ବ୍ରହ୍ମପୁର, ୨୧/୧୧/୨୦୨୩ (ଓଡ଼ିଶା ସମାଚାର)-ବ୍ରହ୍ମପୁର ମହାନଗରର ସୁପ୍ରସିଦ୍ଧ ଓ ସୁନାମଧନ୍ୟ ଆଧ୍ୟାତ୍ମିକ, ସାମାଜିକ ଓ ସେବା ଅନୁଷ୍ଠାନ ସ୍ବଶକ୍ତି ଜାଗରଣ ସେବା ସଂସ୍ଥାନ। ଏହି ସେବା ସଂସ୍ଥାନ ପରିବାର ତରଫରୁ ସ୍ଥାନୀୟ ଆସ୍କା ରୋଡ଼ ପାଣିଗ୍ରାହୀ ପେଣ୍ଠ ନିକଟ ଶ୍ରୀ ଶ୍ରୀ ଶ୍ରୀ ରଘୁନାଥ ମନ୍ଦିରସ୍ଥ ମହାନ୍ତି ସେବା ମଣ୍ଡପ ଠାରେ ୧୯/୧୧/୨୩ ରବିବାର ଠାରୁ ୨୧/୧୧/୨୩ ମଙ୍ଗଳବାର ଦୀର୍ଘ ତିନିଦିନ ବ୍ୟାପି ମାଗଣା ସ୍ବାସ୍ଥ୍ୟ ସେବା ଶିବିର ,ଗୁରୁ ଅବତରଣ ଦିବସ ,ମାଗଣା ଚକ୍ଷୁ ପରୀକ୍ଷା ଓ ଅସ୍ତ୍ରୋପଚାର ଶିବିର ସହ ଅନ୍ୟାନ୍ୟ ବହୁ ଆଧ୍ୟାତ୍ମିକ କାର୍ୟ୍ୟକ୍ରମ ସ୍ୱଶକ୍ତି ଜାଗରଣ ସେବା ସଂସ୍ଥାନର ପ୍ରତିଷ୍ଠାତା ପୂଜ୍ୟ ଗୁରୁଜୀ କ୍ରିଷ୍ଣା ଭେୟାଜୀଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଅନୁଷ୍ଠିତ ହୋଇଥିଲା।
୧୯/୧୧/୨୩ ରବିବାର ଅନୁଷ୍ଠିତ ସ୍ବାସ୍ଥ୍ୟ ସେବା ଶିବିରରେ ବରିଷ୍ଠ ଚିକିତ୍ସକ ଅବସରପ୍ରାପ୍ତ ପ୍ରଫେସର ଡାକ୍ତର କରୁଣାକର ଦାଶ, ଆୟୁଷ୍ମାନ ମେଡିକ ୩୬୦ ର ଡାକ୍ତର ଏନ ସନ୍ତୋଷ କୁମାର ପାତ୍ର ଦନ୍ତ ବିଶେଷଜ୍ଞା ଡାକ୍ତର ଏସ ସାହିତ୍ୟା , ଆୟୁର୍ବେଦିକ ବିଶେଷଜ୍ଞ ଡାକ୍ତର ଏସ. ଏନ. ସାହୁ ଙ୍କ ସମେତ ଫିଜିଓଥେରାପି ଡାକ୍ତର ଜିତେନ୍ଦ୍ର କୁମାର ଦାସ ଉପସ୍ଥିତ ରହି ଚିକିତ୍ସା କରିବା ସହ ଶତାଧିକ ରୋଗୀଙ୍କ ରକ୍ତଚାପ, ମଧୁମେହ ସମେତ ଅନ୍ୟ ପରୀକ୍ଷା କରିବା ସହ ମାଗଣା ଔଷଧ ବିତରଣ ର ବ୍ୟବସ୍ଥା କରାଯାଇଥିଲା। ସେହିପରି ୨୦/୧୧/୨୩ ସୋମବାର ଦିବସରେ ସଂସ୍ଥାର ପ୍ରତିଷ୍ଠାତା ପୂଜ୍ୟ ଗୁରୁଦେବ ଶ୍ରୀ ଶ୍ରୀ ଶ୍ରୀ କ୍ରିଷ୍ଣା ଭେୟାଜୀଙ୍କ ଅବତରଣ ଦିବସ ବେଶ ଉତ୍ସାହ ଓ ଉଦ୍ଦୀପନା ସହ କରାଯାଇଥିଲା।ଉକ୍ତ ଉତ୍ସବରେ ଶ୍ରୀ ବୃନ୍ଦାବନ ଧାମ ମହାମଣ୍ଡଳେଶ୍ବର ଶ୍ରୀ ଶ୍ରୀ ଶ୍ରୀ ଲଳିତା ନନ୍ଦ ମହାରାଜ ଙ୍କ ସମେତ ବହୁ ସଂଖ୍ୟକ ଗୁରୁଭାଇ ଭଉଣୀମାନଙ୍କ ସହ ଶତାଧିକ ଶ୍ରଦ୍ଧାଳୁଙ୍କ ସମେତ ବହୁ ବରିଷ୍ଠ ଯୋଗଦେଇ ଗୁରୁପୂଜନ ଗୁରୁପାଦ ପୂଜନ ପୂର୍ବକ ଗୁରୁଦେବଙ୍କ ଆଶୀର୍ବାଦ ଓ ସ୍ୱବଚନ ଲାଭ କରିଥିଲେ । ସେହପରି ଗୋଷ୍ଟାଷ୍ଟମୀ ଅବସରରରେ ଗୋ ପୂଜନ ଓ ଭକ୍ତମାନଙ୍କ ପାଇଁ ହବିଷ୍ୟାନ୍ନ ବ୍ୟବସ୍ଥା କରାଯାଇଥିଲା। ସେହିପରି ୨୧/୧୧/୨୩ ମଙ୍ଗଳବାର ରୁବି ଆଇ ହସ୍ପିଟାଲ ତରଫରୁ ବରିଷ୍ଠ ଚକ୍ଷୁରୋଗ ବିଶେଷଜ୍ଞ ଅବସରପ୍ରାପ୍ତ ପ୍ରଫେସର ଡାକ୍ତର ନାଗେଶ୍ଵର ରାଓ ଏବଂ ତାଙ୍କର ସହଯୋଗୀ ମାନେ ଉପସ୍ଥିତ ରହି ୧୫୦ ରୁ ଊର୍ଦ୍ଧ୍ ରୋଗୀଙ୍କ ବିଭିନ୍ନ ପରୀକ୍ଷା କରିବା ସହ ବିଶେଷ ଧରଣ ରୋଗୀଙ୍କ ଅସ୍ତ୍ରୋପଚାର ପାଇଁ ଋବି ହସ୍ପିଟାଲରେ ବ୍ୟବସ୍ଥା କରାଯାଇଥିଲା। ସଂସ୍ଥା ର ସଦସ୍ୟ ଶ୍ରୀହରି ଦାସ, ପ୍ରକାଶ ବେହେରା, ଚନ୍ଦ୍ରଧ୍ଵଜ ସାହୁ, ଦୀପକ ପାଣିଗ୍ରାହୀ, ଗଣେଶ ପ୍ରଧାନ, ସନ୍ଦୀପ ପାଣିଗ୍ରାହୀ, କୁଞ୍ଜ ସାହୁ, ସନ୍ତୋଷ ମହାନ୍ତି, ଦ୍ୱାରିକା ମହାନ୍ତି, ସମୀର ମହାନ୍ତି, ଅନିଲ ଚୌଧୁରୀ, ଲାଲ କ୍ରିଷ୍ଣା ବସ୍ତିଆ, ବିଭୁତି ପାଣିଗ୍ରାହୀ, ଚନ୍ଦନ ସାହୁ, ଗୌରୀ ଶଙ୍କର ପାତ୍ର, ଶୈଳେନ୍ଦ୍ର ଦାସ, ଅଶ୍ବିନୀ, ଗୀତା ମହାନ୍ତି, ପୁଷ୍ପା ପ୍ରଧାନ, ସଂଗୀତା ମହାନ୍ତି, ଅଞ୍ଜୁ ମହାନ୍ତି, ଟୁନି ବିଶ୍ୱାଳ, ଶର୍ମିଲା ଓ ସମସ୍ତ ସଦସ୍ୟ ସଦସ୍ୟା ଉପସ୍ଥିତ ରହିଥିଲେ।
ସ୍ୱଶକ୍ତି ଜାଗରଣ ସେବା ସଂସ୍ଥାନ ପରିବାର ତରଫରୁ ତ୍ରିଦିବଶୀୟ ଗୁରୁ ଅବତରଣ ମହୋତ୍ସବ ପାଳିତ
