ଭୁବନେଶ୍ୱର, ୦୭/୦୮/୨୦୨୫ (ଓଡ଼ିଶା ସମାଚାର)- ବରିଷ୍ଠ ରାଜନେତା ତଥା ଖଣ୍ଡପଡ଼ାଗଡ଼ର ରାଜା ବିଭୂତି ଭୂଷଣ ସିଂହ ମର୍ଦ୍ଦରାଜଙ୍କର ଗୁରୁବାର ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ପରଲୋକ ହୋଇଛି। ସେ ପୂର୍ବତନ ମନ୍ତ୍ରୀ ଭାବେ ରାଜ୍ୟ ରାଜନୀତିରେ ଗୁରୁତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲେ।
ବିଭୂତି ଭୂଷଣ ଖଣ୍ଡପଡ଼ା ଆସନରୁ କଂଗ୍ରେସ ଦଳରୁ ତିନି ଥର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ ଏବଂ ବିଧାନସଭାରେ ଉପବାଚସ୍ପତି ଭାବେ ମଧ୍ୟ ଦାୟିତ୍ବ ତୁଲାଇଥିଲେ।
