ଭୁବନ, ୨୫/୦୨/୨୦୨୪ (ଓଡ଼ିଶା ସମାଚାର)- ଭୁବନ ବ୍ଲକ ଅନ୍ତର୍ଗତ ଯମୁନାକୋଟ ଭାଗବତ ଟୁଙ୍ଗୀ ଆନୁକୁଲ୍ୟରେ ଗତ ୧୮ ତାରିଖ ଠାରୁ ଆରମ୍ଭ ହୋଇଥିବା ସାପ୍ତାହିକ ଭାଗବତ ପାରାୟଣ ଗତ କାଲି ସନ୍ଧ୍ୟାରେ ଉଦଯାପନ ହୋଇଯାଇଛି ।ବ୍ୟାସ ଭାବେ ପଣ୍ଡିତ ନୀଳମଣି ପଣ୍ଡା,ଧାରକ ଭାବେ ଶ୍ରୀ ନିରଞ୍ଜନ ମିଶ୍ର, ପରିକ୍ଷିତ ଭୂମିକାରେ ଗତିକୃଷ୍ଣ ନାୟକ ଯୋଗଦାନ କରିଥିଲେ। ପଣ୍ଡିତ ଜ୍ୟୋତି ପ୍ରକାଶ ମିଶ୍ର,ପଣ୍ଡିତ ପ୍ରମୋଦ ଦାଶ, ପଣ୍ଡିତ ସୁବୋଧ ପଣ୍ଡା ଓ ପଣ୍ଡିତ ରବୀନ୍ଦ୍ର କୁମାର ଦାଶ ଵହୁ ତାତ୍ତ୍ବିକ ଭାଗବତ ପ୍ରବଚନ ପ୍ରଦାନ କରି ଶ୍ରୋତା ମାନଙ୍କୁ ଅଭିଭୂତ କରିଥିଲେ।ପଣ୍ଡିତ ସୁବୋଧ ପଣ୍ଡା ଵ୍ୟାସ କୃତ ସଂସ୍କୃତ ଭାଗବତ ଓ ବିଭିନ୍ନ ସଂସ୍କୃତ ପୁରାଣ, ସଂହିତା ର ଶ୍ଳୋକକୁ ଅନର୍ଗଳ ଉଦ୍ଦାତ କଣ୍ଠରେ ଗାନ କରି ଶ୍ରୋତାଙ୍କୁ ମନ୍ତ୍ରମୁଗ୍ଧ କରିଥିଲେ । ନନ୍ଦୋତ୍ସବ ଓ ନଗର ପରିକ୍ରମା ପାରାୟଣ ର ମାନଵୃଦ୍ଧି କରିଥିଲା। ପ୍ରତି ସନ୍ଧ୍ୟାରେ କେଶବ ଠାକୁର, ସତ୍ୟସାଇ, ଗାୟତ୍ରୀ ଓ ସଂକୀର୍ତ୍ତନ ମଣ୍ଡଳୀ ଭଜନ ପରିବେଷଣ କରିଥିଲେ। ଅନ୍ତିମ ଦିନ ବାଳଭୋଗ, ମହାପୂଜା,ଯଜ୍ଞ, ପ୍ରଵଚନ,ବ୍ୟାସ ଶୁକ ପୂଜା କରା ଯାଇଥିଲା। ଅବସରପ୍ରାପ୍ତ ପ୍ରାଧ୍ୟାପକ ଶ୍ରୀଯୁକ୍ତ ରମେଶ ଚନ୍ଦ୍ର ପାଣି ପାରାୟଣ ର ଐତିହ୍ୟ, ଭାଗବତ ଟୁଙ୍ଗୀ ର ସ୍ଥିତି ଜଣାଇ ଲୋକ ମାନେ ପାରାୟଣ କୁ ଅକୁଣ୍ଠିତ ଭାବରେ ସାହାଯ୍ୟ କରୁଥିବା ଓ ଗୁରୁ ଭାଇ ବ୍ରଜବନ୍ଧୁ ରାଉତ ପ୍ରେରଣା ପ୍ରଦାନ କରୁଥିବାରୁ ଧନ୍ୟବାଦ ଅର୍ପଣ କରିଥିଲେ। ପ୍ରଭାକର ପୋଇ ଓ ସାଥି ମାନେ ହରିନାମ ଉଚ୍ଚାରଣ କରି ଆଧ୍ୟାତ୍ମିକ ମାହୋଲ୍ ସୃଷ୍ଟି କରି ହରିବୋଲ ହୁଳହୁଳି ଧ୍ୱନୀରେ ପାରାୟଣ ସମାପନା କରିଥିଲେ। ଦିବା ୧୧ ଟାରୁ ରାତି ୧୧ ପର୍ଯ୍ୟନ୍ତ ଅନ୍ନଭୋଗ ପ୍ରଦାନ କରାଯାଇଥିଲା। ଭାଗବତ ଟୁଙ୍ଗୀ ର ଗୁରୁଭାଇମାନେ ଯଥା ଅଦ୍ଵୈତ ସାହୁ, ଅଚ୍ୟୁତାନନ୍ଦ ସାହୁ, ଭୀମସେନ ସାହୁ, ଶୁକ ରାଉତ, ଶଙ୍କର୍ଷଣ ନାୟକ,ଅନନ୍ତ ସାହୁ,କେଶବ ମଳିକ,ବିକ୍ରମ ବେହେରା, ବ୍ରଜବନ୍ଧୁ ରାଉତ,ମଦନ ବେହେରା, ଚକ୍ରଧର କାଣ୍ଡି, ରଞ୍ଜନ ସାହୁ ଆଦି ଗୁରୁ ଭାଇମାନେ ସହଯୋଗ କରିଥିଲେ। ସାମଗ୍ରିକ ଭାବରେ ପ୍ରାଧ୍ୟାପକ ଶ୍ରୀ ରମେଶ ଚନ୍ଦ୍ର ପାଣି ପାରାୟଣ କାର୍ଯ୍ୟ କୁ ପରିଚାଳନା କରିଥିଲେ।
ଯମୁନାକୋଟ ରେ ସାପ୍ତାହିକ ଭାଗବତ ପାରାୟଣ ଉଦଯାପିତ
