ଓଡ଼ିଆ ପକ୍ଷ ପାଳନ ଅବସରରେ ଦଶମ ଦିବସରେ ଯାଜପୁର ଜିଲ୍ଲାରେ “ଲୋକକଳା ପାଇଁ ଦିନଟିଏ” କାର୍ଯ୍ୟକ୍ରମ ଅନୁଷ୍ଠିତ।

ଯାଜପୁର, ୧୧/୦୪/୨୦୨୫ (ଓଡ଼ିଶା ସମାଚାର)-  ଓଡିଆ ପକ୍ଷ ପାଳନ ଅବସରରେ ଦଶମ ଦିବସରେ ଯାଜପୁର ଜିଲ୍ଲାରେ ପ୍ରତ୍ୟେକ ବ୍ଲକରେ “ଲୋକକଳା ପାଇଁ ଦିନଟିଏ” କାର୍ଯ୍ୟକ୍ରମ ପାଳିତ ହୋଇଯାଇଅଛି।

ଏହି ଅବସରରେ ଓଡ଼ିଶାର ପୁରପଲ୍ଲୀରେ ପ୍ରଚଳିତ ବିଭିନ୍ନ ଲୋକକଳା ଯେପରିକି ପାଲା, ଦାସକାଠିଆ, ଘୋଡାନାଚ, ଘୁମୁରା ନାଚ, କେନ୍ଦରା ଆଦି କଳାର ପ୍ରଚାର ପ୍ରସାର ପାଇଁ ଏହି ଦିବସରେ ଯାଜପୁର ଜିଲ୍ଲାର ପ୍ରତ୍ୟେକ ବ୍ଲକର ବରିଷ୍ଠ କଳାକାରମାନଙ୍କୁ ସଂପୃକ୍ତ ମଣ୍ଡଳ ଉନ୍ନୟନ ଅଧିକାରୀ ସମ୍ବର୍ଦ୍ଧିତ କରିଥିଲେ।

ଏହି ପରିପ୍ରେକ୍ଷୀରେ ଯାଜପୁର ବ୍ଲକ ଠାରେ ଅବସ୍ଥିତ ଲୋକକଳା ଗ୍ରାମ ବିଚିତ୍ରପୁର ଠାରେ ଜିଲ୍ଲାସ୍ତରୀୟ ଲୋକ କଳା ପାଇଁ ଦିନଟିଏ କାର୍ଯ୍ୟକ୍ରମ ପାଳନ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ଯାଜପୁର ବ୍ଲକର ମଣ୍ଡଳ ଉନ୍ନୟନ ଅଧିକାରୀ ଶ୍ରୀ ହେମନ୍ତ କୁମାର ମହାନ୍ତ ଉପସ୍ଥିତ ରହି ବରିଷ୍ଠ କଳାକାର ମାନଙ୍କୁ ସମ୍ବର୍ଦ୍ଧିତ କରିଥଲେ। ଏହି ଉପଲକ୍ଷେ ବିଭିନ୍ନ ଲୋକକଳାର ପ୍ରଦର୍ଶନୀ ହୋଇଥିଲା।

Leave a Reply

Your email address will not be published. Required fields are marked *