ଗଣକବି ବୈଷ୍ଣବ ପାଣି ଙ୍କ ୧୪୨ ତମ ଜନ୍ମ ଜୟନ୍ତୀ ପାଇଁ ପ୍ରସ୍ତୁତି ବୈଠକ 

ମାହାଙ୍ଗା ୧୦/୯/୨୦୨୪ (ଓଡିଶା ସମାଚାର /ଅଭୟ ଜେନା ) – ଓଡିଆ ଗୀତିନାଟ୍ୟ ଜଗତର ମୁକୁଟ ବିହୀନ ସମ୍ରାଟ,ପ୍ରଖ୍ୟାତ ଗୀତିନାଟ୍ୟ ସ୍ରଷ୍ଟା ଗଣକବି ବୈଷ୍ଣବ ପଣିଙ୍କ ୧୪୨ ତମ ଜୟନ୍ତୀ ସମାରୋହ ପାଳନ ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ମାହାଙ୍ଗା ବିକାଶ ପରିଷଦ ଆନୁକୂଲ୍ୟରେ ୧୦ ଦିନ ବ୍ୟାପୀ ଆୟୋଜିତ ହେବାକୁ ଯାଉଥିବା ଏହି ସାରସ୍ୱତ ସମାରୋହକୁ ସଫଳ କରିବା ପାଇଁ ସାହିତ୍ୟିକ, ଅଧ୍ୟାପକ, ସାମ୍ବାଦିକ, ବୁଦ୍ଧିଜୀବୀ ତଥା ବହୁ ସମାଜସେବୀ ଏକତ୍ରିତ ହୋଇଥିଲେ । ବିଧାୟକ ଶାରଦା ପ୍ରସାଦ ପ୍ରଧାନଙ୍କ ସଭାପତିତ୍ୱରେ ଅନୁଷ୍ଠିତ ପ୍ରସ୍ତୁତି ବୈଠକରେ ଅଧ୍ୟାପକ ଅଶୋକ କୁମାର ରାଉତ, ଅଧ୍ୟାପକ ଦାଶରଥି ସ୍ୱାଇଁ, ଡକ୍ଟର ଯୁଧିଷ୍ଠିର ଖଟୁଆ, ଶିକ୍ଷାବିତ ଭାବଗ୍ରାହୀ ରାଉତ, ଶିକ୍ଷାବିତ ଅକ୍ଷୟ କୁମାର ଷଢଙ୍ଗୀ, ଦେବେନ୍ଦ୍ର କୁମାର ସାହୁ, ରମେଶ ଚନ୍ଦ୍ର ସ୍ୱାଇଁ,କବି ଭକ୍ତ ଚରଣ ସାହୁ,ସାମ୍ବାଦିକ ଅଖିଳେଶ ମହାନ୍ତି, ପୂର୍ଣ୍ଣଚନ୍ଦ୍ର ମହାପାତ୍ର, କିଶୋର କୁମାର ରାଉତ, ଭକ୍ତ ଚରଣ ସ୍ୱାଇଁ,ଶରତ କୁମାର ସାମଲ,ପନଗ ଭୂଷଣ ଦାସ, ତାରାକାନ୍ତ ମହାପାତ୍ର,ରମାକାନ୍ତ ଦାସ , ଅଶୋକ କୁମାର ବିଶ୍ୱାଳ, ମନୋରଞ୍ଜନ ନାୟକ, ଶତପଥୀ, ନିର୍ମଳ ଚନ୍ଦ୍ର ରାଉତ, ମନୋରଞ୍ଜନ ବେହୁରା,ପ୍ରମୁଖ ଯୋଗଦେଇଥିଲେ । ୩୦ ଟି ସାଂସ୍କୃତିକ ଅନୁଷ୍ଠାନର କର୍ମକର୍ତ୍ତା ମାନେ ବୈଠକରେ ଉପସ୍ଥିତ ରହିବା ଦେଖିବାକୁ ମିଳିଥିଲା । ଏହିସବୁ ଅନୁଷ୍ଠାନ ଗଣକବିଙ୍କ ବିରଚିତ ଗୀତିନାଟ୍ୟ ମଞ୍ଚସ୍ଥ କରିବେ । କବିଙ୍କ ଜନ୍ମମାଟି କୋଠପଦାରେ ଏହି ଜୟନ୍ତୀ ସମାରୋହ  ଉଦଘାଟନ ହେବ । କୁମାର ପୂର୍ଣ୍ଣିମା ଠାରୁ ଆୟୋଜିତ ଏହି ସାରସ୍ୱତ କାର୍ଯ୍ୟକ୍ରମ ସାଧନପୀଠ ମାଳିହତା ଏବଂ ଅସୁରେଶ୍ୱରରେ ମଧ୍ୟ ଅନୁଷ୍ଠିତ ହେବ ବୋଲି ନିଷ୍ପତି ନିଆଯାଇଥିଲା । ମାହାଙ୍ଗା ବିକାଶ ପରିଷଦ ପକ୍ଷରୁ ଆୟୋଜିତ ହେବାକୁ ଯାଉଥିବା ଏହି ସାରସ୍ୱତ ସମାରୋହକୁ ସଫଳ କରିବା ପାଇଁ ବିଧାୟକ ଶ୍ରୀ ପ୍ରଧାନ ଆହ୍ୱାନ ଦେଇଥିଲେ ।

Leave a Reply

Your email address will not be published. Required fields are marked *