ନାକନୋଡ଼ାଲ କମ୍ପାନୀର ବର୍ଗର ଓ ପିଜାରେ ଅପମିଶି୍ରତ ଛେନା ଓ ପନିର, ବ୍ୟାନ କରିବାକୁ ସମାଜବାଦୀ ପାର୍ଟିର ଦାବି

ଭୁବନେଶ୍ୱର, ୨୪/୦୨/୨୦୨୪ (ଓଡ଼ିଶା ସମାଚାର)-ବହୁରାଷ୍ଟ୍ରୀୟ କମ୍ପାନୀ ନାକନୋଡ଼ାଲ ବର୍ଗର ଓ ପିଜାରେ ଅପମିଶ୍ରିତ ଛେନା ଓ ପନିର ମିଶାଯାଉଛି ବୋଲି ମହାରାଷ୍ଟ୍ର ସମେତ ଦେଶର ବହୁ ଅଂଚଳରୁ ଅଭିଯୋଗ ଆସିଛି । ମହାରାଷ୍ଟ୍ର ଖାଦ୍ୟ ଅଭିଯୋଗ ପ୍ରାଧିକରଣ ନାକନୋଡ଼ାଲର ଏହି ଅପମିଶ୍ରିତ ପିଜା ଓ ବର୍ଗରକୁ ମୁମ୍ବାଇ ସମେତ ମହାରାଷ୍ଟ୍ରର ବିଭିନ୍ନ ଅଂଚଳରେ ବିକି୍ର ନିଷେଧ କରିଛନ୍ତି । ଓଡ଼ିଶାରେ ମଧ୍ୟ ବଡ଼ ବଡ଼ ହୋଟେଲ ଓ ରେଷ୍ଟୁରା ମାନଙ୍କରେ ନାକନୋଲାଡ଼ର ଏହି ଅପମିଶ୍ରିତ ବର୍ଗର ଓ ପିଜାର ବହୁଳ ବିକ୍ରି ହେବାରେ ଲାଗିଛି । ଏହାକୁ ତୁରନ୍ତ ଆମ ରାଜ୍ୟରେ ନିଷେଧ କରିବା ପାଇଁ ସମାଜବାଦୀ ପାର୍ଟି ଓଡ଼ିଶା ରାଜ୍ୟ କମିଟି ଦାବି କରିଛି ।
ପାର୍ଟିର ରାଜ୍ୟ ସଭାପତି ରବି ବେହେରା ଏ ସଂକ୍ରାନ୍ତରେ ଏକ ପ୍ରେସ୍ ବିଜ୍ଞପ୍ତି ଜାରି କରି ଖାଦ୍ୟ ଓ ଯୋଗାଣ ବିଭାଗ ତୁରନ୍ତ ଏଥିରେ ହସ୍ତକ୍ଷେପ କରିବାକୁ ଦାବି କରିବା ସହିତ ଅପମିଶି୍ରିତ ପିଜା ଓ ବର୍ଗର ବିକ୍ରି କରୁଥିବା ନାମନୋଡ଼ାଲ ଷ୍ଟୋର ଓ ତାଙ୍କଠାରୁ ଫ୍ରାନଚାଇଜ ଆଣିଥିବା ହୋଟେଲ ଓ ରେଷ୍ଟୁରାଂଟ ଗୁଡ଼ିକର ଲାଇସେନ୍ସ ବାତିଲ୍ କରିବା, ସେମାନଙ୍କ ବିରୁଦ୍ଧରେ ଖାଦ୍ୟ ଅପମିଶ୍ରଣ ଆଇନ ଅନୁଯାୟୀ ଅପରାଧିକ ମାମଲା ରୁଜୁ କରିବାକୁ ଦାବି କରିଛନ୍ତି । ରାଜ୍ୟର ବ୍ୟବସାୟୀ ସଂଘ ମଧ୍ୟ ନାକନୋଡ଼ାଲର ଏହି ପିଜା ବର୍ଗରକୁ ନିଜ ଆଡ଼ୁ ବିକ୍ରି ବନ୍ଦ କରିବା ପାଇଁ ପଦକ୍ଷେପ ନେବାକୁ ଶ୍ରୀ ବେହେରା ରାଜ୍ୟର ବ୍ୟବସାୟୀ ସଂଘକୁ ନିବେଦନ କରିଛନ୍ତି ।

Leave a Reply

Your email address will not be published. Required fields are marked *