ବାଜି ରାଉତ ମାଟିରୁ ବିଜେଡ଼ି ର ନିର୍ବାଚନ ପ୍ରଚାର ଆରମ୍ଭ

“ବିକାଶ ପାଇଁ ଡବଲ ଶଙ୍ଖ”

ଭୁବନ, ୧୬/୦୪/୨୦୨୪ (ଓଡ଼ିଶା ସମାଚାର)- ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଭୁବନ ବ୍ଲକ ଜୋନ୍ ୩ ରେ  ଆଜିଠାରୁ ନିର୍ବାଚନ ପ୍ରଚାର ଆରମ୍ଭ କରିଛନ୍ତି ବିଜୁ ଜନତାଦଳର ଲୋକସଭା ପ୍ରାର୍ଥୀ ଡଃ ଅବିନାଶ ସାମଲ।  ଭୁବନ ନିଳକଣ୍ଠପୁର ସ୍ଥିତ ବାଜିରାଉତ ସ୍ମୃତି ପୀଠରେ ପ୍ରଥମେ ବାଜି ରାଉତଙ୍କୁ ପୁଷ୍ପ ହାର ମାଲ୍ୟାର୍ପଣ କରିବା ପରେ  ଲୋକସଭା ପ୍ରାର୍ଥୀ ଡଃ ଅବିନାଶ ସାମଲ ଜୋନ୍ ସ୍ତରୀୟ ନିଜର  ନିର୍ବାଚନୀ ପ୍ରଚାର ଆରମ୍ଭ କରିଛନ୍ତି।  ବିଶାଳ ବାଇକ୍ ଶୋଭାଯାତ୍ରାରେ ନିଳକଣ୍ଠପୁର ଗ୍ରାମ ପରିକ୍ରମା କରିବା ସହ ମହୁଲପାଳ ହାଟ ପଡ଼ିଆରେ ଦଳ ପକ୍ଷରୁ ହୋଇଥିବା ସମ୍ବର୍ଦ୍ଧନା ଓ ସଂକଳ୍ପ ସଭାରେ ଯୋଗ ଦେଇଥିଲେ। ଏହି ସଭାରେ  ବିଧାନସଭା ପ୍ରାର୍ଥୀ ପ୍ରଫୁଲ୍ଲ କୁମାର ମଲ୍ଲିକଙ୍କ ସମେତ ଦଳର ସମସ୍ତ କର୍ମକର୍ତ୍ତା ସହ ବହୁସଂଖ୍ୟାରେ ମହିଳା ଓ ଜନସାଧାରଣ ଯୋଗ ଦେଇଥିଲେ। ଦଳ ପକ୍ଷରୁ ଦୁଇ ପ୍ରାର୍ଥୀଙ୍କୁ ସ୍ଵାଗତ ଓ ସମ୍ଭର୍ଦ୍ଧନା ଦିଆଯାଇଥିଲା। ଲୋକସଭା ପ୍ରାର୍ଥୀ ଡଃ ଅବିନାଶ ସାମଲ ଆଗାମୀ ନିର୍ବାଚନରେ  ଯୋଡି ଶଙ୍ଖ ରେ ଭୋଟ ଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ହାତ ମୁଠାକୁ ଟାଣ କରିବାସହ ଷଷ୍ଠ ଥର ପାଇଁ ମୁଖ୍ୟମନ୍ତ୍ରୀ କରିବା ପାଇଁ କହିଥିଲେ। ବିଧାୟକ ପ୍ରାର୍ଥୀଙ୍କୁ ବିଧାନସଭା ଓ ଲୋକସଭା ପ୍ରାର୍ଥୀଙ୍କୁ ଲୋକସଭାରେ  ଶଙ୍ଖ ଚିହ୍ନରେ ଭୋଟ ଦେଇ ନିଜ ଅଞ୍ଚଳକୁ ଆହୁରି ବିକଶିତ କରିବା ପାଇଁ ଜନସାଧାରଣଙ୍କୁ ସହଯୋଗ କରିବାପାଇଁ କହି ଭୋଟ ମାଗିଥିଲେ। ଏହି ଅବସରରେ ଲୋକସଭା ପ୍ରାର୍ଥୀ ଡଃ ଅବିନାଶ ସାମଲଙ୍କୁ ଲୋକେ ବିପୁଳ ଉତ୍ସାହର ସହ  ସ୍ବାଗତ କରିଥିଲେ।  ସେହିପରି ବିଧାୟକ ପ୍ରାର୍ଥୀ ପ୍ରଫୁଲ୍ଲ କୁମାର ମଲ୍ଲିକ ସମସ୍ତଙ୍କର  ସହଯୋଗ କାମନା କରିବା ସହିତ ପୁନର୍ବାର ବିପୁଳ ସଂଖ୍ୟାରେ ଭୋଟ୍ ଦେଇ ବିଜୟୀ କରିବା ପାଇଁ କହିଥିବା ବେଳେ ଅବିଭକ୍ତ ଢେ଼ଙ୍କାନାଳର ଯୁବ ସାଂସଦ ପ୍ରାର୍ଥୀ ଡଃ ଅବିନାଶ ସାମଲଙ୍କୁ  ଆଶୀର୍ବାଦ କରିବା ପାଇଁ ଅନୁରୋଧ କରିଥିଲେ। ଏହି ଅବସରରେ ଭୁବନ ନଗରପାଳ ଶୁଭେନ୍ଦୁ କୁମାର ସାହୁ, କାମାକ୍ଷାନଗର ନଗରପାଳ ଧର୍ମାନନ୍ଦ ପରିଡ଼ା,‌ ଭୁବନ ବ୍ଲକ ଅଧ୍ୟକ୍ଷା ସିପ୍ରା ବରାଳ, ପୂର୍ବତନ ବ୍ଲକ ଅଧ୍ୟକ୍ଷ ଧର୍ମାନନ୍ଦ ବରାଳ, ଉପାଧ୍ୟକ୍ଷା‌‌ ସରୋଜିନୀ ଦ୍ବିବେଦୀ, ଜୋନ୍ ୩ ର ସମସ୍ତ ସରପଞ୍ଚ, ସମିତି ସଭ୍ୟ, ଭୁବନ ବ୍ଲକ ବିଜୁ ଜନତାଦଳ ସଭାପତି ରମେଶ ଚନ୍ଦ୍ର ସାହୁ ଓ ସତ୍ୟଜିତ ବିମଳ ମିଶ୍ର ଙ୍କ ସମେତ ୫ ହଜାରୁ ଉର୍ଦ୍ଧ୍ବ ଦଳୀୟ କର୍ମୀ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *