ଓଡ଼ିଶା ଆଦର୍ଶ ବିଦ୍ୟାଳୟ ପୁରୁଷୋତ୍ତମପୁର ର ଦ୍ଵିତୀୟ ବାର୍ଷିକ ଉତ୍ସବ ଅନୁଷ୍ଠିତ

                                “ଆଦର୍ଶ ବିଦ୍ୟାଳୟ ର ବିଦ୍ୟାର୍ଥୀ ଭବିଷ୍ୟତରେ  ଆଦର୍ଶ ବ୍ୟକ୍ତି ହୁଅନ୍ତୁ”

ଭୁବନ ୨୪/୦୨/୨୦୨୪ (ଓଡ଼ିଶା ସମାଚାର)-ଭୁବନ ସହର ଉପକଣ୍ଠସ୍ଥ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ପୁରୁଷୋତ୍ତମପୁର ର ଦ୍ଵିତୀୟ ବାର୍ଷିକ ଉତ୍ସବ (ବୈଶାଖୀ) ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟ ଅଧ୍ୟକ୍ଷ ସୁବାସ ଚନ୍ଦ୍ର ପାତ୍ର ଙ୍କ ସଭାପତିତ୍ବରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଭୁବନ ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ସିପ୍ରା ବରାଳ ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଥିଲେ ଯେ ପୂର୍ବରୁ କୌଣସି ବ୍ଲକ ରେ ସରକାରୀ ଇଂରାଜୀ ବିଦ୍ୟାଳୟ ନଥିଲା , ଓଡ଼ିଆ ମେଧାବୀ ବିଦ୍ୟାର୍ଥୀ ମାନଙ୍କୁ ଇଂରାଜୀ ମାଧ୍ୟମ ବିଦ୍ୟାଳୟରେ ପାଠ ପଢ଼ିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରତି ବ୍ଲକ ରେ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସ୍ଥାପନ କରିଛନ୍ତି । ଶିକ୍ଷା ବିଭାଗରେ ବ୍ୟାପକ ସଂସ୍କାର ଆଣିବା ସହିତ 5- ଟି ମାଧ୍ୟମରେ ରୂପାନ୍ତରଣ କରୁଛନ୍ତି ବୋଲି ମୁଖ୍ୟ ଅତିଥି ଶ୍ରୀମତୀ ବରାଳ ମତବ୍ୟକ୍ତ କରିଥିଲେ । ମୁଖ୍ୟ ବକ୍ତା ଭାବେ ଭୁବନ ଏନ୍ ଏ ସି ନଗରପାଳ ଶୁଭେନ୍ଦୁ କୁମାର ସାହୁ ଯୋଗଦେଇ କହିଥିଲେ ଯେ,ଆଦର୍ଶ ବିଦ୍ୟାଳୟ ର ପ୍ରତ୍ୟେକ ବିଦ୍ୟାର୍ଥୀ ଜଣେ ଜଣେ ଆଦର୍ଶ ଛାତ୍ର । ଲକ୍ଷ୍ୟ ପ୍ରାପ୍ତି ପାଇଁ ସ୍ୱାଭିମାନ ସହିତ କେବେ ବି ସାଲିସ କରନାହିଁ, କାହିଁକି ନା ତୁମ ସ୍ୱାଭିମାନ ହିଁ ତୁମ ବ୍ୟକ୍ତିତ୍ଵ ର ପରିଚୟ । ତେଣୁ ଆଦର୍ଶ ବିଦ୍ୟାଳୟ ର ପ୍ରତ୍ୟେକ ବିଦ୍ୟାର୍ଥୀ ଭବିଷ୍ୟତରେ ଆଦର୍ଶ ବ୍ୟକ୍ତି ହୁଅନ୍ତୁ ବୋଲି ଆହ୍ବାନ ଦେଇଥିଲେ । ସମ୍ମାନିତ ଅତିଥି ଭାବେ ବ୍ଲକ ଉପାଧ୍ୟାକ୍ଷା ସରୋଜିନୀ ଦ୍ବିବେଦୀ,ଶିକ୍ଷାବିତ୍ ଆନନ୍ଦ ଚନ୍ଦ୍ର ଦ୍ବିବେଦୀ ଯୋଗଦେଇଥିଲେ । କୃତୀ ବିଦ୍ୟାର୍ଥୀ ମାନଙ୍କୁ ଅତିଥି ଙ୍କ ଦ୍ଵାରା ପୁରସ୍କୃତ କରାଯାଇଥିଲା। ଶେଷରେ ଛାତ୍ର ଛାତ୍ରୀ ମାନଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା । ଶିକ୍ଷକ ଦେବପ୍ରସାଦ ସେନ,ପ୍ରଦୀପ୍ତ କୁମାର ବେହେରା,ପ୍ରାଣବନ୍ଧୁ ପ୍ରଧାନ,ରାକେଶ କୁମାର ସାହୁ,ଶିକ୍ଷୟିତ୍ରୀ ଶିବାନୀ ବେହେରା, ରିତାଞ୍ଜଳି ସାହୁ,ଐଶ୍ୱର୍ଯ୍ୟl ରଥ ଓ କର୍ମଚାରୀ ମାନେ ସକ୍ରିୟ ଅଂଶ ଗ୍ରହଣ କରିଥିଲେ। ଅଭିଭାବକ ମାନେ କାର୍ଯ୍ୟକ୍ରମରେ ପ୍ରମୁଖ ଭୂମିକା ନେବା ସହ ପୂର୍ଣ୍ଣ ସହଯୋଗ କରି କାର୍ଯ୍ୟକ୍ରମ କୁ ସଫଳ କରାଇଥିଲେ ।

Leave a Reply

Your email address will not be published. Required fields are marked *