ବଡ଼ବିଲ ବ୍ୟାଙ୍କ୍ ଅଫ ମହାରାଷ୍ଟ୍ର ଡକାୟତି ଘଟଣା : ବିହାରରୁ ଆଉ ଜଣେ ଗିରଫ । ଗିରଫଙ୍କ ସଂଖ୍ୟା ୭ ରେ ପହଞ୍ଚିଲା ।

ବଡ଼ବିଲ,୧୨/୦୩/୨୦୨୬ (ଓଡ଼ିଶା ସମାଚାର)-  ଗତ ଜାନୁଆରୀ ୧୯ରେ କେନ୍ଦୁଝର ଜିଲ୍ଲା ବଡ଼ବିଲ ସହରରେ ଥିବା ବ୍ୟାଙ୍କ୍ ଅଫ ମହାରାଷ୍ଟ୍ରରୁ  ହୋଇଥିବା ଡ଼କାୟତି ଘଟଣାରେ ଆଉ ଜଣେ ଅଭିଯୁକ୍ତ ଗିରଫ । ଗିରଫ ଅଭିଯୁକ୍ତ ଜଣକ ହେଲେ  ଝାଡ଼ଖଣ୍ଡ ରାଜ୍ୟ  ସିନ୍ଦ୍ରି ଅଞ୍ଚଳର ଜିତେନ୍ଦ୍ର କୁମାର । ସେ ବିହାର ରାଜ୍ୟ ଜାମୁଇ ଜିଲ୍ଲା, ଲଛୁର ଅଞ୍ଚଳରେ ଲୁଚି ରହିଥିବାବେଳେ, ସ୍ଥାନୀୟ  ପୋଲିସ୍ ସହାୟତାରେ ତାକୁ ଧରିବାରେ ସକ୍ଷମ ହୋଇଛି ବଡ଼ବିଲ ପୋଲିସ୍ ।

ପୂର୍ବରୁ ଏହି ଘଟଣାରେ ୬ ଜଣ ଗିରଫ ହୋଇଥିବାବେଳେ ଗିରଫ ସଂଖ୍ୟା ୭ରେ ପହଞ୍ଚିଛି । ଏହି ଘଟଣାରେ ସଂପୃକ୍ତ ଅନ୍ୟ ଅପରାଧୀ ମାନଙ୍କୁ ଧରିବା ପାଇଁ ପୋଲିସ୍ ପ୍ରୟାସ ଜାରି ରଖିଛି । ଗତ ଜାନୁଆରୀ ୧୯ ତାରିଖରେ ବ୍ୟାଙ୍କ୍ ଅଫ ମହାରାଷ୍ଟ୍ର ବଡ଼ବିଲ ଶାଖାରେ ସଶସ୍ତ୍ର ଡକାୟତି ହୋଇଥିଲା । ଦିନ ଦ୍ଵି ପହରରେ ଡକାୟତ ମାନେ ବ୍ୟାଙ୍କ୍ ଭିତରେ ପଶି ନଗଦ ୪ ଲକ୍ଷ ୩୮ ହଜାର ୭ଶହ ଟଙ୍କା, ୭.୫୩ କିଲୋ ଓଜନର ୧୫୫ଟି ସୁନା ଅଳଙ୍କାର ପ୍ୟାକେଟ ଲୁଟିନେଇ ଫେରାର ହୋଇଯାଇଥିଲେ ।

Leave a Reply

Your email address will not be published. Required fields are marked *