ନିରାକାରପୁର, ୨୦/୦୨/୨୦୨୪ (ଓଡ଼ିଶା ସମାଚାର)-ଖୋର୍ଦ୍ଧା କେନ୍ଦ୍ର ସମବାୟ ବ୍ୟାଙ୍କ ର ପ୍ରାକ୍ତନ ନିର୍ଦ୍ଦେଶକ, ଛଣଗିରି ପଂଚାୟତର ପୂର୍ବତନ ସରପଂଚ, ପ୍ରାକ୍ତନ ଟାଙ୍ଗୀ ବ୍ଲକ ବିଜେଡି ସଭାପତି , ଛଣଗିରି ଉଚ୍ଚ ବିଦ୍ୟାଳୟ ର ପ୍ରତିଷ୍ଠାତା ଅଜୟ କୁମାର ମହାନ୍ତିଙ୍କ ର ନିଜ ଛଣଗିରି ବାସଭବନ ଠାରେ ତାଙ୍କ ଏକାଦଶ ତିଥିରେ ଏକ ସ୍ମୃତି ଚାରଣ ସଭା ଅଧ୍ୟାପକ ଅରବିନ୍ଦ ଗଜେନ୍ଦ୍ରଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି। ଏହି ସଭାରେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେଵ, ପୂର୍ବତନ ବିଧାୟକ ଦିଲୀପ ଶ୍ରୀଚନ୍ଦନ, ବରିଷ୍ଠ ନେତା ବିପିନ କୁମାର ଜୟସିଂହ , ଶିକ୍ଷକ ନେତା ରମାକାନ୍ତ ମହାପାତ୍ର, ସମାଜସେବୀ ବିଶ୍ବଭୂଷଣ ଛୋଟରାୟ,ଗୋଦାବରୀ ସାହୁ,ତୋଫାନ ବାରିସଲ,ନିତ୍ୟାନନ୍ଦ ମଙ୍ଗରାଜ ଓ ବିଜୟ ମହାପାତ୍ର ପ୍ରମୁଖ ଉପସ୍ଥିତ ରହି ସ୍ଵର୍ଗତ ଅଜୟ କୁମାର ମହାନ୍ତିଙ୍କ ବହୁ ବିଧ ଗୁଣ ଉପରେ ଆଲୋକପାତ କରିଥିଲେ। ସେ ୧୯୭୪ ମସିହା ଠାରୁ ୧୯୯୫ ପଯ୍ୟନ୍ତ ସରପଂଚ ଓ ୧୯୮୪ ମସିହା ଠାରୁ ୨୦୧୪ ପଯ୍ୟନ୍ତ ଖୋର୍ଦ୍ଧା କେନ୍ଦ୍ର ସମବାୟ ବ୍ୟାଙ୍କ ର ନିର୍ଦେଶକ ରହିଥିଲେ। ତାଙ୍କର ମୃତ୍ୟୁ ରେ ସ୍ଥାନୀୟ ଅଂଚଳରେ ଶୋକର ଛାୟା ଖେଳିଯାଇଛି। ଜଣେ ସମବାୟ ଆନ୍ଦୋଳନର ନେତା ତଥା ଟାଙ୍ଗୀ ବ୍ଲକ ର ଦୃଢ଼ ସଂଗଠକ କୁ ହରାଇଲା ବୋଲି ଅତିଥି ମାନେ ମତବ୍ୟକ୍ତ କରିଥିଲେ।