ଜଗତସିଂହପୁର୨୪/୦୬/୨୦୨୬ (ଓଡ଼ିଶା ସମାଚାର)-ଆଜି ଆଦିକବି ଶାରଳା ଦାସ ସଂସ୍କୃତି ଭବନରେ ଆୟୋଜିତ ବିକାଶ ଧାରା ଓଡିଶା ସାରା କାର୍ଯ୍ୟକ୍ରମରେ ଜ୍ୟୋତି ଶଙ୍କର ରାୟ ମୁଖ୍ୟ ଅତିଥିଭାବେ ଯୋଗଦେଇ ଓଡିଶା ସରକାରଙ୍କ ବିଭିନ୍ନ ଜନ ମଙ୍ଗଳ ଯୋଜନା ଯଥା ସୁଭଦ୍ରା ଯୋଜନା, ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ଖାଦ୍ୟ ସୁରକ୍ଷା ଆଇନ , ପ୍ରଧାନମନ୍ତ୍ରୀଙ୍କ ପି.ଏମ. ସ୍ୱନିଧି ଯୋଜନା ,ମୁଖ୍ୟନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନା ସଂପର୍କରେ ଉପସ୍ଥିତ ଜନସାଧାରଣଙ୍କ ନିକଟରେ ଆଲୋଚନା କରିବା ସହିତ ସମସ୍ତ ଯୋଜନା ଜନତାଙ୍କ ହିତ ନିମନ୍ତେ କରାଯାଇଥିବାରୁ ରାଜ୍ୟ ସରକାର୍ରୁ ଧନ୍ୟବାଦ ପ୍ରଦାନ କରିଥିଲେ ।
ବରେଣ୍ୟ ଅତିଥିଭାବେ ଜଗତସିଂହପୁର ପୈାର ପରିଷଦର ଅଧ୍ୟକ୍ଷା ଶ୍ରୀମତୀ ଅର୍ଚ୍ଚନା ସିଂହ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନାରେ ଜଗତସିଂହପୁର ପୈାର ପରିଷଦର ମଧ୍ୟବିତ ପରିବାର ବହୁସଂଖ୍ୟାରେ ଉପକୃତ ହେବା ସହିତ ଅନେକ ଉନ୍ନତି ମୁଳକ କାର୍ଯ୍ୟ ହାତକୁ ନ୍ଥେôବାର ପ୍ରକାଶ କରିଥିଲେ , ଉପାଧ୍ୟକ୍ଷ ରାଜେନ୍ଦ୍ର କୁମାର ବିଶୋଇ ସରକାରଙ୍କ ବିଭିନ୍ନ ଯୋଜନାର ସଫଳତା ବିଷୟରେ ଆଲୋଚନା କରିଥିଲେ । ସ୍ୱାଗତ ଭାଷଣ ଏବଂ ନିର୍ବାହୀ ଅଧିକାରୀ ସଂଦୀପ ସିଂହ, ଅତିଥିମାନଙ୍କ ପରିଚୟ ପ୍ରଦାନ ସହିତ ସ୍ୱାଗତ ଭାଷଣ ଦେଇଥିଲେ ।
ସମ୍ମାନନୀୟ ଅତିଥିଭାବେ, ଜୟନ୍ତି ମହାଲି, ପାରିଷଦ ୩ ସୋନାଲି ସିଂହ ପାରିଷଦ ୪ , ଗୋଲାମ ଅଲ୍ଲି ଖାଁ ପାରିଷଦ ୭, କିରଣକାନ୍ତି ଦାସ ପାରିଷଦ ୮, ଜଗତାନନ୍ଦ ପଢିହାରୀ ପାରିଷଦ ୯, ଧିରା ଦାଶ, ପରିଷଦ ୧୧, ପ୍ରଭାତୀ ସାହୁ, ପାରିଷଦ ୧୨, ମନୋଜ ମହାନ୍ତି, ପାରିଷଦ ୧୫,ଅନାମ ଚରଣ ସେଠୀ, ପାରିଷଦ ୧୬, କ୍ରିନସିପ୍ରିୟା ପରିଜା,ପାରିଷଦ ୧୯, ଦୀପ୍ତି ରଞ୍ଜନ ସାହୁ, ପାରିଷଦ ୨୦ ଏବଂ ସାଗରୀକା ଦାଶ, ପାରିଷଦ୨୧ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ୫ ଜଣ ବି.ଏଲ.ଓ ଙ୍କୁ ସମ୍ମାନୀତ କରାଯାଇଥିଲା ସୁଦର୍ଶନ ଭୋଇ ଧନ୍ୟବାଦ ଅର୍ପଣ କରିଥିଲେ ।
