ଫେବୃଆରୀରୁ କଟକ ଜିଲ୍ଲାରେ ଗଡିବ ଲକ୍ଷ୍ମୀ ବସ୍ – ଭି କେ ପାଣ୍ଡିଆନ

କଟକ ସଦର, ୦୫/୦୧/୨୦୨ ୪ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): ଆସନ୍ତା ଫେବୃୟାରୀ ଶେଷ ସପ୍ତାହ ସୁଦ୍ଧା କଟକ ଜିଲ୍ଲାର ସମସ୍ତ ପଞ୍ଚାୟତରୁ ବ୍ଲକ୍ ପର୍ୟ୍ୟନ୍ତ ଲକ୍ଷ୍ମୀ ବସ୍ ଚଳାଚଳ କରିବ ଵୋଲି ଆଜି ଶୁକ୍ରବାର ଦିନ କଟକ ଉପର ବାଲିଯାତ୍ରା ପଡ଼ିଆରେ କଟକ ଜିଲ୍ଲା ବିଜେଡ଼ି ପକ୍ଷରୁ ଆୟୋଜିତ ଭଵ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଅବସରରେ ଵିଜେଡି ର ‘ ୫-ଟି ତଥା ଆମ ଓଡ଼ିଶା ନବୀନ ଓଡ଼ିଶା’ର ଅଧ୍ୟକ୍ଷ ଭି କାର୍ତ୍ତିକେୟ ପାଣ୍ଡିଆନ ଘୋଷଣା କରିଛନ୍ତି। ଏଥିସହିତ କଟକ ସହର ସମେତ ଜିଲ୍ଲାର ସମସ୍ତ ରୂପାନ୍ତରିତ କାର୍ୟ୍ୟକ୍ରମକୁ ଅଗ୍ରାଧିକାର ଭିତ୍ତିରେ ଶେଷ କରାଯିଵ ଵୋଲି କହିବା ସହିତ ଜିଲ୍ଲାର ସମସ୍ତ ନିର୍ବାଚନ ମଣ୍ଡଳୀରେ ଵିଜେଡିର ସାଂଗଠନିକ ସ୍ଥିତି ଭଲ ଥିବା କହିଥିଲେ। ଭି କେ ପାଣ୍ଡିଆନଙ୍କୁ ସମ୍ବର୍ଦ୍ଧନା ଦେଵା ପାଇଁ ଜିଲ୍ଲାର ୯ ଗୋଟି ନିର୍ବାଚନ ମଣ୍ଡଳୀର ପ୍ରତ୍ୟେକ ପଞ୍ଚାୟତରୁ ହଜାର ହଜାର ଲୋକ ଯାଇଥିବା ଵେଳେ କଲେଜ ମାନଙ୍କରୁ ମଧ୍ୟ ଛାତ୍ର ଛାତ୍ରୀ ମାନେ ଯାଇଥିଲେ। ଏଥିରେ ଜିଲ୍ଲାର ସମସ୍ତ ଛାମୁଆଁ କାର୍ୟ୍ୟକର୍ତ୍ତାଙ୍କ ୮ ଜଣ ବିଧାୟକ ଏଵଂ କଟକ ଜିଲ୍ଲା ପର୍ୟ୍ୟବେକ୍ଷକ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ, ଵିଜେଡି ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସ ପ୍ରମୁଖ ଯୋଗ ଦେଇଥିଲେ।

Leave a Reply

Your email address will not be published. Required fields are marked *