କନ୍ଦରପୁର ବିଜେପି ମଣ୍ଡଳରେ ବୁଥ ସ୍ତରୀୟ ସାଂଗଠନିକ କର୍ମଶାଳା 

କଟକ ସଦର , ୦୬/୦୧/୨୦୨୬ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କଟକ ସଦର ଅନ୍ତର୍ଗତ କନ୍ଦରପୁର ମଣ୍ଡଳ ର ଗତିରାଉତପାଟଣା ଠାରେ ଆଜି ମଙ୍ଗଳବାର ଦିନ ବିଜେପି ର ଏକ ବୁଥ ସ୍ତରୀୟ ସାଂଗଠନିକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଏଥିରେ କଟକ ଜିଲ୍ଲା ପ୍ରଭାରୀ  ଇଂ ଜ୍ଞାନ ଦେଵ ବେଉରା, କଟକ ଜିଲ୍ଲା ସଭାପତି ସୁକାନ୍ତ ବିଶ୍ୱାଳ ଙ୍କ ସମେତ କଟକ ସଦର ବିଧାୟକ ଇଂ ପ୍ରକାଶ ଚନ୍ଦ୍ର ସେଠୀ ପ୍ରମୁଖ ଯୋଗଦେଇ ତୃଣମୂଳ ସ୍ତରରୁ ବିଜେପି ର ସଂଗଠନ କୁ କିପରି ମଜବୁତ କରାଯିବ ସେ ସମ୍ପର୍କରେ ଆଲୋକପାତ କରିଥିଲେ। ଏଥିରେ ମଣ୍ଡଳର ୬ ଗୋଟି ପଞ୍ଚାୟତର ୩୮ ଟି ଵୁଥର ବିଜେପି ନେତା ଓ କର୍ମୀ ଯୋଗ ଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ।

Leave a Reply

Your email address will not be published. Required fields are marked *