ଶିକ୍ଷକଙ୍କୁ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର

ନିମାପଡ଼ା, ୨୧/୦୨/୨୦୨୪ (ଓଡ଼ିଶା ସମାଚାର)-ଚଳିତ ବର୍ଷ ଶିକ୍ଷାକ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ନିମନ୍ତେ ଶିକ୍ଷକଙ୍କୁ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପ୍ରଦାନ କରାଯାଇଛି l ରବିବାର ଦିନ ଭୋଳାନାଥ ବିଦ୍ୟାପୀଠ ପରିସରେ ପୁରୀଜିଲ୍ଲା ଶିକ୍ଷା ବିଭାଗ ଦ୍ୱାରା ଆୟୋଜିତ ସ୍ୱତନ୍ତ୍ର ଉତ୍ସବରେ କ୍ରୀଡା ଓ ଯୁବବ୍ୟାପାର,ସୂଚନା ଓ ପ୍ରଯୁକ୍ତି ବିଭାଗ ମନ୍ତୀ ତୁଷାରକାନ୍ତି ବେହେରା ମୁଖ୍ୟଅତିଥି ଭାବେ  ଯୋଗଦେଇ  ନିମାପଡ଼ା ବ୍ଲକର ସର୍ବପୁରାତନ  ପ୍ରାକ୍ଟିସିଂ ୟୁଜିଏମଇ ବିଦ୍ୟାଳୟର ପ୍ରଧାନଶିକ୍ଷକ   ନିର୍ମଳ କୁମାର ମିଶ୍ରଙ୍କୁ ଶ୍ରେଷ୍ଠ ଏଲିମେଣ୍ଟାରୀ ଶିକ୍ଷକ ଭାବେ ମୁଖ୍ୟ ମନ୍ତ୍ରୀ ଶିକ୍ଷା ପୁରସ୍କାର ପ୍ରଦାନ କରିଛନ୍ତି l ଉତ୍ସବରେ ଅନ୍ୟମାନଙ୍କ ମଧ୍ୟରେ ଅତିଥି ଭାବେ ପୁରୀ ଜିଲ୍ଲା ପରିଷଦ ଆଧ୍ୟକ୍ଷା ସ୍ୱପ୍ନାରାଣୀ ସ୍ୱାଇଁ, ଜିଲ୍ଲାପାଳ ବିଜୟ କୁମାର ଦାଶ,ଜିଲ୍ଲା ଶିକ୍ଷାଅଧିକାରୀ ଡ଼ଃ ବିଶ୍ବଜିତି ଘୋଷ,ଅତିରିକ୍ତ ଶିକ୍ଷା ଅଧିକାରୀ ହିମାଂଶୁ ଶେଖର ସମର୍ଥl,ଜିଲ୍ଲା ଶିକ୍ଷାପ୍ରଶିକ୍ଷଣ ଅନୁଷ୍ଠାନର ଅଧ୍ୟକ୍ଷ ଡ଼ଃ ସନ୍ତୋଷ କୁମାର ନାୟକ,ଏଡିଭିଓ ମମତା ମିଶ୍ର, ଭୋଳାନାଥ ବିଦ୍ୟାପୀଠ ପ୍ରଧାନଶିକ୍ଷକ ଯୋଗଦେଇଥିଲେ l ପ୍ରଧାନଶିକ୍ଷକ ନିର୍ମଳ ମିଶ୍ରଙ୍କ ସଫଳତାକୁ ନେଇ ନିମାପଡ଼ା ଅଞ୍ଚଳରେ ଆନନ୍ଦ ଲହରୀ ଖେଳି ଯାଇଛି l ବିଭିର୍ଣ୍ଣ ଅନୁଷ୍ଠାନ ପକ୍ଷରୁ ଶ୍ରୀଯୁକ୍ତ ମିଶ୍ରଙ୍କୁ ଅଭିନନ୍ଦନ ଏବଂ ଶୁଭେତ୍ସା ଦିଆଯାଉଛି l ଶ୍ରୀଯୁକ୍ତ ମିଶ୍ର ଶ୍ରେଷ୍ଠ ଏଲିମେଣ୍ଟାରୀ ଶିକ୍ଷକ ଭାବେ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇବାପରେ ନିମାପଡା ବ୍ଲକ ଶିକ୍ଷା ଅଧିକାରୀ ଦ୍ବିତିକାନ୍ତ ପ୍ରଧାନ,ଏବିଓ ସୌଦାମିନୀ ଦାଶ,ପ୍ରତିଭା ମହାନ୍ତି, ଶ୍ରୀମନ୍ତ କୁମାର ରଥ ଏବଂ ପ୍ରାକ୍ଟିସିଂ ୟୁଜିଏମଇ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଅଭିନନ୍ଦନ ଏବଂ କୃତଜ୍ଞତା ଜଣାଇଛନ୍ତି l

Leave a Reply

Your email address will not be published. Required fields are marked *