କଟକ,୧୦/୧୧/୨୦୨୪ (ଓଡ଼ିଶା ସମାଚାର)- ଆସନ୍ତା ୧୧ ତାରିଖରୁ ୧୫ ତାରିଖ ପର୍ଯ୍ୟନ୍ତ ଗୁରୁଡ଼ିଝାଟିଆ ଥାନା ଅଧୀନସ୍ଥ ଧବଳେଶ୍ୱର ଶୈବପୀଠରେ ପଂଚକ ଓ ବଡ଼ଓଷା ପାଳନ କରାଯିବ । ଏହି ସମୟରେ ବିଭିନ୍ନ ଜିଲାରୁ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁ ମନ୍ଦିରରେ ପୂଜାର୍ଚ୍ଚନା କରିବା ନିମନ୍ତେ ଏକତି୍ରତ ହେବାର ଆଶା କରାଯାଏ । ଏଥି ନିମନ୍ତେ ମହାନଦୀଉପରେ ଥିବା ମଧୁସୂଦନ ବି୍ରଜ ନିର୍ମାଣ ଫଳରେ ବହୁ ସଂଖ୍ୟାରେ ଭକ୍ତ ବସ କାର ଓ ଦୁଇଚକିଆ ଯାନରେ ଧବଳେଶ୍ୱର ପୀଠକୁ ପ୍ରତ୍ୟହ ଆସୁଛନ୍ତି । ତେଣୁ ପଂଚୁକ ଓ ବଡ଼ଓଷାରେ ଆଶାତୀତ ଭିଡ଼କୁ ଦୃଷ୍ଟିରେ ରଖି ଭାରିଯାନ ଚଳାଚଳ ଉପରେ କଟକଣା ଜାରି କରାଯାଇଛି । କଟକରୁ ମଧୁସୂଦନ ସେତୁ ଦେଇ ଆଠଗଡ଼ ଯାଉଥିବା ଭାରିଯାନଗୁଡ଼ିକୁ ନୂଆପାଟଣା ଛକଠାରୁ ଜାତୀୟ ରାଜପଥ ୫୫ ଦେଇ ଯିବାକୁ ନିର୍ଦ୍ଧେଶ ଦିଆଯାଇଛି । ସେହିପରି ଆଠଗଡ଼ରୁ ଧବଳେଶ୍ୱର ରାସ୍ତା ଦେଇ କଟକ ଆସୁଥିବା ଭାରିଯାନ ଗୁଡ଼ିକ କଖଡ଼ି ଛକ ଓ ନିଧିପୁର ଛକଠାରୁ ଜାତୀୟ ରାଜପଥ ୫୫ ଦେଇ ଗତିପଥ ପରିବର୍ତନ କରି ଯିବାକୁ ନିର୍ଦ୍ଧେଶ ଦିଆଯାଇଛି ।
ପଂଚୁକ ଓ ବଡ଼ଓଷା ସମୟରେ ଟ୍ରାଫିକ କଟକଣା
