ଯାଜପୁର ଜିଲ୍ଲାସ୍ତରୀୟ ଓଡିଶା ଦିବସ ପାଳନ ଉପଲକ୍ଷେ ବିଦ୍ୟାଳୟ ସ୍ତରୀୟ ପ୍ରତିଯୋଗିତା

ଯାଜପୁର,୨୮/୦୩/୨୦୨୫ (ଓଡ଼ିଶା ସମାଚାର)- ଯାଜପୁର ମୁନିସିପାଲିଟି ଅନ୍ତର୍ଗତ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଜିଲ୍ଲା ସ୍ତରୀୟ ଓଡିଶା ଦିବସ- ୨୦୨୫ ପାଳନ ଉପଲକ୍ଷେ ଓଡ଼ିଆ ପ୍ରବନ୍ଧ, ଓଡ଼ିଆ ବକ୍ତୃତା ଓ ଓଡ଼ିଆ ଦେଶାତ୍ମକ ସଂଗୀତ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଯାଜପୁର ଜ଼ିଲ୍ଲା କାର୍ଯ୍ୟାଳୟ ଓ ଜ଼ିଲ୍ଲା ଶିକ୍ଷା କାର୍ଯ୍ୟାଳୟର ସୂଚନା ଅନୁସାରେ ଯାଜପୁର ଜ଼ିଲ୍ଲାର ଦଶଟି ବ୍ଲକ ରୁ ୫୦ ଜଣ ଛାତ୍ର ଛାତ୍ରୀ ଉକ୍ତ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିଥିଲେ । ପ୍ରାଥମିକ, ନିମ୍ନ ମାଧ୍ୟମିକ ଓ ଉଚ୍ଚ ବିଦ୍ୟାଳୟରୁ ଛାତ୍ର ଛାତ୍ରୀ ମାନେ ସେମାନଙ୍କ ସହାୟକ ଶିକ୍ଷକଙ୍କ ସହ ଯୋଗଦାନ କରିଥିଲେ ।

ବିଚାରକ ରୂପେ ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ତଥା ରାଜ୍ୟପାଳ ପୁରସ୍କାର ଶିକ୍ଷକ ବିଷ୍ଣୁ ଚରଣ ଲେଙ୍କା, ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ବିରଞ୍ଚି ନାରାୟଣ ଧଳ, ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ଡ଼. ଆଶୁତୋଷ ବଳ, ଅବସର ପ୍ରାପ୍ତ ଶିକ୍ଷକ ଅଜିତ କୁମାର ମିଶ୍ର, ସଂଗୀତ ଶିକ୍ଷୟତ୍ରୀ ସ୍ନେହସୁଧା ଓଝା ଓ ସଂଗୀତ ଗୁରୁ ନଟବର ସାର କାର୍ଯ୍ୟ ନିର୍ବାହ କରିଥିଲେ ।  ପ୍ରତି ବିଭାଗରୁ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ସ୍ଥାନ ଚୟନ କରାଯାଇ ଜିଲ୍ଲା କାର୍ଯ୍ୟାଳୟ, ଯାଜପୁରଙ୍କୁ ପ୍ରେରଣ କରାଯାଇଥିଲା ।   ଜ଼ିଲ୍ଲା ଶିକ୍ଷା କାର୍ଯ୍ୟାଳୟର ଜ଼ିଲ୍ଲା  ବିଜ୍ଞାନ ପର୍ଯ୍ୟବେକ୍ଷକ କୁମାରସେନ ସେନାପତି ସମସ୍ତ କାର୍ଯ୍ୟକୁ ସୁଚାରୁରୂପେ ସମ୍ପାଦନ କରିଥିଲେ ।

ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟତ୍ରୀ, ଅନ୍ୟ ଶିକ୍ଷକ ଶିକ୍ଷୟତ୍ରୀ ଓ କର୍ମଚାରୀ ମାନେ ସହଯୋଗ କରିଥିଲେ ।  ଜ଼ିଲ୍ଲା କାର୍ଯ୍ୟାଳୟ ତଥା ସୂଚନା ଓ ଲୋକ ସମ୍ପର୍କ ବିଭାଗ, ଯାଜପୁର ତରଫରୁ ଉକ୍ତ କୃତ୍ତୀ ପ୍ରତଯୋଗୀମାନଙ୍କୁ ଆସନ୍ତା ଏପ୍ରିଲ ୧ ତାରିଖରେ ସଂସ୍କୃତି ଭବନ ଠାରେ ଅନୁଷ୍ଠିତ ହେବାକୁ ଥିବା ଜ଼ିଲ୍ଲା ସ୍ତରୀୟ ଓଡିଶା ଦିବସ ୨୦୨୫ ରେ  ପ୍ରମାଣ ପତ୍ର ଓ ପୁରସ୍କାର ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯିବ ।

Leave a Reply

Your email address will not be published. Required fields are marked *