ଧର୍ମଶାଳା ମିଡ଼ିଆ କ୍ଳବ୍ ୨ୟ ବାର୍ଷିକ ଉତ୍ସବ ଅନୁଷ୍ଠିତ ।

ଯାଜପୁର ,୨୫/୦୨/୨୦୨୪ (ଓଡ଼ିଶା ସମାଚାର /ସୁରେଶ କୁମାର କର ):- ଗଣ ମାଧ୍ୟମ  ସର୍ବଦା ଜାଗ୍ରତ ହୋଇ ରହିଛି ବୋଲି ସମାଜ  ତିଷ୍ଠି ରହିଛି। ସକଳ ପ୍ରତିବନ୍ଧକ ସତ୍ତ୍ୱେ ଗଣମାଧ୍ୟମ ତାର ମର୍ଯ୍ୟାଦା ହରାଇ ନାହିଁ ବୋଲି ବିଶିଷ୍ଟ ବକ୍ତା ମାନେ ମତପ୍ରକାଶ କରିଛନ୍ତି ।

 ଆଜି ଧର୍ମଶାଳା କଲେଜ ପରିସରରେ ଧର୍ମଶାଳା ମିଡିଆ କ୍ଲବର ଦ୍ଵିତୀୟ ବାର୍ଷିକ ଉତ୍ସବ  ଅବସରରେ ଗଣମାଧ୍ୟମ ର ଗତି ଓ ଦୁର୍ଗତି ଶୀର୍ଷକ ଆଲୋଚନା ଚକ୍ର ସଭାପତି ସୁଧାକର ରାଉତ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ହୋଇଯାଇଅଛି।  ପ୍ରାରମ୍ଭରେ ଧର୍ମଶାଳା ବିଧାୟକ ପ୍ରଣବ କୁମାର ବଳବନ୍ତରାୟ ଏହି ଉତ୍ସବ କୁ ଉଦ୍ଘାଟନ କରି ଗଣମାଧ୍ୟମ ସମସ୍ତ କଥା କୁ ସକାରାତ୍ମକ ଦୃଷ୍ଟି ରେ ଦେଖିଲେ ସମାଜ ରେ ଏହାର ପ୍ରଭାବ ପଡିବ।  ଅନ୍ୟତମ ଅତିଥି ଭାବେ ଅର୍ଗସ ଟିଭି ର ବରିଷ୍ଠ ସାମ୍ବାଦିକ ଶାନ୍ତିଭୂଷଣ ମିଶ୍ର ଯୋଗ ଦେଇ ନିଜସ୍ଵ ଅନୁଭବ ର କଥା କୁ ଉଦାହରଣ ଦେଇ ଗଣ ମାଧ୍ୟମ କିପରି ବିଭିନ୍ନ ପ୍ରତିକୁଳତା ସତ୍ତ୍ୱେ ତିଷ୍ଠି ରହିଛି ସେ ସମ୍ପର୍କ ରେ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ। ବଡ ଖବର ର ସଂପାଦକ ଅର୍ଧେନ୍ଦୁ ଦାସ ଯୋଗ ଦେଇ ଗଣମାଧ୍ୟମ କାହାର ଦୟାର ପାତ୍ର ହେବା ବୃତ୍ତି ପାଇଁ ବିପଦ ବୋଲି କହିଥିଲେ। ମୁଖ୍ୟବକ୍ତା ଭାବେ ଫକୀର ମୋହନ ବିଶ୍ବବିଦ୍ୟାଳୟର ପୂର୍ବତନ କୁଳପତି ଡକ୍ଟର  କୁମରବର ଦାସ ଯୋଗଦେଇ ଭାରତୀୟ ରାଜନୀତି ରେ ଆଜିର ଗଣମାଧ୍ୟମ କିପରି ଦିଗହୀନ ହୋଇ ପଡିବା ପାଇଁ କ୍ଷମତାସୀନ ମାନେ ଉଦ୍ୟମ କରିଥାନ୍ତି ସଦୃଷ୍ଟାନ୍ତ ବକ୍ତବ୍ୟ ରଖିଥିଲେ।  ମୁଖ୍ୟ ଅତିଥି ପୂର୍ବତନ ସାଂସଦ ଡକ୍ଟର ପ୍ରସନ୍ନ କୁମାର ପାଟ୍ଟଶାଣୀ ଯୋଗ ଦେଇ ଯେ ପର୍ଯ୍ୟନ୍ତ ଗଣ ମାଧ୍ୟମ ଲୋକ ହିତରେ କାର୍ଯ୍ୟ କରୁଥିବ ସେ ପର୍ଯ୍ୟନ୍ତ ସୂର୍ଯ୍ୟାଲୋକ ପରି ପ୍ରତିଭାତ ହେଉଥିବ ବୋଲି କହିଥିଲେ।

 ମିଡିଆ କ୍ଲବ ର ଉପଦେଷ୍ଟା ବିମଳ ପତି ଙ୍କ ସଞ୍ଚାଳନ ରେ ଆୟୋଜିତ ଏହି ଉତ୍ସବରେ ବରିଷ୍ଠ ସାମ୍ବାଦିକ ବିଶ୍ଵନାଥ ସାମଲ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଡକ୍ଟର ବିଜୟ କୁମାର ଶତପଥି, ଡକ୍ଟର ସୁଶାନ୍ତ କୁମାର ବେହେରା, ଶାନ୍ତିଲତା ଦାଶ, କୃତୀ ଛାତ୍ରୀ ଲୋପାମୁଦ୍ରା ପ୍ରିୟଦର୍ଶିନି ଙ୍କୁ ଏହି ଅବସର ରେ ସମ୍ବର୍ଦ୍ଧିତ କରାଯାଇଥିଲା।  ଉପଦେଷ୍ଟା ବସନ୍ତ କୁମାର ନାୟକ ଅତିଥି ପରିଚୟ ଦେଇଥିବା ବେଳେ କାର୍ଯ୍ୟକାରୀ ସଭାପତି ଆୟସକାନ୍ତ ରାଉତ ସ୍ବାଗତ ଭାଷଣ , ସଧାରଣ ସମ୍ପାଦକ ଆନନ୍ଦ ମହାରଣା ସଂପାଦକୀୟ ବିବରଣୀ ପାଠ କରିଥଲେ।  ସୁଶାନ୍ତ କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।

ସେକ ଆଲାଉଦିନ, ତ୍ରିଲୋଚନ ବେହେରା, ଗୟାଧର ନାୟକ, ଶିବପ୍ରସାଦ ମହାନ୍ତି ମାନପତ୍ର ପାଠ କରିଥିବା ବେଳେ ଦୀପକ ଦାସ, ଶୁଶାନ୍ତ ନାୟକ, ଗଗନ ଦାସ,  ଅଶୋକ ଦାସ, ଶୁଶାନ୍ତ ଗୋଚ୍ଛାୟତ, ସୂର୍ଯ୍ୟ ନାରାୟଣ ଭୂୟାଁ ପ୍ରମୁଖ  ସହଯୋଗ କରିଥଲେ।

Leave a Reply

Your email address will not be published. Required fields are marked *