ଅଁଳାନଵମୀ ପାଇଁ ସାକ୍ଷୀଗୋପାଳ ଚଳଚଞ୍ଚଳ , ଓଡିଆଣୀ ବେଶରେ  ଶ୍ରାରାଧା ପାଦଦର୍ଶନ

ସତ୍ୟବାଦୀ, ୨୧/୧୧/୨୦୨୩ (ଓଡ଼ିଶା ସମାଚାର)- ପୁରୀଜିଲ୍ଲା ର ଦ୍ଵିତୀୟ ବୃହତ୍ତମ ଗଣପର୍ଵ ସାକ୍ଷୀଗୋପାଳ ମନ୍ଦିର ରେ ମଙ୍ଗଳବାର ଅଁଳାନଵମୀ ଉପଲକ୍ଷେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଛି। ବର୍ଷକୁ ଗୋଟିଏ ଦିନ ସାକ୍ଷୀଗୋପାଳ ମନ୍ଦିର ରେ ଶ୍ରୀରାଧାଙ୍କ ଓଡିଆଣୀ ଵେଶରେ ଦୁର୍ଲ୍ଲଭ ଦର୍ଶନ  ସହିତ ସାକ୍ଷୀଗୋପାଳ ଠାକୁର ରାଧାଦାମୋଦର ବେଶରେ ନୃତ୍ୟରତ ଭଙ୍ଗିରେ ଶୋଭାପାଇଥାନ୍ତି । ଶୃଙ୍ଖଳିତ ଦର୍ଶନ ଓ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଥିବା ଵେଳେ ସୋମବାର ରାତି ୧ ଘଣ୍ଟାରୁ ମନ୍ଦିର ଦ୍ୱାର ଉନ୍ମୋଚନ ପରେ ଦେଵନୀତି ଆରମ୍ଭ କରାଯାଇ ସାକ୍ଷୀଗୋପାଳ ଙ୍କୁ ଚନ୍ଦନ ଚର୍ଚ୍ଚିତ କରାଯାଇ ମସ୍ତକ ରେ ସ୍ବର୍ଣ୍ଣ କିରୀଟ, ହାତରେ ସୁବର୍ଣ୍ଣ ବଂଶୀ ସାଙ୍ଗକୁ ନଟବର ବେଶରେ ଏବଂ ରାଧାଙ୍କୁ ଖଣ୍ଡୁଆ ପାଟବସ୍ତ୍ର ସହ କିରୀଟ, ପାଉଁ ଜି, ଝୁଣ୍ଟିଆ, କୁଣ୍ଡଳ, ଚାପସରି ସେବତୀ ହାର, ନୋଥ, ଗୁଣା ଏବଂ ଅଁଳା ହାର ଲାଗି କରାଯାଇ ଠାକୁର ଓ ଠାକୁରାଣୀ ଙ୍କ ବେଶ ପରେ ନିର୍ଦ୍ଧାରିତ ସମୟ ର ଅଧ ଘଣ୍ଟା ପୂର୍ବରୁ ପାଦଦର୍ଶନ ଆରମ୍ଭ କରାଯାଇଛି। ମନ୍ଦିର ସମ୍ମୁଖରେ ନିର୍ମିତ ଛାୟାପ୍ରଦ ବାରିକେଟ ମଧ୍ୟରେ ଶ୍ରଦ୍ଧାଳୁ ମାନେ ସିଂହଦ୍ଵାର ଦେଇ ପ୍ରଵେଶ କରି ସାକ୍ଷୀଗୋପାଳ ଙ୍କ ନଟଵର ବେଶ ଓ ଶ୍ରୀ ରାଧାଙ୍କ ଓଡିଆଣୀ ବେଶ ଦର୍ଶନ, ଦୀପଦାନ, ଅଁଳା ବୃକ୍ଷ ପରିକ୍ରମା ଓ ପୂଜାର୍ଚ୍ଚନା ପରେ ଉତ୍ତର ଦ୍ଵାର ରେ ପ୍ରସ୍ଥାନ କରିଥିଲେ। କାର ପାର୍କିଙ୍ଗ୍ ସ୍ଥଳରୁ ବରିଷ୍ଠ ନାଗରିକ ଓ ଭିନ୍ନକ୍ଷମ ମାନଙ୍କୁ ବ୍ୟାଟେରୀ ଚାଳିତ ଗାଡ଼ିରେ ମନ୍ଦିର ନିକଟରେ ପହଞ୍ଚାଇବା ସୁବିଧା କରାଯାଇଥିଲା। ଘଣ୍ଟା ଘଣ୍ଟା ଧରି ଲମ୍ବା ଧାଡିରେ ରହୁଥିବା ଶ୍ରଦ୍ଧାଳୁ ଙ୍କ ଉପରେ ଅଗ୍ନିଶମ ଓ ସ୍ଵେଚ୍ଛାସେବୀ ମାନେ ଜଳ ସିଞ୍ଚନ, ପାନୀୟ ଜଳ ଯୋଗାଇ ଦେଇଥିଲେ। ଵିଶ୍ରାମ ସ୍ଥଳ ସହ ଵିଭିନ୍ନ ଅନୁଷ୍ଠାନ ସେଵା ଯୋଗାଇଦେଇଥିଲେ। ଭକ୍ତ ମାନଙ୍କ ଶୃଙ୍ଖଳିତ ଦର୍ଶନ ଓ ଯାତ୍ରା ସଫଳତା ନିମନ୍ତେ ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା,ଆରକ୍ଷୀ ଅଧିକ୍ଷକ ଡ଼. କେ. ଵିଶାଲ ସିଂ, ସତ୍ୟବାଦୀ ବିଧାୟକ ଉମାକାନ୍ତ ସାମନ୍ତରାୟ,ଅତିରିକ୍ତ ଜିଲ୍ଲାପାଳ ପ୍ରଦୀପ କୁମାର ସାହୁ, ଉପ ଜିଲ୍ଲାପାଳ ଭଵତାରଣ ସାହୁ, ବ୍ଲକ ଅଧ୍ୟକ୍ଷ ସୁନିଲ  କୁମାର ପଣ୍ଡା, ଅତିରିକ୍ତ ଏସ୍ ପି ବିଷ୍ଣୁପ୍ରସାଦ ପତି , ଏସଡିପିଓ ବିରଞ୍ଚି ନାରାୟଣ ପତି , ଆଇଆଇସି ଵିଜୟ କେତନ ବେହେରା, ତହସିଲଦାର ଜୟନ୍ତ କୁମାର ଜୟସିଂ, ବିଡ଼ିଓ ଲିପ୍ସା ରାୟ , ଅତିରିକ୍ତ ତହସିଲଦାର ରାଜେଶ ପ୍ରିୟଦର୍ଶିନୀ,ଟ୍ରଷ୍ଟ ବୋର୍ଡ ସଭାପତି ପ୍ରତାପ ମହାପାତ୍ର,ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀ ବିଶ୍ୱବାସୀ ତ୍ରିପାଠୀ ପ୍ରମୁଖ ଙ୍କ ପ୍ରତକ୍ଷ୍ୟ ତତ୍ୱାବଧାନ ସହିତ ସେଵାୟତ ସଂଘ ସଭାପତି ଶ୍ରୀବତ୍ସ ମହାପାତ୍ର, ସମ୍ପାଦକ ବିଜୟ ନନ୍ଦ ଓ କର୍ମକର୍ତ୍ତା ବୃନ୍ଦ ଉପସ୍ଥିତ ରହି ଶୃଙ୍ଖଳିତ ଯାତ୍ରା ପରିଚାଳନା ରେ ସହଯୋଗ କରିଥିଲେ। ମନ୍ଦିର କୁ ରଙ୍ଗ ଵେରଙ୍ଗ ଆଲୋକ ଓ ଫୁଲମାଳ ସଜ୍ଜା ଯାଇଛି। ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ଡ଼ି.ଆଇ.ପି.ଆର.ଓ. ସନ୍ତୋଷ କୁମାର ସେଠି ଙ୍କ ପ୍ରତକ୍ଷ୍ୟ ତତ୍ୱାବଧାନରେ ଅନ୍ୟ ବିଭାଗୀୟ ଅଧିକାରୀ ଓ କର୍ମଚାରୀ ଉପସ୍ଥିତ ରହି ଡାକ ବାଜି ଯନ୍ତ୍ର ଯୋଗେ ଲୋକ ମାନଙ୍କୁ ଆବଶ୍ୟକୀୟ ସୂଚନା ପ୍ରଦାନ ବ୍ୟବସ୍ଥା କରାଯାଇଛି । ସତ୍ୟବାଦୀ ପ୍ରଶାସନ ଓ ଜିଲ୍ଲା ସଂସ୍କୃତି ବିଭାଗ ପକ୍ଷରୁ ଜିଲ୍ଲା ସଂସ୍କୃତି ଅଧିକାରୀ ହେମନ୍ତ ବେହେରା ଙ୍କ ପ୍ରତକ୍ଷ୍ୟ ତତ୍ୱାବଧାନରେ ୩ ଦିନ ଵ୍ୟାପି  ପଞ୍ଚସଖା ମୁକ୍ତାକାଶ ରଙ୍ଗମଞ୍ଚରେ ଆୟୋଜିତ ଶ୍ରୀରାଧା ଉତ୍ସବ ଆରମ୍ଭ କରାଯାଇଥିଵା ବେଳେ ପଲ୍ଲିଶ୍ରୀ ମେଳାରେ ପ୍ରଦର୍ଶନ ମଣ୍ଡପ ଖୋଲାଯାଇଛି। ଭିଡ଼ରେ ଅପରାଧ ରୋକିବା ନିମନ୍ତେ ମନ୍ଦିର ପରିସର ବାହାରେ ସିସିଟିଭି କ୍ୟାମେରା ଲାଗଯାଇଛି । ଡ଼ଗ୍ ସ୍କ୍ବାଡ ଓ ବୋମା ନିଷ୍କ୍ରିୟ କାରୀ ଦଳ ସହିତ ମନ୍ଦିର ସିଂହଦ୍ଵାର ରେ ମେଟାଲ ଡିକ୍ଟେଟର ଲଗାଇ ପୋଲିସ ଜାଞ୍ଚ କରିଛନ୍ତି ।

Leave a Reply

Your email address will not be published. Required fields are marked *