ହସ୍ତୀ ବାହିନୀଙ୍କ ନୂତନ ମନ୍ଦିରର ରତ୍ନମୁଦ ସ୍ଥାପନ

କଟକ ସଦର,୨୩/୧୧/୨୦୨୬(ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କଟକ ସଦର ଅନ୍ତର୍ଗତ ଗତିରାଉତପାଟଣା ପଞ୍ଚାୟତ ଡିହସାହି ରାଜହଂସ ଗ୍ରାମରେ ଅବସ୍ଥିତ ଆରାଧ୍ୟା ଠାକୁରାଣୀ ମା’ ହସ୍ତୀ ବାହିନୀ ଙ୍କ ନିର୍ମାଣାଧୀନ ନୂତନ ଭବ୍ୟ ମନ୍ଦିରର ରତ୍ନମୁଦ ମହୋତ୍ସବ ଆଜି ସୋମବାର ଦିନ ଆଧ୍ୟାତ୍ମିକ ପରିବେଶ ସହିତ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ କଟକ ସଦର ବିଧାୟକ ପ୍ରକାଶ ଚନ୍ଦ୍ର ସେଠୀ ଯୋଗଦାନ କରି ମନ୍ଦିର ଶିଖରକୁ ଯାଇଁ ଦଧିନଉତିରେ ଧାନ ଅର୍ପଣ କରିଥିବାବେଳେ କଟକ ସଦର ପଞ୍ଚାୟତ ସମିତି ଅଧ୍ୟକ୍ଷା ଭାଗ୍ୟଲକ୍ଷ୍ମୀ ରାଉତ ଯୋଗ ଦେଇଥିଲେ। ମନ୍ଦିର ଟ୍ରଷ୍ଟି ବିଶ୍ୱଜିତ ସ୍ୱାଇଁ, ସରପଂଚ ସୋନାଲୀ ପ୍ରଧାନ, ପୂର୍ବତନ ସରପଂଚ ଲକ୍ଷ୍ମୀପ୍ରିୟା ସ୍ୱାଇଁ, କୁଞ୍ଜବିହାରୀ ଜେନା, ସନ୍ତୋଷ କୁମାର ଜେନା, ଦୀପକ କୁମାର ଜେନା,ଅଜୟ କୁମାର ସ୍ବାଇଁ, ନିରଞ୍ଜନ ପ୍ରଧାନ, ବନମାଳୀ ସ୍ୱାଇଁ, ରାଜେନ୍ଦ୍ର ବେହେରା, ଶିବ ପ୍ରସାଦ ପ୍ରଧାନ,କାଳିଆ ସିଂହ ପ୍ରମୁଖ ଟ୍ରଷ୍ଟ ବୋର୍ଡ ସଦସ୍ୟ ଓ ଗ୍ରାମବାସୀମାନେ ସହାୟତା କରିଥିଲେ।

Leave a Reply

Your email address will not be published. Required fields are marked *