ଜିଲାରେ ପଲ୍ସ ପୋଲିଓ ଟୀକା ଦାନ କାର୍ଯ୍ୟକ୍ରମ ମାର୍ଚ୍ଚ ୩ ରୁ ୫ ତାରିଖ ।

ଭେଷଜ ଅଧିକାରୀମାନେ ଅଣୁ ଯୋଜନା ପ୍ରସ୍ତୁତ କରି ଶତପ୍ରତିଶତ ଶିଶୁଙ୍କୁ ସାମିଲ କରିବାକୁ ଆହ୍ୱାନ – ଜିଲାପାଳ ଡା. ମହାପାତ୍ର ।

ଯାଜପୁର, ୨୨/୦୨/୨୦୨୪ (ଓଡ଼ିଶା ସମାଚାର)- ଜିଲାରେ ଚଳିତ ୨୦୨୪ ବର୍ଷରେ ପଲ୍ସ ପୋଲିଓ ଟୀକା ଦାନ କାର୍ଯ୍ୟକ୍ରମ ଆସନ୍ତା ମାର୍ଚ୍ଚ ୩ ତାରିଖ ରୁ ମାର୍ଚ୍ଚ ୫ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇ ଜିରୋ ରୁ ୫ ବର୍ଷ ବୟସର ପିଲା ମାନଙ୍କୁ ପୋଲିଓ ବୁନ୍ଦା ପ୍ରଦାନ କରାଯିବ । ଏହି ମହତ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମକୁ ସମସ୍ତ ଅଙ୍ଗନୱାଡି କର୍ମୀ, ସୁପରଭାଇଜର, ଟିମ୍ ରେ ସାମିଲ କର୍ମୀ, ମୋବାଇଲ ଟିମ୍ ଓ ଟ୍ରାଂଜିଟ୍ ମୋବାଇଲ ଟିମ୍ ନିଷ୍ଠାର ସହ ଦାୟିତ୍ୱ ଓ କର୍ତବ୍ୟ ଏବଂ ସେବା ସଂପାଦନ କରିବା ସହ ସ୍ୱାସ୍ଥ୍ୟ କେନ୍ଦ୍ରର ଭେଷଜ ଅଧିକାରୀମାନେ ଅଣୁ ଯୋଜନା ପ୍ରସ୍ତୁତ କରି ଶତପ୍ରତିଶତ ଶିଶୁଙ୍କୁ ସାମିଲ କରି ଯାଜପୁର ଜିଲାର ଆଗାମୀ ପିଢୀକୁ ପୋଲିଓ ମୁକ୍ତ କରି ଉତମ ସ୍ୱାସ୍ଥ୍ୟ ଯୋଗାଇ ଦେବାକୁ ବୁଧବାର ଅପରାହ୍ନରେ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ପଲ୍ସ ପୋଲିଓ ଟୀକା ଦାନ କାର୍ଯ୍ୟ ନିର୍ବାହୀ ବୈଠକରେ ଜିଲାପାଳ ତଥା ଜିଲା ମାଜିଷ୍ଟ୍ରେଟ୍ ଡା. ଶୁଭଙ୍କର ମହାପାତ୍ର ଅଧ୍ୟକ୍ଷତା କରି ଆହ୍ୱାନ କରିଛନ୍ତି ।
ଜିଲାରେ ମୋଟ ଜନ ସଂଖ୍ୟା ୨୦ ଲକ୍ଷ ୧୧ ହଜାର ୬୦୨ ଥିବାବେଳେ ଚଳିତ ବର୍ଷ ୧୮୦୯୩୮ ଜିରୋ ରୁ ୫ ବର୍ଷର ଶିଶୁଙ୍କୁ ପଲ୍ସ ବୁନ୍ଦା ଖୁଆଇବା ପାଇଁ ଲକ୍ଷ୍ୟଧାର୍ଯ୍ୟ କରାଯାଇଛି । ଜିଲାରେ ସମୁଦାୟ ଘର ସଂଖ୍ୟା ୩୬୩୫୭୪ ଥିବା ବେଳେ ପୋଲିଓ ବୁଥ୍ ସଂଖ୍ୟା ୮୪୬ ନିରୂପଣ କରାଯାଇଛି । ପୋଲିଓ ବୁନ୍ଦା ଖୁଆଇବା ନିମନ୍ତେ ୩୩୮୪ ଟିମ୍ କର୍ମଚାରୀ ଙ୍କୁ ନିୟୋଜିତ କରାଯାଇଥିବା ବେଳେ ୧୬୫ ଜଣ ସୁପରଭାଇଜର, ଟ୍ରାଂଜିଟ୍ କେନ୍ଦ୍ର ୩୫ ଏବଂ ୨୧ ଗୋଟି ମୋବାଇଲ ଟିମ୍ ନିୟୋଜିତ ହେବେ । ମାର୍ଚ୍ଚ ୩ ତାରିଖ ଦିନ ବୁଥ୍ ରେ ଶିଶୁ ମାନଙ୍କୁ ପୋଲିଓ ବୁନ୍ଦା ପ୍ରଦାନ କରାଯିବ । ମାର୍ଚ୍ଚ ୪ ଓ ୫ ତାରିଖରେ ଘରକୁ ଘର ବୁଲି ଘର ଚିହ୍ନଟ ସହ ପୋଲିଓ ବୁନ୍ଦା ଖୁଆଇବେ ।
ବୈଠକରେ ଜିଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ, ଯାଜପୁର ଡା. ଶିବାଶିଷ ମହାରଣୀ, ଅତିରିକ୍ତ ଜିଲା ଶିକ୍ଷା ଅଧିକାରୀ ଶ୍ରୀ ଶଶିଧର ସିଂହ, ମଙ୍ଗଳପୁର ସି.ଏଚ୍.ସି. ଭେଷଜ ଅଧିକାରୀ ଡା. ବିନ୍ଦୁସାଗର ସାମଲ, ବିଂଝାରପୁର ସି.ଏଚ୍.ସି. ଭେଷଜ ଅଧିକାରୀ ଡା. କ୍ଷିତିଶ କୁମାର ନାୟକ, ଜିଲା ସମାଜ ମଙ୍ଗଳ ଅଧିକାରୀ ଶ୍ରୀମତୀ ସବିତା ଚ୍ୟାଉପଟ୍ଟନାୟକ, ଅଧିକ୍ଷକ, ସି.ଏଚ୍.ସି., ଦାନଗଦୀ ଡା. ଜ୍ୟୋତି ରଂଜନ ମହାପାତ୍ର, ଅଧିକ୍ଷକ, ସି.ଏଚ୍.ସି., ଯାଜପୁର ରୋଡ ଡା. ସନ୍ତୋଷ କୁମାର ପୃଷ୍ଟି, ପ୍ରଶାସନିକ ଅଧିକାରୀ ଶ୍ରୀ କ୍ଷୀରୋଦ କୁମାର ଦାସ, ଏଡିପିଏଚ୍ଓ ଡା. ସତ୍ୟ ପ୍ରକାଶ ସାହୁ, ଜିଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ଶ୍ରୀ ଲକ୍ଷ୍ମଣ କୁମାର ବେହେରା ଙ୍କ ସମେତ ଭେଷଜ ଅଧିକାରୀମାନେ ଯୋଗ ଦେଇଥିବା ବେଳେ ଏସଏମଓ , ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ, ଗାଏନ ଅର୍ଚ୍ଚନା ପାୱାର ପଏଣ୍ଟ ଉପକରଣରେ ୨୦୨୪ ପଲ୍ସ ପୋଲିଓ ଟୀକା ଦାନ ଯୋଜନାର ବିସ୍ତୃତ ତଥ୍ୟ ଉପସ୍ଥାପନ କରିଥିଲେ ।

Leave a Reply

Your email address will not be published. Required fields are marked *