ବି.ଜେ.ବି ମହାବିଦ୍ୟାଳୟରେ ଯୁବ ରେଡକ୍ରସ୍ ର ଜିଲ୍ଲା ସ୍ତରୀୟ ଶିବିର

ଭୁବନେଶ୍ୱର, ୨୨/୧୧/୨୦୨୩ (ଓଡ଼ିଶା ସମାଚାର)- ଯୁବ ରେଡକ୍ରସ୍ ଆଞ୍ଚଳିକ ଶାଖା ଭୁବନେଶ୍ଵର ପକ୍ଷରୁ ଏକ ଶିକ୍ଷା ତଥା ପ୍ରଶିକ୍ଷଣ ଶିବିର   ବି.ଜେ.ବି ସ୍ଵୟଂଶାସିତ ମହାବିଦ୍ୟାଳୟରେ ଉଦଘାଟିତ ହୋଇଯାଇଛି। ଏହି ଉତ୍ସବରେ ଯୁବ ରେଡକ୍ରସର ସେକ୍ରେଟାରୀ ବିଭୂତି ଭୂଷଣ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଥିବା ବେଳେ ସମାଜ ସେବୀ ନମ୍ରତା ଚଢ଼ା ଓ ଯୁବ ରେଡକ୍ରସ୍ ଅଫିସର ଡ. ରମେଶ ଚନ୍ଦ୍ର ବେହେରା ସମ୍ମାନୀତ ଅତିଥି ଭାବେ ଉପସ୍ଥିତ ଥିଲେ । ମହାବିଦ୍ୟାଳୟ ଅଧ୍ୟକ୍ଷ ପ୍ରଫେସର ଜି.ମେ.ଖାନ୍ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଶିବିରରେ ଭୁବନେଶ୍ଵରର ପ୍ରାୟ ୨୦ ଟି ମହାବିଦ୍ୟାଳୟ ରୁ ୧୨୫ ଛାତ୍ର ଛାତ୍ରୀ ଅଂଶଗ୍ରହଣ କରିଛନ୍ତି । ରେଡକ୍ରସ ଭୁବନେଶ୍ଵରର  କନଭେନର୍ ସେକ୍ରେଟାରୀ ଅଧ୍ୟାପିକା ଲେଖା ଦାସ କାର୍ଯ୍ୟକ୍ରମ ଓ ଶିବିର ପରିଚାଳନା କରିଥିଲେ ଏବଂ ସଂଯୋଜକ ଡ.ରେବତୀକାନ୍ତ ମହାରଣା ଧନ୍ୟବାଦ୍ ଅର୍ପଣ କରିଥିଲେ ।

Leave a Reply

Your email address will not be published. Required fields are marked *