ରାଷ୍ଟ୍ର ଗଠନରେ ଛାତ୍ରଛାତ୍ରୀଙ୍କ ଭୂମିକା ଉପରେ ଆଲୋକପାତ କଲେ ଜିଲାପାଳ
ଯାଜପୁର ୦୬/୧୧/୨୦୨୫ (ଓଡ଼ିଶା ସମାଚାର)-ଆଜି ଯାଜପୁର ଜିଲ୍ଲା ସ୍ତରୀୟ ଛାୟା ସଂସଦ କାର୍ଯ୍ୟକ୍ରମ ସମଗ୍ର ଶିକ୍ଷା ଯାଜପୁର ତରଫରୁ ଅନୁଷ୍ଠିତ ହୋଇଯାଇଛି । ଉଦ୍ଘାଟନୀ ଉତ୍ସବରେ ଉଦ୍ଘାଟକ ରୂପେ ଜିଲ୍ଲାପାଳ ଅମ୍ବର୍ କୁମାର କର ଯୋଗ ଦେଇ ଛାତ୍ରଛାତ୍ରୀ ମାନଙ୍କୁ ରାଷ୍ଟ୍ର ଗଠନରେ ଛାତ୍ରଛାତ୍ରୀଙ୍କ ଭୂମିକା ସମ୍ପର୍କରେ ଆଲୋକପାତ କରି ସଂସଦ ସମ୍ପର୍କରେ ସମ୍ୟକ୍ ଧାରଣା ଦେଇଥିଲେ ।

ଅନ୍ୟତମ ସମ୍ମାନିତ ଅତିଥି ରୂପେ ଯାଜପୁର ବ୍ଲକ୍ ଶିକ୍ଷା ଅଧିକାରୀ ଦେବିଲାଲ ମଲିକ୍, ଅତିରିକ୍ତ ଶିକ୍ଷା ଅଧିକାରିଣୀ ସବିତା ସାହୁ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ କାମିନୀ ରଞ୍ଜନ ପଟ୍ଟନାୟକ ଏବଂ ଜିଲ୍ଲା ଶିକ୍ଷା ଅଧିକାରୀ ମହେଶ୍ୱର ସାହୁ ଯୋଗଦେଇ ଏହି କାର୍ଯ୍ୟକ୍ରମର ବିଶେଷତ୍ଵ ସମ୍ପର୍କରେ ଆଲୋକପାତ କରିଥିଲେ । ଯାଜପୁର ଜିଲ୍ଳାର ପ୍ରଥମ ପର୍ଯ୍ୟାୟର ୧୨ ଗୋଟି ପି.ଏ. ଶ୍ରୀ. ବିଦ୍ୟାଳୟ ର ୯୬ ଛାତ୍ରଛାତ୍ରୀ ଛାୟା ସଂସଦ କାର୍ଯ୍ୟକ୍ରମରେ ଯୋଗ ଦେଇ ବିଭିନ୍ନ ରାଜ୍ୟକୁ ପ୍ରତିନିଧିତ୍ଵ କରିଥିଲେ ।
ପୁନଃଶ୍ଚ ୧୨ ପି. ଏମ୍. ଶ୍ରୀ ବିଦ୍ୟାଳୟ ବିଭିନ୍ନ ଷ୍ଟଲ ରେ ନିଜ ନିଜ ରାଜ୍ୟର ଆବଣ୍ଟନ ଅନୁସାରେ ଏହି ଛାୟା ସଂସଦ ପ୍ରଦର୍ଶନ କରିଥିଲେ ।ଦିତୀୟ ଅଧିବେଶନରେ ଉଦଯାପନୀ କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲା ମାଜିଷ୍ଟ୍ରେଟ ଶିବାନନ୍ଦ ସ୍ୱାଇଁ ଓ ଉପଜିଲ୍ଲାପାଳ ତାପସ ରଂଜନ ଦେହୁରୀ ଯୋଗ ଦେଇ ଛାତ୍ରଛାତ୍ରୀ ମାନଙ୍କୁ ଉତ୍ସାହିତ କରିଥିଲେ । ଦୁଇ ଜଣ ଛାତ୍ର ରାଜ୍ୟ ସ୍ତରକୁ ମନୋନୀତ ହୋଇଥିଲେ ।
ଯାଜପୁର ଜିଲ୍ଲା ସ୍କୁଲ୍ ର ଭବାନୀ ଶଙ୍କର ପ୍ରଥମ ହୋଇଥିବା ବେଳେ କାଇପଡା ଉଚ୍ଚ ବିଦ୍ୟାଳୟର ସ୍ନେହଲତା ସାହୁ ଦ୍ୱିତୀୟ ହୋଇଥିଲେ । ସମଗ୍ର ଶିକ୍ଷାର ସମସ୍ତ କର୍ମଚାରୀ ଏବଂ ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟର ସମସ୍ତ କର୍ମଚାରୀ ଏବଂ ଯାଜପୁର ଜିଲ୍ଲା ସ୍କୁଲ୍ ର ସମସ୍ତ କର୍ମଚାରୀ, ବିଭିନ୍ନ ଶିକ୍ଷକ ଶିକ୍ଷୟିତ୍ରୀ ସହଯୋଗ କରିଥିଲେ ।ଶେଷରେ ଜିଲ୍ଲା ସ୍କୁଲ ର ପ୍ରଧାନ ଶିକ୍ଷକ ଧନ୍ୟବାଦ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମ ରେ ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟତ୍ରୀ, ଗଣମାଧ୍ୟମ ପ୍ରତିନିଧି ମାନେ ଉପସ୍ଥିତ ଥିଲେ।








