ବାଜି ରାଉତ କଲେଜ ରେ ଛାତ୍ରୀ ଆତ୍ମରକ୍ଷା କୌଶଳ ଶିବିର ଉଦଯାପିତ 

ଭୁବନ, ୨୫/୦୨/୨୦୨୪ (ଓଡ଼ିଶା ସମାଚାର)-ଭୁବନ ବାଜି ରାଉତ ସ୍ମୃତି ମହାବିଦ୍ୟାଳୟରେ  ଛାତ୍ରୀ ଆତ୍ମରକ୍ଷା କୌଶଳ ଶିବିର ଉଦଯାପିତ ହୋଇଯାଇଛି । ମହାବିଦ୍ୟାଳୟ ଇଂରାଜୀ ବିଭାଗ ଅଧ୍ୟାପକ ଅନିଲ କୁମାର ଧୀର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶିବିର କୁ ଉଦଯାପନ କରି କହିଥିଲେ ଯେ ଆଜିର ସମାଜ ରେ ନାରୀ ନିର୍ଯାତନା ଦିନ କୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଘରେ ହେଉ କି ବାହାରେ ସବୁ ସ୍ଥାନରେ ନାରୀ ନିଜକୁ ଅସୁରକ୍ଷିତ ମଣୁଛନ୍ତି। ନିଜେ ନିଜର ସୁରକ୍ଷା ପାଇଁ ଆତ୍ମ ରକ୍ଷା କୌଶଳ ପ୍ରଶିକ୍ଷଣ ନେବା ଉଚିତ୍ ବୋଲି ମତବ୍ୟକ୍ତ କରିଥିଲେ। ମୁଖ୍ୟ ବକ୍ତା ଭାବେ ଅଧ୍ୟାପକ ଗୌରାଙ୍ଗ ଚରଣ ମହାରଣା ଯୋଗଦେଇ ସମାଜରେ ନାରୀ ମାନଙ୍କ ଭୂମିକା ଏବଂ ତାଙ୍କର ସୁରକ୍ଷା ସମ୍ପର୍କରେ ଆଲୋକପାତ କରିଥିଲେ । ଅଧ୍ୟାପିକା ଅନ୍ନପୂର୍ଣ୍ଣା ବେହେରା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ମାଷ୍ଟର ଟ୍ରେନର ଭାବେ ପ୍ରମୋଦିନୀ ମାଝୀ ଯୋଗଦେଇ ୧୧୩ ଜଣ ଛାତ୍ରୀ ଙ୍କୁ ୩ ଟି ଗ୍ରୁପ ରେ ଜୁଡୋ, କରାଟେ ପ୍ରଶିକ୍ଷଣ ଦେଇଥିଲେ ।

Leave a Reply

Your email address will not be published. Required fields are marked *