ଗରଦପୁର, ୨୧/୧୧/୨୦୨୩ (ଓଡ଼ିଶା ସମାଚାର)- ପାଟକୁରା ଠାରେ ୧୨୫ତମ ମହତାବ ଜୟନ୍ତତୀ ପାଳିତ ହୋଇ ଯାଇଛି । ଏହି ଅବସରରେ ବରିଷ୍ଠ ବିଜେଡ଼ି ନେତା ରବି ସାମଲ ପାଟକୁରା ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ଡ଼ ନୀରଂଜନ କର ଡ଼ ହିମାଂଶୁ ଭୁଷଣ ସଢ଼ଙ୍ଗି ସାମ୍ବାଦିକ ନବଘନ ନାୟକ ଧିରେନ୍ଦ୍ର କୁମାର ମିଶ୍ର ସୁବାସ ସାମଲ ବିଚିତ୍ର ମୋହନ ପଟ୍ଟନାୟକ ଯଶୋବନ୍ତ ପାତ୍ର ରବିନ୍ଦ୍ରନାଥ ବାରିକ ଶଶିଭୁଷଣ ଜେନା ପାଟକୁରା ସରପଂଚ ଗୀତାଂଜଳୀ ମହାନ୍ତି ଶୁଭେନ୍ଦୁ ରାଉତ , ପୂର୍ବତନ ଜିଲା ପରିଷଦ ସଦସ୍ୟା ଅହଲ୍ୟା ଲେଙ୍କା, ସମିତି ସଭ୍ୟ ଲିଙ୍କନ ସାହୁ , ସରପଂଚ ସନ୍ତୋଷ ମହାଳି ଶୈଳେନ୍ଦ୍ର ମହାନ୍ତି, ଗୋକୁଳାନନ୍ଦ ବେହେରା ଙ୍କ ସମେତ ବହୁ ଶୁଭେଛୁ ଯୋଗ ଦେଇ ପାଟକୁରା ହାଇସ୍କୁଲ ନିକଟସ୍ଥ ରାସ୍ତା କଡ଼ରେ ଥିବା ମହତାବଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ କରି ସ୍ମୃତି ଚାରଣ କରିଥିଲେ । ଏହି କାର୍ଯ୍ୟକ୍ରମକୁ ସାମ୍ବାଦିକ ତଥା ଜୟନ୍ତୀ କମିଟିର ସଭାପତି ସୁବାସ ଚନ୍ଦ୍ର ଖୁଂଟିଆ ପରିଚାଳନା କରିଥିଲେ ।
ଡ଼ ହରେକୃଷ୍ଣ ମହତାବ ଜୟନ୍ତତୀ ପାଳିତ
