍ୱର ପ୍ରଶଂସା କରିବା ସହ ବିଦାୟକାଳୀନ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ ।
ଅବସର କାଳୀନ ସମ୍ବର୍ଦ୍ଧନା ଉତ୍ସବ
