କେନ୍ଦ୍ରାପଡ଼ା, ୨୨/୦୨/୨୦୨୪ (ଓଡ଼ିଶା ସମାଚାର)- କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଭରତପୁର ଗ୍ରାମରେ ଗତ ଦୁଇଦିନ ହେବ ଏକ ପାଗଳା ମାଙ୍କଡ ଆକ୍ରମଣରେ ୧୦ରୁ ଉଦ୍ଧ୍ୱର୍ ଯୁବକ ଓ ଲୋକମାନେ ଆହତ ହୋଇଥିବା ଅଭିଯୋଗ ହୋଇଛି । ସେହି ମାଙ୍କଡଟି ଭରତପୁର ଗ୍ରାମ ରାସ୍ତାରେ ଯାଉଥିବା ଲୋକମାନଙ୍କୁ ଆକ୍ରମଣ କରିବା ସହ କାମୁଡି ଲହୁଲୁହାଣ କରିଦେଉଛି । ସେହି ରାସ୍ତାରେ ଲୋକମାନେ ଯିବାକୁ ଭୟ କରୁଛନ୍ତି । ଏସମ୍ପର୍କରେ ଗ୍ରାମବାସୀଙ୍କ ପକ୍ଷରୁ ସ୍ଥାନୀୟ ଜଙ୍ଗଲ ବିଭାଗରେ ଅଭିଯୋଗ କରାଯାଇଥିଲେବି ଅଦ୍ୟାବଧି କୌଣସି ପଦକ୍ଷେପ ଗ୍ରହଣ କରାଯାଇନାହିଁ । ତେଣୁ ଏଦିଗରେ ତୁରନ୍ତ ପଦକ୍ଷେପ ଗ୍ରହଣ କରାଯିବାକୁ ଗ୍ରାମବାସୀଙ୍କ ପକ୍ଷରୁ ଜିଲାପାଳଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି ।
Related Posts
ସରକାର ପେନସନ୍ ଦେବା ସପକ୍ଷରେ ଆଲୋଚନା ନ କଲେ ୧୯ ଜାନୁଆରୀରେ ସପରିବାର ଜେଲଭର୍ ଆନ୍ଦୋଳନ ନିଷ୍ପତି
ଭୁବନେଶ୍ୱର, ୦୫/୦୧/୨୦୨୪ (ଓଡ଼ିଶା ସମାଚାର)- ତା ୧୨.୦୪.୧୯୯୩ରିଖ ପୂର୍ବରୁ ଡିଏଲଆର ରୁ ୱାର୍କଚାର୍ଜଡ୍, ୱାର୍କଚାର୍ଜଡ୍ ରୁ ନିୟମିତ ନିଯୁକ୍ତି ପାଇ ଅବସର ଗ୍ରହଣ କରିଥିବା ପୂର୍ତ ବିଭାଗର…
ବିଭିନ୍ନ ଅନୁଷ୍ଠାନ ତରଫରୁ ଦାଣ୍ଡିଆ ନୃତ୍ୟ ପରିବେଷଣ
ରାଉରକେଲା,୧୪/୧୦/୨୦୨୪ (ଓଡ଼ିଶା ସମାଚାର /ସସ୍ମିତା ପ୍ରଧାନ )- ଝିରପାଣି ର ସାମାଜିକ ଅନୁଷ୍ଠାନ ନିୟୁ ମର୍ଣ୍ଣିଂ ଫାଉଣ୍ଡେସନ ଓ ଝିରପାଣି ଦୁର୍ଗାପୂଜା କମିଟି ର ମିଳିତ ଆନୁକୂଲ୍ୟରେ…
ଓଡ଼ିଶୀ ନୃତ୍ୟାଭିନୟରେ ଦର୍ଶକ ବିଭୋର
(ମୁକ୍ତେଶ୍ୱର ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ମୁକ୍ତେଶ୍ୱର ନୃତ୍ୟ ଉତ୍ସବର ଦ୍ୱିତୀୟ ସଂଧ୍ୟା) ଭୁବନେଶ୍ୱର,୨୪/୦୧/୨୦୨୬ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ…
