ବେଆଇନ୍ ଗଛ କଟାକୁ ବିରୋଧ କଲେ ଧରିଣା ଗ୍ରାମବାସୀ

କଟକ ସଦର, ୩୦/୧୦/୨୦୨୫(ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କଟକ ସଦର ତଥା କିଶନନଗର ଥାନା ଓ କିଶନନଗର ତହସିଲ ଅନ୍ତର୍ଗତ ଧରିଣା ମୈ।ଜାର ଗୋପ ମଠ ନିକଟରେ କେନାଲ ବନ୍ଧ ଉପରେ ଥିବା ଏକ ପୁରୁଣା ଚାମୁଣ୍ଡା ଗଛକୁ କେତେକ ନ୍ୟସ୍ତ ସ୍ୱାର୍ଥ ଵ୍ୟକ୍ତି ବେଆଇନ ଭାବେ ହାଣି ବିକ୍ରି କରୁଥିବା ବେଳେ ଗ୍ରାମବାସୀଙ୍କ ପ୍ରବଳ ବିରୋଧ ର ଶିକାର ହୋଇଥିବା ଜଣାପଡିଛି। ଖଵର ପାଇ ତହସିଲଦାର ଙ୍କ ନିର୍ଦେଶ କ୍ରମେ ଯଶପଡା ରାଜସ୍ୱ ନିରୀକ୍ଷକ ଓ ଜଳ ସଂପଦ ବିଭାଗର ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ସରକାରୀ ଜମି ରୁ ଏଭଳି ବେଆଇନ୍ ଗଛ କଟାକୁ ବନ୍ଦ କରିବା ସହିତ କଟା ହୋଇଥିବା କାଠକୁ ଜବତ କରିଥିବା ଜଣାପଡିଛି।

Leave a Reply

Your email address will not be published. Required fields are marked *