ଗାଁ ଦାଣ୍ଡରେ ସ୍ୱାସ୍ଥ୍ୟ ଓ ସାମାଜିକ ସଚେତନତା  ଦ୍ୱାରା ପରିବର୍ତ୍ତନ ର ପ୍ରୟାସ ,

                              ଯୋଗ ଦେଲେ ଜିଲ୍ଲାର ଜଣାଶୁଣା ଦରଦୀ ଲୋକ ଙ୍କ ଡାକ୍ତର ନିହାର ରଞ୍ଜନ କର ।

ଯାଜପୁର , ୨୫/୦୨/୨୦୨୪ (ଓଡ଼ିଶା ସମାଚାର /ସୁରେଶ କୁମାର କର ) – ଗାଁ ହେଉଛି ସମାଜର ମୂଳପିଣ୍ଡ , ଦିନକୁ ଦିନ ଗାଁ  କୁ ଦୁର୍ବଳ କରୁଛି ଅନ୍ଧ ବିଶ୍ୱାସ, ଶିଶୁ ଶ୍ରମିକ,  ବାଲ୍ୟ ବିବାହ ସାଙ୍ଗକୁ କର୍କଟ ରୋଗ, ସଡ଼କ ଦୁର୍ଘଟଣା ଓ ମୋବାଇଲ ର ଅପବ୍ୟବହାର।  ଏସବୁ ର ନିରାକରଣ ମୂଳ ରେ ରହିଛି ସଚେତନତା ।  ଡାକ୍ତର ନିହାର ରଂଜନ କର ଓ ସଚେତନ ନାଗରିକ ମଞ୍ଚ ର ମିଳିତ ଉଦ୍ୟମ ରେ ଆରମ୍ଭ ହୋଇଛି ଗାଁ ଦାଣ୍ଡରେ ସ୍ୱାସ୍ଥ୍ୟ ଓ ସାମାଜିକ ସଭା ର କାର୍ଯ୍ୟକ୍ରମ “ମୋ ଗାଁ ଆମ ସ୍ୱାସ୍ଥ୍ୟ” ଆଜି ତୃତୀୟ ଥର ପାଇଁ ଜେନାପୁର ପଂଚାୟତ ର ବ୍ରହ୍ମପୁର ଗାଁ ରେ ଡାକ୍ତର ନିହାର କର ଙ୍କ ନେତୃତ୍ତ୍ୱ ରେ ଆୟୋଜିତ ପଥପ୍ରାନ୍ତ ସଭା ରେ ବିଶେଷ କରି ଗାଁ ର କୁନି କୁନି ପିଲା ଓ ଗ୍ରାମବାସୀ ମାନେ ଯୋଗ ଦେଇଥିଲେ।ଗାଁ ର ଯୁବକ ଯୁବତୀ ମାନେ ସଠିକ ବୟସ ରେ ବିବାହ କରିବା, ସାପ କାମୁଡ଼ିଲେ ଝଡ଼ା ଫୁଙ୍କା ଉପରେ ଭରସା ନକରି ଡାକ୍ତରଖାନା ଯିବା, ଶିଶୁ ଶ୍ରମିକ ପ୍ରଥା କୁ ବିରୋଧ କରିବା, ସଡ଼କ ଦୁର୍ଘଟଣା ର ସଚେତନତା ଓ ଯାନବାହନ ଚଳାଚଳ ର ସଠିକ ନିୟମ ମାନିବା ସହିତ ବିଭିନ୍ନ କର୍କଟ  ରୋଗ  ର ନିରାକରଣ ଉପରେ ଗୁରୁତ୍ତ୍ୱପୂର୍ଣ୍ଣ ସନ୍ଦେଶ ରଖିଥିଲେ।ଏଥି  ସହିତ  ଗ୍ରାମ ର ଅନେକ ବରିଷ୍ଠ ନାଗରିକ ଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ଓ ଆବଶ୍ୟକୀୟ ପରାମର୍ଶ  ଦିଆଯାଇଥିଲା। ଆଜି କାଲି ମୁଖ ଗହ୍ୱର କର୍କଟ ରୋଗୀ ସଂଖ୍ୟା ବୃଦ୍ଧି ପାଉଥିବାରୁ  ଏହା ଉପରେ ବିସ୍ତୃତ ଆଲୋଚନା ହୋଇଥିଲା ସେହିପରି କୁନି କୁନି ପିଲା ମାନେ କିଭଳି ପାଠ ପ୍ରତି ଅଧିକ ଆକୃଷ୍ଟ ହେବେ ସେମାନଙ୍କୁ ପ୍ରେରଣା ଦେବା ସହ, ନିଶାନିବାରଣ, ଶିକ୍ଷା ଦୀକ୍ଷା ଓ ନୈତିକତା  ବିଷୟରେ ଡ଼ଃ କର ପ୍ରେରଣା ଦେଇଥିଲେ।ପରିଶେଷରେ ଗ୍ରାମ ର ହରି ଗୋସାଇଁ ଙ୍କ ପୀଠ ସ୍ଥଳରେ ଗ୍ରାମବାସୀ ଙ୍କ ସମେତ ଡାକ୍ତର ନିହାର ରଂଜନ କର, ସଚେତନ ନାଗରିକ ମଞ୍ଚ ର ଆବାହକ ସରୋଜ ବେହେରା, ସମାଜ ସଂସ୍କାରକ ଜ୍ଞାନ ରଂଜନ ସାହୁ, ଯୁବ ସଙ୍ଗଠକ ସୁଧାଂଶୁ ମହାନ୍ତି ଓ ମହେଶ୍ୱର ସ୍ୱାଇଁ ପ୍ରମୁଖ ସ୍ୱାସ୍ଥ୍ୟ ଓ ସାମାଜିକ ସୁରକ୍ଷା ପାଇଁ ଶପଥ ପାଠ କରିଥିଲେ।ଗ୍ରାମାଞ୍ଚଳ ରେ ସ୍ୱାସ୍ଥ୍ୟ ଓ ସାମାଜିକ ସଚେତନତା ମାଧ୍ୟମରେ ସୁସଜ୍ଜିତ ଓ ଶୃଙ୍ଖଳିତ ଜୀଵନଶୈଳୀ “ମୋ ଗାଁ ଆମ ସ୍ୱାସ୍ଥ୍ୟ” କାର୍ଯ୍ୟକ୍ରମ ର ଲକ୍ଷ୍ୟ ଓ ଏହା ଆଗକୁ ଚାଲୁରହିବ ବୋଲି ଡାକ୍ତର କର ମତ ରଖିଥିଲେ।

ଏହିଭଳି ଅଭିନବ କାର୍ଯ୍ୟକ୍ରମ ପାଇଁ ଗ୍ରାମବାସୀ ମାନେ ଖୁସି ମନେ କରିବା  ସହ ଡାକ୍ତର ନିହାର ରଞ୍ଜନ କର ଓ ସଚେତନ ନାଗରିକ ମଞ୍ଚ  କୁ  ଧନ୍ୟବାଦ ଅର୍ପଣ କରିଛନ୍ତି ।

Leave a Reply

Your email address will not be published. Required fields are marked *